ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଦିନେଶ କାର୍ତ୍ତିକଙ୍କ ବ୍ୟାଟିଂ ଦେଖି ଡରିଲେ ସୂର୍ଯ୍ୟକୁମାର, ମ୍ୟାଚ ପରେ କହିଲେ ଟିମ୍‌ରେ ମୋ ସ୍ଥାନ ରହିଛି ବିପଦରେ...

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ସମୟରେ ଚମତ୍କାର ଫର୍ମରେ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ସର୍ବାଧିକ ରନ୍‌ କରିବା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ମଧ୍ୟ ସେ କମାଲ ଦେଖାଇଥିଲେ। ସେ ଏହି ସିରିଜରେ ସର୍ବାଧିକ ରନ୍‌ କରିଥିବା ଟିମ୍‌ ଇଣ୍ଡିଆ ବ୍ୟାଟର। ଟିମ୍‌ ଇଣ୍ଡିଆ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସିରିଜ କବ୍ଜା କରିଥିଲା। ହେଲେ ତୃତୀୟ ମ୍ୟାଚରେ ରାହୁଲ ଓ କୋହଲିଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆ ପରାଜୟର ସାମ୍ନା କରିଥିଲା।

ସୂର୍ଯ୍ୟକୁମାର ଯାଦବ ଏହି ସିରିଜରେ ୧୧୯ ରନ୍‌ କରିଥିଲେ। ହେଲେ ତୃତୀୟ ମ୍ୟାଚରେ ସୂର୍ଯ୍ୟକୁମାରଙ୍କ ଯାଦୁ କାମ କରିନଥିଲା। ସେ ୬ ବଲରେ ୮ ରନ୍ କରି ଆଉଟ ହୋଇଥିଲେ। ତୃତୀୟ ମ୍ୟାଚରେ ମଧ୍ୟ ବ୍ୟାଟର କ୍ରମରେ ପରିବର୍ତ୍ତନ କରାଯାଇଥିଲା। ୨୨୮ ରନ୍‌ ଲକ୍ଷ୍ୟକୁ ପିଛା କରି ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ମାତ୍ର ଦୁଇ ଓଭରରେ ଦୁଇଟି ୱିକେଟ ହରାଇଥିଲା। ଏହା ପରେ ସୂର୍ଯ୍ୟକୁମାରଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ଦିନେଶ କାର୍ତ୍ତିକ।

ଦିନେଶ କାର୍ତ୍ତିକ ମଧ୍ୟ ମ୍ୟାନେଜମେଣ୍ଟଙ୍କ ନିଷ୍ପତ୍ତିକୁ ଠିକ୍‌ ପ୍ରମାଣିତ କରିଥିଲେ। ଅନ୍ୟପଟେ ସୂର୍ଯ୍ୟକୁମାରଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲ୍ୟାର ଅଫ ଦି ସିରିଜ କରାଯାଇଥିଲା। ଏହି ସିରିଜରେ ସେ ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି। ଷ୍ଟାର ବ୍ୟାଟର ସିରିଜର ସମାପନରେ କାର୍ତ୍ତିକଙ୍କୁ ପ୍ରଶଂସା କରିଛନ୍ତି। ସୂର୍ଯ୍ୟକୁମାର କୌତୁହଳରେ କହିଛନ୍ତି, ୱିକେଟକିପର-ବ୍ୟାଟର କାର୍ତ୍ତିକ ସିରିଜରେ ଦମଦାର ପ୍ରଦର୍ଶନ ଦେଖାଇ ୪ ପଜିସନ ପଇଁ ଅଡ଼ୁଆ ସାଜିଛନ୍ତି। ସେ କହିଛନ୍ତି, ‘ଡିକେଙ୍କୁ କିଛି ଗେମ୍ ଟାଇମର ଆବଶ୍ୟକତା ଥିଲା। ଏବଂ ମୋତେ ଲାଗୁଛି ସେ ଯେଉଁ ପ୍ରକାର ବ୍ୟାଟିଂ କରୁଛନ୍ତି ମୋର ୪ ନମ୍ୱର ପାଇଁ ଅଡ଼ୁଆ ହେବ। ମୁଁ ଏଥିପାଇଁ ଅଧିକ ଭାବି ନାହିଁ, ହେଲେ ମୁଁ ଆଗକୁ ଦେଖୁଛି।‘        

Copyright © 2022 - Summa Real Media Private Limited. All Rights Reserved.