ନୂଆଦିଲ୍ଲୀ,୦୮/୦୨; ଭାରତ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଟି-ଟ୍ୱେଣ୍ଟି ବିଶ୍ୱକପର ପ୍ରଥମ ମୁକାବିଲା ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଛି । ଆମେରିକା ବିପକ୍ଷ ପ୍ରଥମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଏହି ସମୟରେ ଦଳ ଚାପରେ ରହିଥିଲା ତେଣୁ ସୂର୍ଯ୍ୟକୁମାର ବି ପ୍ରେସରେ ଥିଲେ । ହେଡ୍ କୋଚ୍ ଗୌତମ ଗମ୍ଭୀର ଏହି ସମୟରେ ତାଙ୍କୁ ଶାନ୍ତ ରହିବାରେ ସାହାଯ୍ୟ କରିଥିଲେ । ଆମେରିକା ବିରୋଧରେ ଭାରତ ମାତ୍ର ୧୨.୪ ଓଭରରେ ୭୭ ରନରେ ୬ ୱିକେଟ ହରାଇଥିଲା । ଏହି ସଙ୍କଟ ସମୟରେ ସୂର୍ଯ୍ୟକୁମାର ଯାଦବ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ ।

ସୂର୍ଯ୍ୟ କହିଲେ ବିଜୟ ସିକ୍ରେଟ୍-  ମ୍ୟାଚ ପରେ ସୂର୍ଯ୍ୟକୁମାର କହିଛନ୍ତି, ଗୌତମ ଗମ୍ଭୀର ତାଙ୍କୁ କହିଥିଲେ ମୁଁ ଶେଷ ଯାଏ ବ୍ୟାଟିଂ କରେ ବୋଲି । ଗୌତମଙ୍କ ମତରେ ସୂର୍ଯ୍ୟଙ୍କ ପାଖରେ ଏତେ ସର୍ଟ୍ସ ଅଛି ଯାହା ପାଇଁ ଶେଷରେ ଦ୍ରୁତ ଗତିରେ ରନ୍ କରି ପାରିବେ । ସୂର୍ଯ୍ୟକୁମାର କହିଛନ୍ତି, ମୋତେ ଲାଗିବା ୧୮୦-୧୯୦ରନ୍‌ର ୱିକେଟ୍ ନାହିଁ । ବରଂ ମାତ୍ର ୧୪୦ ରନ୍‌ର ୱିକେଟ ଅଛି । ବ୍ରେକ୍ ସମୟରେ ଗୌତମ ଭାଇ ଏହା କହିଥିଲେ କି, କେବଳ ଶେଷ ଯାଏ କ୍ରିଜରେ ରହିବାର ଅଛି । ରନ୍ ଆପେ ଆପେ ହୋଇଯିବ । ମୁଁ ମୁମ୍ବାଇ ସମୟରେ ଏମିକି ୱିକେଟରେ ଅନେକ ଥର କ୍ରିକେଟ ଖେଳିଛି । ତେଣୁ ମୋର ଭରସା ଥିଲା ବ୍ୟାଟିଂ କରିପାରିବି । ୭୭ରନରେ ୬ ୱିକେଟ ହରାଇଥିଲୁ । ଟିମ୍ ଉପରେ ଚାପ ଥିଲା । ହେଲେ ନିଜ ଉପରେ ଭରସା ଥିଲା କି ଶେଷ ଯାଏ ଖେଳିଲେ ପରିବର୍ତ୍ତନ ଆସିପାରିବ । ପ୍ରଥମରୁ ୧୩ ବଲରେ ୭ ରନ୍ କରିଥିଲେ ହେଲେ ପରେ ଧୂଆଁଧାର ବ୍ୟାଟିଂ ଆରମ୍ଭ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ।

​​​​​​​

ଏହା ବି ପଢନ୍ତୁ...'ଭଗବାନ ମୋ ଭାଗ୍ୟ ବଦଳାଇଦେଲେ',ସୂର୍ଯ୍ୟକୁମାରଙ୍କ ଫୋନ୍ କଲ୍ ଉପରୁ ପରଦା ହଟାଇଲେ ଡିଏସ୍ପି ସାର୍

ଏକା ଲଢିଲେ ସୂର୍ଯ୍ୟକୁମାର- ଚଳିତ ଟିଟ୍ୱେଣ୍ଟି ବିଶ୍ୱକପ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଏକ ସଂଘର୍ଷପୂର୍ଣ୍ଣ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଦୁର୍ବଳ ତଥା ଅନଭିଜ୍ଞ ୟୁଏସ୍ଏ ବିପକ୍ଷ ଏହି ମ୍ୟାଚରେ ଦଳ ୨୯ ରନ୍‌ରେ ବିଜୟ ହାସଲ କରିଥିଲା । ମାତ୍ର ୟୁଏସଏ ଦଳ ଶୃଙ୍ଖଳିତ ବୋଲିଂ କରି ଭାରତର ଦୁର୍ଦ୍ଧର୍ଷ ବ୍ୟାଟିଂ ବିଭାଗକୁ ନାକେଦମ କରିଦେଇଥିଲା । ସୂର୍ଯ୍ୟକୁମାର ଯାଦବ ଅଧିନାୟକ ଇନିଂସ ଖେଳି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟ୍ ହରାଇ ୧୬୧ ରନ ସଂଗ୍ରହ କରିଥିଲା । ଜବାବରେ ୟୁଏସଏ ୮ ୱିକେଟ୍ ହରାଇ ୧୩୨ ରନ କରିବାକୁ ସକ୍ଷମ ହୋଇଥିଲ ।