ମୁମ୍ବାଇ,୨୩/୭ : ସାଉଥ ସୁପରଷ୍ଟାର ଥଲାପତି ବିଜୟଙ୍କ ଶେଷ ଫିଲ୍ମ ‘ଜନ ନାଗୟନ’ ବକ୍ସ ଅଫିସରେ ଧମାଲ କରୁଛି । ଫିଲ୍ମରେ ବିଜୟଙ୍କ ଅଭିନୟ ସହ ବାକି ଷ୍ଟାରକାଷ୍ଟ ବି ଚର୍ଚ୍ଚାରେ ରହିଛନ୍ତି । ଏହା ମଧ୍ୟରେ ଫିଲ୍ମ ସହ ଯୋଡ଼ି ହୋଇଥିବା ଷ୍ଟାର୍ସଙ୍କ ଫିସ୍ ରିଭିଲ ହୋଇଛି । ମାତ୍ର ଏବେ ଏହି କଥାର ଅଫିସିଆଲ୍ କୌଣସି ସୂଚନା ଆସିନାହିଁ । କିନ୍ତୁ ଯଦି ଏହା ସତ୍ୟ ଅଟେ କି ଭାରତୀୟ ସିନେମାର ଇତିହାସରେ ସବୁଠାରୁ ଅଧିକ ଫିସ୍ ଫିଲ୍ମରୁ ଗୋଟିଏ ଅଟେ । କୁହାଯାଉଛି କି ବିଜୟଙ୍କୁ ଏଥିଲାଗି ୨୨୦-୨୭୫ କୋଟି ଟଙ୍କା ମଧ୍ୟରେ ଫିସ୍ ଦିଆଯାଇଛି । ପ୍ରକାଶ ଯେ, ଏହା ତାଙ୍କର ୩୦ବର୍ଷର ଅଭିନୟ କ୍ୟାରିୟରର ଶେଷ ଫିଲ୍ମ ଅଟେ ।

ସୁଚନା ମୁତାବକ, ନିର୍ଦ୍ଦେଶକ ଏଚ ବିନୋଥଙ୍କୁ ‘ଜନ ନାୟଗନ’ ଲାଗି ୨୫କୋଟି ଟଙ୍କା ମିଳିଛି । କୁହାଯାଉଛି କି ତାଙ୍କ ନିର୍ଦ୍ଦେଶନା କ୍ୟାରିୟରର ଏହା ସବୁଠାରୁ ବଡ଼ ଫିସ୍ ଅଟେ । ଏହା ପୂର୍ବରୁ ବିଜୟ ବିନୋଥଙ୍କ ସହ ‘ଥୁପ୍ପାକ୍କି’ରେ କାମ କରିଥିଲେ ଏବଂ ଆକ୍ସନ- ଡ୍ରାମା ଫିଲ୍ମ ଲାଗି ନିଜ ପରିଚୟ ସୃଷ୍ଟି କରିଛନ୍ତି । ସେହିଭଳି ମ୍ୟୁଜିକ କମ୍ପୋଜର ଅନିଋଦ୍ଧ ରବିଚନ୍ଦ୍ରରଙ୍କୁ ଫିଲ୍ମ ‘ଜନ ନାୟଗନ’ର ଗୀତ ଲାଗି ୧୩କୋଟି ଟଙ୍କା ମିଳିଛି । ଅନିଋଦ୍ଧ ତାମିଲ ସିନେମାର କେତେକ ବ୍ଲକବଷ୍ଟର ଫିଲ୍ମ ଯେଭଳି ‘ଲିୟୋ’ ଏବଂ ’ଜେଲର’ରେ ମ୍ୟୁଜିକ ଦେଇଥିଲେ। କିନ୍ତୁ ଏହି ଫିଲ୍ମ ପରେ ସେ ଇଣ୍ଡଷ୍ଟ୍ରିରେ ସବୁଠାରୁ ଅଧିକ ଫିସ୍ ନେଇଥିବା ମ୍ୟୁଜିକ କମ୍ପୋଜରଙ୍କ ମଧ୍ୟରୁ ଜଣେ ହୋଇଯାଇଛନ୍ତି ।

ଏହା ବ୍ୟତୀତ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ପୂଜା ହେଗଡ଼େଙ୍କୁ ‘ଜନ ନାୟଗନ’ ଲାଗି ୬କୋଟି ଟଙ୍କା ମିଳିଛି । ପ୍ରକାଶ ଯେ, ପୂଜା କେତେକ ତେଲୁଗୁ, ତାମିଲ ଏବଂ ହିନ୍ଦୀ ଫିଲ୍ମରେ କାମ କରିସାରିଛନ୍ତି । ସେହିଭଳି ଫିଲ୍ମରେ ଭିଲେନର ଚରିତ୍ର ନିଭାଉଥିବା ବବି ଦେଓଲଙ୍କୁ ୫ରୁ ୧୦କୋଟି ଟଙ୍କା ମଧ୍ୟରେ ଫିସ୍ ମିଳିଛି । ଏହା ପୂର୍ବରୁ ୨୦୨୩ରେ ଆସିଥିବା ଫିଲ୍ମ ‘ଆନିମଲ’ରୁ ସେ ନିଜ ଫିଲ୍ମ କ୍ୟାରିୟରରେ ଜବରଦସ୍ତ ଫେରସ୍ତ କରିଛନ୍ତି । ଏହାପରେ ଅଭିନେତାଙ୍କ ବଲିଉଡ଼ ଏବଂ ସାଉଥ ଇଣ୍ଡିଆନ ଉଭୟ ପ୍ରଡ଼କ୍ସନରୁ ବହୁ ଡିମାଣ୍ଡ ହେଉଛି ।

ସୂଚନା ମୁତାବକ, ‘ଜନ ନାୟଗନ’ର ବାକି କାଷ୍ଟଙ୍କୁ ବି ଭଲ ଫିସ୍ ମିଳିଛି । କୁହାଯାଉଛି କି ପ୍ରକାଶ ରାଜ ୫କୋଟି, ପ୍ରିୟାମଣି ୩କୋଟି, ଗୌତମ ବାସୁଦେବ ମେନନ ୩କୋଟି ଏବଂ ନାରାୟଣ ୨.୫କୋଟି ଟଙ୍କା ନେଇଛନ୍ତି। ଯାହାକି ଭିନ୍ନ ଭିନ୍ନ ସୋର୍ସ ଅନୁସାରେ ମମିତା ବ୍ୟାଜୁଙ୍କ ଫିସ୍ ୬୦ଲକ୍ଷ ଟଙ୍କାରୁ ୨କୋଟି ମଧ୍ୟରେ କୁହାଯାଉଛି । ପ୍ରକାଶ ଯେ, ସମସ୍ତ ସଂଖ୍ୟା ଗଣମାଧ୍ୟମ ରିପୋର୍ଟ୍ସ ଉପରେ ଆଧାରିତ ଅଟେ ଏବଂ ପ୍ରଡକ୍ସନ ତରଫରୁ ଏହାର ଅଫିସିଆଲ ସୂଚନା କରାଯାଇନାହିଁ।