ମୁମ୍ବାଇ,୨୩/୭ : ବଲିଉଡ଼ ଅଭିନେତା ସନୀ ଦେଓଲ ଏବେ ନିଜ ଆଗାମୀ ପିରିୟଡ଼ ଡ୍ରାମା ଫିଲ୍ମ ‘ବଣ୍ଟଓ୍ବାରା ୧୯୪୭’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ହଲରେ ରିଲିଜ ପ୍ରସ୍ତୁତରେ ରହିଛି । ପ୍ରକାଶ ଯେ, ଫିଲ୍ମକୁ କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ଼(CBFC) ବିନା କୌଣସି କଟରେ ଗ୍ରୀନ ସିଗନାଲ୍ ଦେଇ ଦେଇଛି । ଏଭଳିସ୍ଥଳେ ଏବେ ଫିଲ୍ମ ୧୪ଅଗଷ୍ଟ ୨୦୨୬ରେ ଓ୍ବାର୍ଲ୍ଡଓ୍ବାଇଡ ଫିଲ୍ମ ହଲରେ ରିଲିଜ ହେବ ।
ଏହି ଫିଲ୍ମ ଚର୍ଚ୍ଚିତ ନାଟକ ‘ଜିସ ଲାହୋର ନଇ ଦେଖ୍ୟା ଓ ଜମ୍ୟା ଇ ନଇ’ ଉପରେ ଆଧାରିତ ହୋଇଛି । ଫିଲ୍ମର କାହାଣୀ ୧୯୪୭ର ଭାରତ-ପାକିସ୍ତାନ ବିଭାଜନ ଏବଂ ଏହାପରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ଉପରେ ବେଷ୍ଡ ହୋଇଛି । ଯେଉଁଥିରେ ବିଭାଜନର ସେହି ଭୟଙ୍କର ଏବଂ ମଣିଷପଣିଆର ମିଶାଲକୁ ଦେଖାଇବାର ପ୍ରୟାସ କରାଯାଇଛି ।
ଫିଲ୍ମର କାହାଣୀ ଏକ ମୋହାଜିର ପରିବାର ଉପରେ ହୋଇଛି । ଯେଉଁମାନେ ବିଭାଜନ ପରେ ଭାରତରୁ ପାକିସ୍ତାନର ଲାହୋରରେ ପହଞ୍ଚି ଏକ ପରିତ୍ୟକ୍ତ ହିନ୍ଦୁ ଘରେ ରୁହନ୍ତି। କିନ୍ତୁ ଉକ୍ତ ଘରର ବୃଦ୍ଧା ହିନ୍ଦୁ ମହିଳା ତାଙ୍କ ପୈତୃକ ଘର ଛାଡିବାକୁ ମନା କରନ୍ତି। ପରେ ଏହି ପରିବାର ମଧ୍ୟରେ ଭାବପ୍ରବଣ ଏବଂ ମଣିଷ ପଣିଆ ସହ ଯୋଡ଼ି ହୋଇଥିବା କେତେକ ଘଟଣା ସାମ୍ନାକୁ ଆସିଥାଏ । ଏହି ଫିଲ୍ମରେ ସନି ଦେଓଲ ମୁଖ୍ୟ ଭୂମିକାରେ ଅଛନ୍ତି । ତାଙ୍କ ଚରିତ୍ର ହିଂସା ଏବଂ ଭୟର ମାହୋଲରେ ବି ସାହସ ଏବଂ ମହାନତାର ସାଥ୍ ଦେଇଥାଏ। ଏହା ବ୍ୟତୀତ ରବାନା ଆଜମୀ ଜନୈକ ବୃଦ୍ଧ ମହିଳାର ଚରିତ୍ର ନିଭାଉଛନ୍ତି। ଯିଏ ପାକିସ୍ତାନରେ ନିଜ ପୁରୁଣା ଘରକୁ ଛାଡ଼ିବା ଲାଗି ପ୍ରସ୍ତୁତ ନୁହନ୍ତି । ଉଭୟଙ୍କ ଚରିତ୍ର ଏହି ଫିଲ୍ମରେ ବହୁ ଗୁରୁତ୍ବପୂର୍ଣ୍ଣ ଅଟେ ।