ମୁମ୍ୱାଇ – ମହମ୍ମଦ ରଫି ଜଣେ ଏମିତି ସିଙ୍ଗର ଥିଲେ , ଯାହାଙ୍କ କଣ୍ଠସ୍ୱରର ସମସ୍ତେ ତ ଦିୱାନା ଥିଲେ , କିନ୍ତୁ ତାଙ୍କର ପ୍ରକୃତି ମଧ୍ୟ ଏମିତି ଥିଲା ଯେ, କେହି ବି ତାଙ୍କର ପ୍ରଶଂସା କରି ରହି ପାରୁ ନଥିଲେ। କିନ୍ତୁ ଆପଣଙ୍କୁ ଜଣେ ଏମିତି ବ୍ୟକ୍ତିଙ୍କ ବିଷୟରେ କହୁଛୁ, ଯିଏ ରଫି ସାହେବଙ୍କୁ ପସନ୍ଦ କରୁ ନଥିଲେ। ସେ ଆଉ କେହି ନୁହେଁ ,ସଙ୍ଗୀତଜ୍ଞ ସଲିଲ ଚୋଧୁରୀ ହିଁ ଥିଲେ। ହେଲେ ପୁଣି ଏମିତି କିଛି ଘଟିଲା ଯାହାକି, ସଲିଲଙ୍କୁ ରଫି ସାହେବଙ୍କ ସାମ୍ନାରେ ହାର ମାନିବାକୁ ପଡ଼ି ଥିଲା। ଏମିତି କାହିଁକି ହେଲା ,ଆସନ୍ତୁ ଜାଣିବା।

ସଲିଲ ଚୌଧୁରୀ ଜଣେ ଭଲ ସଙ୍ଗୀତଜ୍ଞ ଥିଲେ, କିନ୍ତୁ ତାଙ୍କ ହୃଦୟରେ ମହମ୍ମଦ ରଫିଙ୍କ ପାଇଁ କୌଣସି ସ୍ୱତନ୍ତ୍ର ସ୍ଥାନ ନଥିଲା। ସମସ୍ତଙ୍କୁ ଜଣା ଥିଲା ଯେ, ସେ ରଫି ସାହେବଙ୍କ ସ୍ୱରକୁ ପସନ୍ଦ କରୁ ନଥିଲେ। କେବଳ ଏତିକି ନୁହେଁ , ଯେବେ ଜଣେ ସାମ୍ୱାଦିକ ତାଙ୍କୁ ରଫି ସାହେବଙ୍କୁ ନେଇ ପ୍ରଶ୍ନ କରିଥିଲେ ତ ସେ ରାଗି ଯାଇଥିଲେ । ସେ କହିଥିଲେ ଯେ, ମୋତେ କଣ ନିଜର ପସନ୍ଦ ବାଛିବାର ଅଧିକାର ନାହିଁ।

ଲତା ମଙ୍ଗେସକର ଓ ମନ୍ନା ଡେ’ଙ୍କ ସହ ଗୀତ କରୁଥିଲେ ସଲିଲ –

କିନ୍ତୁ ପୁଣି ଏମିତି ଦିନ ଆସିଲା ,ଯେବେ ତାଙ୍କର ନାପସନ୍ଦକୁ ହିଁ ତାଙ୍କର ସଙ୍ଗୀତରେ ଗାଇବାକୁ ପଡ଼ି ଥିଲା। ସେ କହିଥିଲେ , ଗୋଟିଏ ଫିଲ୍ମ ତିଆରି ହେଉ ଥିଲା , ଏବଂ ଫିଲ୍ମଟି ପଞ୍ଜାବୀ ବ୍ୟାକଡ୍ରପରେ ଥିଲା ତ, ସଙ୍ଗୀତ ମଧ୍ୟ ସେହି ଅନୁସାରେ ତିଆରି ହେବା ଉଚିତ। ସଲିଲ ଗୀତ ରଚନା କରି ଥିଲେ, ଲତା ମଙ୍ଗେସକରଙ୍କୁ ଫିମେଲ ସିଙ୍ଗର ଭାବେ ଫାଇନାଲ ହେଲା, ଏବେ ମେଲ୍ ସିଙ୍ଗର ଭାବେ ମନ୍ନା ଡେ ଆସି ଥିଲେ। ଲତା ଏବଂ ମାନ୍ନା ଡେ ଏକାଠି ଅଭ୍ୟାସ କରିଥିଲେ।

ସବୁ ଫାଇନାଲ ଥିଲା ଏବଂ ରେକର୍ଡିଂ ହେବାକୁ ଥିଲା , କିନ୍ତୁ ସେଠାକୁ ସେତେବେଳେ ପ୍ରେମ ଧୱନ ଆସି ଗଲେ, ଯିଏ ସଙ୍ଗୀତଜ୍ଞ ଥିଲେ। ସେ ହିଁ ଏହି ଗୀତରେ ପଞ୍ଜାବୀ ଫୋକର ଅସଲ ଷ୍ଟ୍ରକଚର ଦେଇ ଥିଲେ। ସେ କହି ଥିଲେ ସଲିଲ ଦା ଯଦି ଆପଣଙ୍କୁ ଏଥିରେ ପଞ୍ଜାବୀର ଅସଲ ତଡ଼କା ଚାହୁଁଛ ତ ଏହାକୁ ମହମ୍ମଦ ରଫିଙ୍କ ଠାରୁ କେହି ଆଉ ଭଲ କରି ପାରିବେ ନାହିଁ।

ରଫିଙ୍କ ପାଇଁ ସଲିଲଙ୍କୁ ହାର ମାରିବାକୁ ପଡ଼ିଥିଲା –

ତା’ପରେ ସେ ସ୍ମରଣ କରାଇ ଥିଲେ ଯେ, କିପରି ଜାଗତେ ରହୋର ପ୍ରସିଦ୍ଧ ପଞ୍ଜାବୀ ଗୀତ ଝୁଟ୍ ବୋଲିୟାକୁ ସୁପରହିଟ୍ କରି ଦେଇ ଥିଲେ। ଏବେ ସେଠାରେ ଏକ ଅଜବ ମାହୋଲ ହୋଇ ଯାଇ ଥିଲା। ଗୋଟିଏ ପଟେ ରଫିଙ୍କ ଚାହିଦା ଥିଲା, ଏବଂ ଅନ୍ୟପଟେ ସଲିଲଙ୍କ ଅପସନ୍ଦ। ତଥାପି, ସଲିଲ ତାଙ୍କର ପସନ୍ଦକୁ ଗୋଟେ ପଟେ ରଖି ମହମ୍ମଦ ରଫିଙ୍କୁ ନିମନ୍ତ୍ରଣ କରି ଥିଲେ।

ମହମ୍ମଦ ରଫି ବିନା କୌଣସି ଅସନ୍ତୋଷରେ ରେକର୍ଡିଂ ଷ୍ଟୁଡିଓକୁ ଆସିଥିଲେ ଏବଂ ଗୀତ ଗାଇ ଥିଲେ। ସେହି ଗୀତ ଥିଲା ବଲଖାତି ଶର୍ମାତି ଆଜା। ସଲିଲ ନିଜର ପୂରା କ୍ୟାରିୟରରେ ରଫି ସାହେବଙ୍କୁ ୨୦-୨୫ ଗୀତ ଗାଇବାକୁ ଦେଇଥିଲେ।

ଆହୁରି ମଧ୍ୟ ପଢନ୍ତୁ - ସନି ଦେଓଲଙ୍କ ‘ବଣ୍ଟଓ୍ବାରା ୧୯୪୭’କୁ ମିଳିଲା ସେନ୍ସର ବୋର୍ଡ଼ର ଗ୍ରୀନ ସିଗନାଲ୍, ବିନା କଟରେ ରିଲିଜ ହେବ ଫିଲ୍ମ