ମୁମ୍ବାଇ, ୦୯/୦୩: ଟି-ଟ୍ବେଣ୍ଟିରେ ବିଶ୍ବ ବିଜୟ ଦଳ ଟିମ୍ ଇଣ୍ଡିଆ । ରବିବାର ଫାଇନାଲ୍ ଫାଇଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଟାଇଟଲ୍ ତିଳକ ପିନ୍ଧିଛି । ଏହା ଟିମ୍ ଇଣ୍ଡିଆର ଲଗାତାର ଦ୍ବିତୀୟ ଏବଂ ଟି-ଟ୍ବେଣ୍ଟି ବିଶ୍ବକପ୍ ଜିତିବାରେ ତୃତୀୟ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ସହିତ ମିଶି ଭାରତୀୟ ଦଳକୁ ଶୀର୍ଷରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି । ସୂର୍ଯ୍ୟ ଏବଂ ଗମ୍ଭୀରଙ୍କ ନିଷ୍ପତ୍ତି ଉପରେ ଅନେକ ଥର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିନ୍ତୁ ଉଭୟଙ୍କ ଯୋଡ଼ି ଟି-ଟ୍ବେଣ୍ଟିରେ ଆଧିପତ୍ୟ ବିସ୍ତାର କରି ଟିମ୍ ଇଣ୍ଡିଆକୁ ବିଶ୍ବ ବିଜୟୀ କରାଇବାରେ ସଫଳ ହୋଇଛନ୍ତି । ତେବେ ଫାଇନାଲ୍ ଫାଇଟ୍ ପରେ କୋଚ୍ ଗୌତମ ଗମ୍ଭୀରଙ୍କୁ ନେଇ କ୍ୟାପଟେନ୍ ସୂର୍ଯ୍ୟକୁମାର ବଡ଼ ବୟାନ ଦେଇଛନ୍ତି ।
ସୂର୍ଯ୍ୟକୁମାର ଗମ୍ଭୀରଙ୍କୁ ନେଇ କ’ଣ କହିଲେ ?
ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅଧିନାୟକ ସୂର୍ଯ୍ୟକୁମାର କହିଛନ୍ତି, ତାଙ୍କ ଠାରୁ ଗୌତମ ଗମ୍ଭୀରଙ୍କୁ ଅଧିକ କେହି ଜାଣିନାହାନ୍ତି । ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର କୋଚ୍ ହେବା ପୂର୍ବରୁ ଆଇପିଏଲ୍ ଟିମ୍ କୋଲକାତା ନାଇଟ୍ ରାଇଡର ସହିତ ଥିଲେ । ସେ କେକେଆର ର ମେଣ୍ଟର ଏବଂ ପ୍ରଶିକ୍ଷକ ଭାବେ ଦାୟିତ୍ବ ତୁଲାଇଛନ୍ତି । ସେହି ସମୟରେ ସୂର୍ଯ୍ୟକୁମାର, ଗୌତମ ଗମ୍ଭୀରଙ୍କ ସହିତ ୪ ବର୍ଷ କାମ କରିଥିଲେ । ତେଣୁ ସେ ଚିନ୍ତା କରନ୍ତି ଯେ ଟିମକୁ କିପରି ପ୍ରଶିକ୍ଷଣ ଦିଆଯିବ ଏବଂ ଟିମର କମ୍ବିନେସନ କ’ଣ ରହିବ ? ଯାହା ମୋତେ ଜଣା ଥାଏ ବୋଲି ସୂର୍ଯ୍ୟକୁମାର କହିଛନ୍ତି । ଅନ୍ୟପଟେ ଟି-ଟ୍ବେଣ୍ଟିରେ ଏକ ଆଦର୍ଶ ଦଳ ଗଠନ ପାଇଁ ସେ ସବୁବେଳେ ଚେଷ୍ଟା କରିଛନ୍ତି । ଚୂଡାନ୍ତ ଏକାଦଶ ଗଠନ ପାଇଁ ଗୌତମ ଗମ୍ଭୀର ରାତି ରାତି ନିଦ ହଜାଇ ଦେଇଛନ୍ତି ବୋଲି ସୂର୍ଯ୍ୟକୁମାର ଖୁଲାସା କରିଛନ୍ତି ।
ସୂର୍ଯ୍ୟା-ଗମ୍ଭୀରଙ୍କ ମଧ୍ୟରେ ହୋଇନି ଝଗଡ଼ା:
କ୍ୟାପଟେନ୍ ସୂର୍ଯ୍ୟକୁମାର କୋଚକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯେବେଠାରୁ ଆମେ ଏକାଠି କାମ କରିଛୁ ଆର୍ଥାତ୍ ଶ୍ରୀଲଙ୍କା ଗସ୍ତ ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ କୌଣସି ଖେଳାଳିଙ୍କୁ ଏଯାଏଁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇନାହିଁ । କୌଣସି ବିଶେଷ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିବା ପାଇଁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥାଏ । ଟିମର ବିଜୟ ଛଡ଼ା ଅନ୍ୟ କୌଣସି ଆଲୋଚନା ହୋଇନଥାଏ । ମ୍ୟାଚ୍ ଓ୍ବିନରଙ୍କୁ ଟିମରେ ସାମିଲ୍ କରିବା ପାଇଁ ସବୁବେଳେ ପ୍ରୟାସ କରିଥାଉ । ଯାହା ଦ୍ବାରା ଟିମ୍ ଇଣ୍ଡିଆକୁ ଫାଇଦା ମିଳିବ ।
ନିଷ୍ପତ୍ତି ଉପରେ ସହମତି ଥାଏ :
ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ବିଶ୍ବ ବିଜୟୀ ହୋଇଛି । ଟି-ଟ୍ବେଣ୍ଟି ଫାଇନାଲ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ମାତ୍ ଦେଇଛି ଭାରତୀୟ ଦଳ । କ୍ୟାପଟେନ୍ ସୂର୍ଯ୍ୟ କହିଛନ୍ତି, ବେଳେବେଳେ ନିଜ କାମ କରିବାର ଶୈଳିକୁ ସହାୟତା ମିଳିଲେ, କାର୍ଯ୍ୟପନ୍ଥା ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥାଏ । ମୁଁ ଆରମ୍ଭରୁ ଜାଣିଥିଲି ଗୌତମ ଗମ୍ଭୀରଙ୍କ ସହିତ କାମ କଲେ,କ’ଣ ଫାଇଦା ମିଳିବ । ସେ ଟିମ୍ ଠାରୁ କ’ଣ ଆଶା କରୁଛନ୍ତି । ଅନେକ ଥର ଦଳ ଚୟନ ନେଇ ଆଲୋଚନା ହୋଇଥାଏ । ୧୧ ଜଣିଆ କିମ୍ବା ୧୫ ଜଣନିଆ ଟିମରେ କିଏ ରହିବେ, କିଏ ରହିବେ ନାହିଁ ? ଯଦି ସଫଳତା ଅଧିକ ଜରୁରୀ, ତେବେ ତାହା ଉପରେ କମ୍ ଆଲୋଚନା ହୋଇଥାଏ । କେବଳ ଲକ୍ଷ୍ୟ ହାସଲ କରିବା ଟିମ୍ ମୂଳ ଲକ୍ଷ୍ୟ ବୋଲି ସୂର୍ଯ୍ୟକୁମାର ଯାଦବ କହିଛନ୍ତି ।...