ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ନଥିଲା ଡେଥ୍ ଟାଇମ୍, ପ୍ରଶ୍ନ ଉଠାଇଲେ ଓକିଲ

ନୂଆଦିଲ୍ଲୀ,୧୫।୮: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ  ଆଇନଜୀବି ବିକାଶ ସିଂହ ଲଗାତାର ରିୟା ଚକ୍ରବର୍ତ୍ତୀ ଓ ମହାରାଷ୍ଟ୍ର ପୋଲିସ ଉପରେ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି।  ସୁଶାନ୍ତଙ୍କ ମୃତ୍ୟୁପରେ ତାଙ୍କର ପୋଷ୍ଟମର୍ଟମ ରିପୋର୍ଟ ଉପରେ ବିକାଶ ସିଂ ପ୍ରଶ୍ନ ଉଠାଇଛନ୍ତି।

ସୁଶାନ୍ତଙ୍କ ବାପାଙ୍କ ଓକିଲ ବିକାଶ କହିଛନ୍ତି, ମୁଁ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଯାହା ଦେଖିଛି ସେଥିରେ ମୃତ୍ୟୁର ସମୟ ଉଲ୍ଲେଖ କରାଯାଇ ନାହିଁ, ଯାହାକି ମହତ୍ତ୍ବପୂର୍ଣ୍ଣ ବିବରଣୀ ଅଟେ। କ’ଣ ତାଙ୍କୁ ମାରିବା ପରେ ଫାଶୀ ଦିଆଯାଇଛି କିମ୍ବା ତାଙ୍କର ମୃତ୍ୟୁ ଫାଶୀ ପାଇଁ ହୋଇଥିଲା?ସେ କହିଛନ୍ତି, ଏହି ସବୁ କଥା ମୃତ୍ୟୁ ସମୟରୁ ହିଁ ସ୍ପଷ୍ଟ ହୋଇପାରିବ।

ଏହା ପୂର୍ବରୁ ସୁଶାନ୍ତଙ୍କ ପରିବାରର ଓକିଲ ବିକାଶ ସିଂ କହିଥିଲେ ମୋର ଅଭିଯୋଗରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ମୁମ୍ବାଇର ପୋଲିସ ଏହି ମାମଲାରେ ମିଶିକି ଅଛି। ମୁମ୍ବାଇ ପୋଲିସ ଠିକ୍ ଭାବରେ ତଦନ୍ତ କରୁନାହିଁ। ମୋତେ ବିହାରରେ ମାମଲା ରୁଜୁ କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ସୁଶାନ୍ତଙ୍କ ବାପାଙ୍କ କହିବା ଅନୁସାରେ, ମୋ ଝିଅ ଅତିବେଶୀରେ ୧୦ ମିନିଟର ଦୂରରେ ଥିଲା ଯେତେବେଳେ ସେମାନେ କବାଟ ଖୋଲିଲେ ଓ ମୃତଦେହକୁ ତଳକୁ ଓହ୍ଲାଇଲେ। ସେମାନେ କବାଟ ଖୋଲିବା ପୂର୍ବରୁ ତାଲା ଭାଙ୍ଗିବାବାଲାକୁ ମଧ୍ୟ ସେଠାକୁ ପଠାଇ ଦେଇଥିଲେ। କ’ଣ ଏସବୁ ଘଟଣା ସନ୍ଦେହଜନକ ନୁହେଁ କି?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.