ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||
  • ଆଜି ରଥଯାତ୍ରା ପ୍ରସ୍ତୁତି ବୈଠକ, ପୁରୀ ସର୍କିଟ୍ ହାଉସ୍‌ରେ ବସିବ ମିଟିଂ
  • ||
  • IPL 2024: ଆଜି ରାଜସ୍ଥାନ ରୟାଲ୍ସ-ଦିଲ୍ଲୀ କ୍ୟାପିଟାଲ୍ସ ମୁକାବିଲା, ପ୍ରଥମ ବିଜୟ ପାଇଁ ବ୍ୟଗ୍ର ପନ୍ତ ବାହିନୀ
  • ||
  • ଆହୁରି ଜଳାଇବ ତାତି, ୩ ଦିନରେ ଆହୁରି ୩ ଡିଗ୍ରୀ ବଢ଼ିବ ତାପମାତ୍ରା
  • ||

ସୁଶାନ୍ତଙ୍କ ମାମଲାରେ ତୀବ୍ର ହେଲା ସିବିଆଇ ତଦନ୍ତ ଦାବି , ବଲିଉଡ୍‌ ଷ୍ଟାରମାନେ ଅଭିନେତାଙ୍କୁ ନ୍ୟାୟ ପାଇଁ ଆଗେଇ ଆସିଲେ

ମୁମ୍ୱାଇ – ସୁଶାନ୍ତ ସିଂହ ରାଜପୁତଙ୍କ ଏ ଦୁନିଆ ଛାଡ଼ିବାର  ୨ ମାସ ହୋଇ ଯାଇଛି । ସେ ଏମିତି କାହିଁକି କଲେ ଏପର୍ଯ୍ୟନ୍ତ ଏ ବିଷୟରେ କିଛି ବି ଜଣାପଡ଼ିଲା ନାହିଁ । ଏହି ମାମଲାରେ ସିବିଆଇଙ୍କୁ ତଦନ୍ତ ଦାୟିତ୍ୱ ଦେବା ପାଇଁ ଅନେକ ଦିନ ଧରି ଦାବି ଉଠିଛି । ସାମନାକୁ ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ଡାଏରୀ , ଲେଖିଥିଲେ ଏହି ଆବେଗପୂର୍ଣ୍ଣ କଥା

ସୋସିଆଲ ମିଡ଼ିଆରେ ଆକ୍ଟରଙ୍କୁ ନ୍ୟାୟ ଦେବା ପାଇଁ ସ୍ୱତନ୍ତ୍ର ଉପାୟରେ ଆନ୍ଦୋଳନ ଚାଲିଛି । ଏଥିରେ ଏବେ ସୁଶାନ୍ତଙ୍କ ପ୍ରଶଂସକଙ୍କ ସହ ବଲିଉଡ୍‌ର ଷ୍ଟାରମାନେ ମଧ୍ୟ ଆଗକୁ ଆସିଛନ୍ତି । କୃତି ସେନନ, ବରୁଣ ଧୱନ, ମାନି ରାୟଙ୍କ ଆଦି ସିବିଆଇ ତଦନ୍ତ ଦାବି କରିଛନ୍ତି।

सुशांत केस में CBI जांच की मांग हुई तेज, सपोर्ट में उतरे बॉलीवुड स्टार्स

କୃତି ସେନନ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ନୋଟ୍‌ ଲେଖିଛନ୍ତି । ଏହା ଜରିଆରେ ସେ ସିବିଆଇ ତଦନ୍ତ ଦାବି କରିଛନ୍ତି । କୃତି ସେନନ ଲେଖିଛନ୍ତି –ମୁଁ ପ୍ରାର୍ଥନା କରୁଛି  ସତ ଶୀଘ୍ର ସାମନାକୁ ଆସିବ । ତାଙ୍କର ପରିବାର , ତାଙ୍କର ପ୍ରଶଂସକ ଓ ପାଖ ଲୋକ ସତ ଜାଣିବାର ଅଧିକାର ରହିଛି ।

କୃତି ପୁଣି ଆଗକୁ ଲେଖିଛନ୍ତି – ମୁଁ ଆଶା କରୁଛି ଏବଂ ଆହୁରି ପ୍ରାର୍ଥନା କରୁଛି କି ଏହି କେସ୍‌ ସିବିଆଇକୁ ମିଳୁ , ଯାହାକି ଏହାର ତଦନ୍ତ ବିନା ରାଜନୈତିକ ଏଜେଣ୍ଡାରେ କରନ୍ତୁ । ଏହା ଦ୍ୱାରା ପରିବାରକୁ ନ୍ୟାୟ ମିଳି ପାରିବ । ଏହି ସମୟରେ ତାଙ୍କର ଆତ୍ମାକୁ ଶାନ୍ତି  ପହଞ୍ଚିପାରିବ ।

सुशांत केस में CBI जांच की मांग हुई तेज, सपोर्ट में उतरे बॉलीवुड स्टार्स

କୃତିଙ୍କ ପରେ ବଲିଉଡ୍‌ର ଆହୁରି କିଛି ଷ୍ଟାର ସିବିଆଇ  ତଦନ୍ତ ଦାବି କରିଛନ୍ତି । ଆକ୍ଟର ବରୁଣା ଧୱନ ଇନଷ୍ଟାଗ୍ରାମ୍‌ରେ #CBIforSSR ଲେଖିଛନ୍ତି । ଏହା କଥାକୁ ନେଇ ଟ୍ୱିଟରରେ ୟୁଜରମାନେ ଟ୍ରୋଲ୍‌ ମଧ୍ୟ କରିଛନ୍ତି କି ସୁଶାନ୍ତ ଯିବାର ୬୦ ଦିନ ପରେ ତାଙ୍କୁ ନ୍ୟାୟ ପାଇଁ ମନେପଡ଼ିଲା ।

सुशांत केस में CBI जांच की मांग हुई तेज, सपोर्ट में उतरे बॉलीवुड स्टार्स

ଅଭିନେତ୍ରୀ ଡେଜି ଶାହ ମଧ୍ୟ ସିବିଆଇ ତଦନ୍ତ ଦାବି କରି ସୁଶାନ୍ତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଲେଖିଛନ୍ତି କେମିତି ସତ ସାମନାକୁ ଆସିବା ପରେ ଅଭିନେତାଙ୍କ ପରିବାର ଚିନ୍ତାରେ ଦିନ ବିତାଉଛନ୍ତି।

सुशांत केस में CBI जांच की मांग हुई तेज, सपोर्ट में उतरे बॉलीवुड स्टार्स

ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ  ଅଙ୍କିତା ଲୋଖଣ୍ଡେ ମଧ୍ୟ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ମାଧ୍ୟମରେ ସୁଶାନ୍ତ କେସ୍‌ରେ ନ୍ୟାୟ ପାଇଁ ଦାବି କରିଛନ୍ତି ।  ସେ ଏହି ମାମଲାରେ ସିବିଆଇ  ତଦନ୍ତ ଦାବି କହିଛନ୍ତି।  ଭିଡ଼ିଓରେ ଅଙ୍କିତା କହୁଛନ୍ତି କି ଏହି ସତ ଜାଣିବାକୁ ସମସ୍ତଙ୍କର ଅଧିକାର ରହିଛି କି ପ୍ରକୃତରେ ସୁଶାନ୍ତ ସିଂହ ରାଜପୁତଙ୍କ ସହ କଣ ହୋଇଛି ।  

सुशांत केस में CBI जांच की मांग हुई तेज, सपोर्ट में उतरे बॉलीवुड स्टार्स

କଙ୍ଗନା ରଣାୱତ ଆରମ୍ଭରୁ ମଧ୍ୟ ସୁଶାନ୍ତ ମାମଲାରେ ନିଜର ମତ ରଖିଆସିଛନ୍ତି । ସେ ନେପୋଟିଜ୍‌ମରୁ ନେଇ ମୁଭି ମାଫିଆ ଙ୍କ ବିଷୟରେ ଅନେକ କଥା କହିଛନ୍ତି । ସେ ମଧ୍ୟ ସିବିଆଇ ତଦନ୍ତର ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.