ସୁଶାନ୍ତ ସିଂ ମୃତ୍ୟୁ ମାମଲା: ବଲିଉଡର ଡ୍ରଗ୍ସ କନେକ୍ସନକୁ ନେଇ ଏନସିବିର ବଡ଼ କାର୍ଯ୍ୟାନୁଷ୍ଠାନ, ମୁମ୍ବାଇ ଓ ଗୋଆରେ ଚଢାଉ

https://www.india.com/
ମୁମ୍ବାଇ,୧୨।୯: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକସନ ଆସିବା ପରେ ନାର୍କୋଟିକ୍ସ କନଟ୍ରୋଲ ବ୍ୟୁରୋ(ଏନସିବି) ସକ୍ରିୟ ହୋଇ ଉଠିଛି। ଏହି ମାମଲାରେ ରିୟା ଚକ୍ରବର୍ତ୍ତୀ ତାଙ୍କ ଭାଇ ଶୌଭିକ ଓ ସହଯୋଗୀଙ୍କୁ ଗିରଫ କରିସାରିଛି। ପଚରାଉଚରା ବେଳେ ରିୟା ବଲିଉଡର ୨୫ ଜଣ ବଡ ସେଲିବ୍ରିଟି ଓ ବଲିଉଡ ପାର୍ଟିରେ ଡ୍ରଗ୍ସ କାରବାର ନେଇ ମୁହ ଖୋଲିଥିଲେ। ଏନସିବି ୨୫ ଜଣ ସେଲିବ୍ରିଟିଙ୍କ ତାଲିକା ପ୍ରସ୍ତୁତ କରି କାମରେ ଲାଗିଯାଇଛି। ଶନିବାର ସକାଳେ ଏନସିବି ବଡ ପଦକ୍ଷେପ ନେଇଛି। ଏନସିବିର ଟିମ୍ ମୁମ୍ବାଇ ଓ ଗୋଆରେ ଚଢାଉ କରିଛନ୍ତି।ଏନସିବି ସୁତ୍ରରୁ ମିଳିଥିବା ଖବର ଅନୁସାରେ, ବଲିଉଡରେ ଡ୍ରଗ୍ସ କନେକ୍ସନକୁ ନେଇ ଏହି ଚଢାଉ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଏନସିବି ଡ୍ରଗ୍ସ ମାମଲାରେ ଏପର୍ଯ୍ୟନ୍ତ ଯେଉଁ ଲୋକଙ୍କୁ ପଚରାଉଚରା କରିଛି, ସେମାନେ ଏହି ପୁରା ନେଟଓ୍ବର୍କର ସୂଚନା ଦେଇଥିଲେ। ଏନସିବିକୁ ପୂର୍ବରୁ ଏହି ସୂଚନା ଦିଆଯାଇଥିଲା। ଏବେ ମାମଲାରେ ଆହୁରି ବଡ ଲୋକଙ୍କର ନାଁ ଆସିପାରେ ଓ ବହୁ ଲୋକ ଗିରଫ ମଧ୍ୟ ହୋଇପାରନ୍ତି।
ମିଳିଥିବା ସୂଚନା ଅନୁସାରେ, ମୁମ୍ବାଇ ଓ ଗୋଆରେ ଯେଉଁ ରେଡ୍ କରାଯାଇଛି, ସେ ଗିରଫଦାରୀ ଡ୍ରଗ୍ସ ଡିଲର ଅନୁଜ କେଶଓ୍ବାନୀଙ୍କ ସୂଚନା ପରେ ହୋଇଥିଲା। ସମସ୍ତ ୬ଟି ସ୍ଥାନରେ ଅଧିକାଂଶ ରେଡ୍ ଡ୍ରଗ୍ସ ପେଡଲର(କାରବାରୀ) ଆଡ୍ଡା ଉପରେ ହୋଇଥିଲା। ଏହି ମାମଲାରେ ଏପର୍ଯ୍ୟନ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି। ଅନୁଜ କେଶଓ୍ବାନିଙ୍କୁ ରିୟାଙ୍କ ଡ୍ରଗ୍ସ କନେକ୍ସନର ତଦନ୍ତ ବେଳେ ଗିରଫ କରାଯାଇଥିଲା। ଅନୁଜ ପଚରା ଉଚରାରେ ବହୁ ନାମୀ ଲୋକଙ୍କର ଖୁଲାସା କରିଥିଲେ।