PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଦିଶାଙ୍କ ମୃତ୍ୟୁ ଖବର ଶୁଣି ବେହୋସ୍ ହୋଇଯାଇଥିଲେ ସୁଶାନ୍ତ, ଚେତା ଫେରିବା ପରେ କହିଥିଲେ- ‘ସେମାନେ ମୋତେ ବି ମାରିଦେବେ’

http://www.coastaldigest.com/

ମୁମ୍ବାଇ,୧୭।୯:ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଜାରି ରଖିଛି ସିବିଆଇ। ଏହି ମାମଲାରେ ଏବେ ସିବିଆଇ ହାତରେ ଲାଗିଛି ଏକ ବଡ ସୁରାକ୍। ତାହା ହେଲା ସୁଶାନ୍ତଙ୍କ ଫ୍ଳାଟମେଟ୍ ସିଦ୍ଧାର୍ଥ ପିଠାନୀ କରିଛନ୍ତି ବଡ ଖୁଲାସା। ସିବିଆଇକୁ ସୂଚନା ଦେଇ ସିଦ୍ଧାର୍ଥ କହିଚନ୍ତି ଦିଶା ସାଲିୟାନଙ୍କ ମୃତ୍ୟୁ ଖବର ଶୁରିବା ପରେ ସୁଶାନ୍ତ ବେହୋଶ ହୋଇଯାଇଥିଲେ। ଏହାପରେ ଯେତେବେଳେ ତାଙ୍କର ହୋସ୍ ଆସିଥିଲା ସେ କହିଥିଲେ, ଏବେ ସେ ଲୋକମାନେ ମୋତେ ବି ମାରିଦେବେ। ପିଠାନୀଙ୍କ ଏହି ବୟାନ ଏବେ ସୁଶାନ୍ତ ଓ ଦିଶାଙ୍କ ମୃତ୍ୟୁର କନେକ୍ସନକୁ  ସହ ଯୋଡିକି ଦେଖୁଛି।

ଉଲ୍ଳେଖନୀୟ ଯେ, ୮ ଜୁନରେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ନିଜର ଫ୍ଳାଟରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହାପରେ  ୭ ଦିନ ଭିତରେ ସୁଶାନ୍ତଙ୍କ ମୃତଦେହ ତାଙ୍କର ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା।ସିଦ୍ଧାର୍ଥ କହିଛନ୍ତି, ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତ ଖୁବ୍ ଚିନ୍ତିତ ହୋଇଯାଇଥିଲେ। ତାଙ୍କର ସ୍ଥିତି ମଧ୍ୟ ଠିକ୍ ନଥିଲା। ସୁଶାନ୍ତଙ୍କ ମୃତ୍ୟୁ ପରେ ଦିଶାଙ୍କୁ ନିଜର ଜୀବନ ପ୍ରତି ବିପଦ ଲାଗିଥିଲା। ସୁଶାନ୍ତ ନିଜର ସୁରକ୍ଷା ବଢାଇବା କଥା ମଧ୍ୟ କହିତିଲେ। ସିଦ୍ଧାର୍ଥଙ୍କ ଏହି ବୟାନରୁ ସିବିଆଇକୁ ଲାଗୁଛି ଦିଶାଙ୍କ ସମ୍ପର୍କରେ କୌଣସି ରାଜ୍ ସୁଶାନ୍ତଙ୍କୁ ଜଣାଥିଲା, ଏହି କାରଣରୁ ସେ ଖୁବ୍ ଡରି ଯାଇଥିଲେ।

ସିଦ୍ଧାର୍ଥ କହିଛନ୍ତି, ଦିଶାଙ୍କ ମୃତ୍ୟୁ ପରେ ସୁଶାନ୍ତ ନିଜର ଲାପଟପ୍, କ୍ୟାମେରା ଓ ହାର୍ଡ ଡ୍ରାଇକ୍ ଖୋଜୁଥିଲେ। ଏହାପରେ ସୁଶାନ୍ତ ବହୁବାର ରିୟାଙ୍କୁ ଫୋନ୍ କରିଥିଲେ, କିନ୍ତୁ ସେ ଫୋନ୍ ରିସିଭ କରିନଥିଲେ। ଏହାପରେ ସୁଶାନ୍ତ ଆହୁରି ଅଧିକ ଚିନ୍ତିତ ହୋଇଯାଇଥିଲେ। ସୁଶାନ୍ତଙ୍କୁ ଏହି କଥାର ଭୟ ଥିଲା ଯେ, ରିୟା ତାଙ୍କର ସବୁ ପାସଓ୍ବାର୍ଡ ଜାଣିଥିଲେ। ସେଥିପାଇଁ ସେ ଅନ୍ୟ ଲୋକଙ୍କ ସହିତ ତାଙ୍କୁ ମଧ୍ୟ ଫଶାଇ ପାରନ୍ତି। ଉଲ୍ଲେଖନୀୟ ଯେ, ଏହି ମାମଲାରେ  ନାର୍କେଟିକ୍ସ କନଟ୍ରୋଲ ବ୍ୟୁରୋ(ଏନସିବି) ରିୟାଙ୍କୁ ଗିରଫ କରିସାରିଛି। ରିୟା ଏବେ ମୁମ୍ବାଇର ଭାୟକୁଲା ଜେଲରେ ଅଛନ୍ତି।