PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ମହେଶ ଭଟ୍ଟ କହିଥିଲେ –ଚୁପ୍‌ ରୁହ ନୁହେଁତ ତୁମକୁ ବି ଶୁଆଇ ଦେବୁ : ରାବିୟା ଖାନ୍‌

ମୁମ୍ୱାଇ – ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଜାରି ରହିଛି । ପ୍ରଶଂସକଙ୍କ ସହ କିଛି ଫିଲ୍ମ ଷ୍ଟାରମାନେ ମଧ୍ୟ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କଲେଣି ।  ଦିନକୁ ଦିନ ଏହି କେସ୍‌ ରହସ୍ୟ ଭିତରକୁ ଯାଉଥିବା ବେଳେ ଦିବଙ୍ଗତ ଅଭିନେତ୍ରୀ ଜିୟା ଖାନଙ୍କ ମାଆ ରାବିୟା ଖାନ୍‌  ଏକ ଫେସ୍‌ବୁକ୍‌ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି । ରାବିୟା ନିଜର ଏହି ପୋଷ୍ଟରେ ସୁଶାନ୍ତଙ୍କ ମୃତ୍ୟୁ ତାଙ୍କୁ ହତ୍ୟା ଯୋଗୁଁ ହୋଇଛି ଏବଂ ଏହି ମାମଲାର ସିବିଆଇ ତଦନ୍ତ ହେବା ଉଚିତ୍‌ ବୋଲି ସେ କହିଛନ୍ତି ।   ସୁଶାନ୍ତଙ୍କ ମାମଲାରେ ତୀବ୍ର ହେଲା ସିବିଆଇ ତଦନ୍ତ ଦାବି , ବଲିଉଡ୍‌ ଷ୍ଟାରମାନେ ଅଭିନେତାଙ୍କୁ ନ୍ୟାୟ ପାଇଁ ଆଗେଇ ଆସିଲେ

ଜିୟାଙ୍କର ମାଆ କହିଛନ୍ତି, ତାଙ୍କ ଝିଅ ପରି ସୁଶାନ୍ତଙ୍କର ମଧ୍ୟ ହତ୍ୟା କରାଯାଇଛି ଏବଂ ଇଣ୍ଡିଆ ଟୁଡେ ସହ କଥାବାର୍ତ୍ତାରେ ସେ ଏହି ମାମଲା ଉପରେ ନିଜର ପୁରା କଥା କହିଛନ୍ତି ।

ମୁଁ ପ୍ରଥମ ବ୍ୟକ୍ତି , ଯିଏକି ସୁଶାନ୍ତଙ୍କ ମୃତ୍ୟୁ ବିଷୟ ଶୁଣି କହିଥିଲି ତାଙ୍କ ହତ୍ୟା ହୋଇଛି ।  ଦୁଇ ଘଟଣାରେ ଯେଉଁ ସମାନତା ଅଛି ,  ତାହା ଆଶ୍ଚର୍ଯ୍ୟକର ଘଟଣା । ଉଭୟଙ୍କ ପାର୍ଟନର ସେମାନଙ୍କୁ ପ୍ରେମ ଜାଲରେ ଫସାଇଥିଲେ ବୋଲି ରାବିଆ କହିଛନ୍ତି ।

ରାବିୟା ଦୁଇ ମାମଲାରେ  ସମାନତା ଅଛି କହି ,ତାଙ୍କୁ ମିଛ ସାନ୍ତ୍ୱନା ଦିଆଯାଇଥିଲା ବୋଲି କହିଥିଲେ ।  ତାଙ୍କର ଚାଟୁକାରୀତା କରାଯାଇଥିଲା ଏବଂ ତାଙ୍କର ଅର୍ଥକୁ ବ୍ୟବହାର କରାଯାଇଥିଲା ।  ପୁଣି ଉଭୟଙ୍କୁ ତାଙ୍କର ପରିବାର ଠାରୁ ଅଲଗା କରିଦିଆଗଲା । ଏକ ପ୍ରକାରର ରଣନୀତି ପ୍ରସ୍ତୃତ କରାଯାଇଥିଲା ।

ରାବିୟା କହିଥିଲେ କି ,ଏକ ପ୍ରକାରର ମାଷ୍ଟର ମାଇଣ୍ଡ କାମ କରୁଥିଲା ଏବଂ ଯଦି ଥରେ ଆପଣଙ୍କ କଣ୍ଟ୍ରୋଲ  ଏହା ଉପରୁ ହଟି ଯାଏ , ଆପଣ ଏଥିରୁ ନିୟନ୍ତ୍ରଣ ହରାଇ ବସନ୍ତି । ତାଙ୍କୁ ଗଳା ଚାପି ମାରି ଦିଅନ୍ତି ଏବଂ ଏହା ଦେଖାଇ କହନ୍ତି କି ସେ ଆତ୍ମହତ୍ୟା କରିଛନ୍ତି ।

ରାବିୟା  କହିଛନ୍ତି ମୋ ଝିଅର ଅନ୍ତିମ ସଂସ୍କାରରେ ମହେଶ ଭଟ୍ଟ ପହଞ୍ଚିଥିଲେ । ସେ ମୋତେ କହିଥିଲେ  ସେ ବହୁତ ଚିନ୍ତାରେ ଥିଲେ । ମୋ କହିଥିଲି ନା ମୋ ଝିଅ ଚିନ୍ତାରେ ନଥିଲେ । ଏହି କଥାରେ ମହେଶ ଭଟ୍ଟ ମୋତେ ଜବାବ ଦେଇ କହିଥିଲେ ଚୁପ୍‌ ହୋଇଯାଅ, ନୁହେଁତ ତୁମକୁ ଇଞ୍ଜେକ୍‌ସନ ଦେଇ ଶୁଆଇ ଦେବୁ । କିଏ ଏମିତି କଥା କାହାର ଅନ୍ତିମ ସଂସ୍କାର ବେଳେ କହିପାରେ । ସେଠାରେ ପାଖରେ ଥିବା ଲୋକ ଏହା ଶୁଣି ଚକିତ ହୋଇଯାଇଥିଲେ ।

ମହେଶ ଭଟ୍ଟଙ୍କ ବିଷୟରେ ରାବିୟା କହିଛନ୍ତି , ମୋର ୧୬ ବର୍ଷର ଝିଅ ତାଙ୍କର ଫିଲ୍ମ ଛାଡ଼ି ଦେଇଥିଲା ।  ସେ ବାରମ୍ୱାର ମୋତେ କହୁଥିଲେ ଆପଣ ବାହାରକୁ ଆସନ୍ତୁ । ଆରେ ମୁଁ ମୋର ୧୬ ବର୍ଷର ଝିଅକୁ ତୁମ  ସାଥିରେ ଏକଲା ଛାଡ଼ିବାର କଣ ଆବଶ୍ୟକ ?  ମୁଁ କଣ ଆପଣଙ୍କୁ ବୋକା ଦେଖାଯାଉଛି । ମୁଁ ଏହି ଖରାପ ଲୋକଙ୍କ ବିଷୟରେ କହିବା ବନ୍ଦ କରିବି ନାହିଁ ।

ଜିୟାଙ୍କର ମାଆ ପୁଣି କହିଛନ୍ତି , ମୋତେ ଏହି ଜିନିଷ ଉପରେ ହସ ଲାଗୁଛି । ଆପଣଙ୍କୁ ଲାଗୁଛି କି  ମୁମ୍ୱାଇ ପୁଲିସ୍‌ରେ କ୍ଷମତା ନାହିଁ ନା ସେ ଅଳସୁଆ ?  ସେମାନେ ଏହି ମାମଲାର ତଦନ୍ତ କରିବା ପରିବର୍ତ୍ତେ ପ୍ରମାଣକୁ ନଷ୍ଟ କରିବା ପାଇଁ ଅଧିକ ସମୟ ଲଗେଇଛନ୍ତି ।