PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ସର୍ଜରୀ ପରେ କାମକୁ ଫେରିଲେ ସୁସ୍ମିତା, ପୋଷ୍ଟ କରି ଦେଲେ ସୂଚନା

news18

ନୂଆଦିଲ୍ଲୀ ୦୮/୦୩: ନିକଟରେ ସୁସ୍ମିତା ସେନ୍ ହୃଦଘାତରେ ପୀଡିତ ହୋଇଥିଲେ। ଯାହାର ସୂଚନା ସେ ସୋସିଆଲ ମିଡିଆରେ ଦେଇଥିଲେ। ତାଙ୍କ ହୃଦୟରେ ୯୫ ପ୍ରତିଶତ ବ୍ଲକେଜ୍ ଥିଲା, ଯେଉଁଥିପାଇଁ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ସମେତ ଇଣ୍ଡଷ୍ଟ୍ରିର ଲୋକମାନେ ଚିନ୍ତିତ ହୋଇଯାଇଥିଲେ।

ଚିକିତ୍ସା ପରେ ଏବେ ଅଭିନେତ୍ରୀ ପୁଣି କାମ କରିବା ଆରମ୍ଭ କରିଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ଷ୍ଟ୍ରେଚିଂ କରୁଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟ ସହିତ ସେ ଲେଖିଛନ୍ତି, ହୃଦରୋଗ ବିଶେଷଜ୍ଞଙ୍କ ଅନୁମତି ପରେ ସେ ପୁଣି ୱାର୍କଆଉଟ୍ ଆରମ୍ଭ କରିଛନ୍ତି। ଏଥି ସହିତ ସେ ହୋଲିର ଶୁଭେଚ୍ଛା ମଧ୍ୟ ଦେଇଛନ୍ତି।

ବର୍ତ୍ତମାନ ସୁସ୍ମିତାଙ୍କ ଏହି ପୋଷ୍ଟରେ ଲୋକ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଏହି ପୋଷ୍ଟରେ କମେଣ୍ଟ ଦେଇ ଜଣେ ୟୁଜର୍ ଲେଖିଛନ୍ତି, “ଆପଣଙ୍କୁ ଦେଖି ବହୁତ ଭଲ ଲାଗିଲା। ଅନ୍ୟ ଜଣେ ଲେଖିଛନ୍ତି, ମ୍ୟାମ୍ ଆପଣ ପ୍ରେରଣା। ଆଉ ଜଣେ ଲେଖିଛନ୍ତି, ଏହା ଚମତ୍କାର।

ସମ୍ବନ୍ଧିତ ଖବର