PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ସ୍ତ୍ରୀର ଅଫିସ ସମ୍ମୁଖରେ ସ୍ୱାମୀ ଅପେକ୍ଷା କରିଥିଲା , ସ୍ତ୍ରୀ କହିଲା ତମ ସହ ଯିବିନି: ତାପରେ ସ୍ତ୍ରୀ ପେଟରେ ୨୬ ଥର ଛୁରୀ ଭୂଷି ଦେଲା ସ୍ୱାମୀ

ମୁମ୍ବାଇ,୩୦/୧: ବାହାଘରକୁ ମାତ୍ର ୧୨ ବର୍ଷ। ସ୍ବାମୀ ସ୍ତ୍ରୀ ପରସ୍ପରକୁ ବହୁତ ଭଲ ପାଉଥିଲେ। ଏମିତିକି ସ୍ତ୍ରୀ ଯଦି ଟିକେ ଅଭିମାନ କରି ଅଫିସ ଚାଲିଯାଉଥିଲା ପରେ ସ୍ବାମୀ ଯାଉଥିଲା ତାକୁ ମନାଇବା ପାଇଁ। ଯଦି ଦୁହିଁଙ୍କ ମଧ୍ୟରେ ଏତେ ଭଲ ପାଇବା ଥିଲା ତେବେ ନିଜ ସ୍ତ୍ରୀକୁ କେମିତି ହତ୍ୟା କରିପାରିଲା ସ୍ବାମୀ। ସ୍ତ୍ରୀଠାରୁ କଣ ବଡ଼ ହୋଇଗଲା ଅନ୍ୟ ସାଙ୍ଗ ସାଥୀମାନଙ୍କ କଥା।

ସ୍ତ୍ରୀ ବୀଣା (୩୫)  ଏକ ବେସରକାରୀ କମ୍ପାନିରେ (ସିଏ) ୮ବର୍ଷ ଧରି କାମ କରୁଥିଲା। ମଙ୍ଗଳବାର ଦିନ ବୀଣା ଅଫିସ ଯାଇଥିଲା। ସ୍ବାମୀ କୁମାର ଭୋଇନ ବୀଣାକୁ ଆଣିବା ପାଇଁ ବାହାରେ ଅପେକ୍ଷା କରିଥିଲା। ମାତ୍ର ବୀଣା ତା ସାଙ୍ଗରେ ଯିବ ନାହିଁ ବୋଲି ମନା କରିଦେଇଥିଲା। ବୀଣାର ଅନ୍ୟ ଏକ ପୁରୁଷ ସହ ସମ୍ପର୍କ ଅଛି ବୋଲି କୁମାର ସନ୍ଦେହ କରୁଥିଲା। କୁମାର ଏଭଳି ସନ୍ଦେହ କରି ବାରମ୍ବାର ବାରମ୍ବାର ବୀଣା ଅଫିସକୁ ଯାଇ ତାକୁ ମାରଧର କରୁଥିଲା ବୋଲି ଅଫିସର ସାଙ୍ଗମାନେ କହିଛନ୍ତି। ସେହି ରାଗରେ ଆସି କୁମାର ବୀଣାକୁ ହତ୍ୟା କରିଛି ବୋଲି ପୁଲିସ ଆଗରେ କୁମାର ସ୍ବୀକାର କରିଛି।

ପୁଲିସର କହିବାନୁସାରେ, ବାହାଘରକୁ ୧୨ବର୍ଷ ହୋଇଯାଇଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ବହୁତ ଥର ଝଗଡ଼ା ହେଉଥିଲା। ଝଗଡ଼ାରୁ ମୁକ୍ତି ପାଇବା ପାଇଁ ଜାନୁଆରି ୨ ତାରିଖ ଦିନ ବୀଣା ଘର ଛାଡ଼ି ଚାଲି ଯାଇଥିଲା। ଏ ସମ୍ପର୍କରେ କୁମାର ନିଜେ ଥାନାରେ ରିପୋର୍ଟ ଲେଖିଥିଲା। ୧୦ ତାରିଖ ଦିନ ପୁଲିସ ନିଜେ ବୀଣାକୁ ଏକ ସ୍ଥାନରୁ ଉଦ୍ଧାର କରିଥିଲା। ତାପର ଦିନ ବୀଣା ପୁଣି ପୂର୍ବପରି ଅଫିସ ଯାଇଥିଲା। ଆଉ ତାକୁ ବାହାରେ ଅପେକ୍ଷା କରିଥିଲା କୁମାର। ମାତ୍ର ସେ ସ୍ବାମୀ ସାଙ୍ଗରେ ଯିବ ନାହିଁ ବୋଲି ମନା କରିଦେଇଥିଲା। ସେହି ରାଗରେ ଆସି କୁମାର ବୀଣା ପେଟରେ ୨୬ଥର ଛୁରି ଭୁଷି ହତ୍ୟା କରିଛି ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର