ନିମବାହାଳି,୦୭/୦୭: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ କୁରୁଣ୍ଟି ସ୍ଥିତ ଏକ ଫାର୍ମ ହାଉସ୍ରୁ ଜଣେ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତଦେହକୁ ପୁଲିସ ଉଦ୍ଧାର କଲା ଢେଙ୍କାନାଳ ପୁଲିିସ୍ । ମୃତ ଶ୍ରମିକ ହେଲେ ଗୋବିନ୍ଦ ମୋଦୀ । ତାଙ୍କ ଘର ପଶ୍ଚିମବଙ୍ଗ ମାଲଦା ଜିଲ୍ଲା ଓଲଡ଼ ମାଲଦା ଥାନା ନେମୁଆଁ କମୋଡ଼ ଗାଁରେ ।
ସୂଚନା ମୁତାବକ, ଶ୍ରମିକ ଜଣକ ପୋଲାକ୍ସ ଠିକା ସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତେବେ ସୋମବାର କୁରୁଣ୍ଟି ସ୍ଥିତ ଏକ ଫାର୍ମ ହାଉସ୍ରୁ ତାଙ୍କର ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଥିବା ବେଳେ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ଗୋବିନ୍ଦଙ୍କ ମରଶରୀର ପାଣି ମଧ୍ୟରେ ରହିଥିବା ବେଳେ ଗୋଟିଏ ଗୋଡ଼ ତାର ବାଡ଼ରେ ଲାଗିଥିଲା । ମୋଟଙ୍ଗ ପୁଲିସ୍ ଘଟଣାସ୍ଥଳରେ ଛାନଭିନ୍ ଚଳାଇଛି ।