ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସନ୍ଦେହ ଜନକ ଭାବେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

Published By : Harapriya Sethi | December 9, 2024 11:00 AM

ରିଆମାଳ,୦୯/୧୨: ରେଙ୍ଗାଲପାଲି ଛକ ପାଖରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ରିଆମାଳ ଥାନା ଅନ୍ତର୍ଗତ ପୋଇପାଣି ଗ୍ରାମର ତ୍ରିଲୋଚନ ନାୟକ (୫୭)ବୋଲି ଜଣା ପଡିଛି । ଦେବଗଡ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ରବିବାର ସଂନ୍ଧ୍ୟା ୭ଟା ସମୟରେ ଲୁଲଙ୍ଗର ବନ୍ଧୁଙ୍କ ଘରୁ ଫେରିବା ସମୟରେ ମୃତ୍ୟୁ ହୋଇଥିବା ଜଣା ପଡିଛି । ମୃତଦେହଟି ୫୩ନଂ ଜାତୀୟ ରାଜପଥ ରେଙ୍ଗାଲପାଲି ଛକ ନିକଟରୁ କିଛି ଦୂରରେ ସନ୍ଦେହ ଜନକ ଭାବରେ ପଡିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ରିଆମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ପରେ ସମ୍ପୂର୍ଣ୍ଣ ଘଟଣା ଜଣାପଡିବ ବୋଲି ପୋଲିସ ସୂତ୍ରରୁ ଜଣା ପଡିଛି । ତେବେ ଅଜଣା ଗାଡି ଧକ୍କାରେ ମୃତ୍ୟ ହୋଇଛି ନା ଏହା ଏକ ହତ୍ୟା ତାହାର ତଦନ୍ତ ଚଳାଇଛି ପୋଲିସ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.