ନୂଆଦିଲ୍ଲୀ: ପଶ୍ଚିମବଙ୍ଗକୁ ମିଳିଲେ ବିଜେପି ମୁଖ୍ୟମନ୍ତ୍ରୀ । ବଙ୍ଗର ମଙ୍ଗ ଶୁଭେନ୍ଦୁ ଅଧିକାରୀଙ୍କ ହାତରେ । ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ନାମ ଘୋଷଣା ହେବା ପରେ ନିଜର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ଶୁଭେନ୍ଦୁ । ସେ ନିଜର ଅଭିଭାଷଣରେ କହିଛନ୍ତି କି, "ଦଳ ପାଇଁ ପ୍ରାଣବଳି ଦେଇଥିବା ବିଜେପି କର୍ମୀଙ୍କ ସ୍ୱପ୍ନ ମୁଁ ପୂରଣ କରିବି," । "ଆରଜି କର ମାମଲାର ତଦନ୍ତ ପାଇଁ ଏକ କମିଶନ ଗଠନ କରାଯିବ ଏବଂ ଦୋଷୀମାନଙ୍କୁ ଦଣ୍ଡ ଦିଆଯିବ । ପଶ୍ଚିମବଙ୍ଗକୁ ସୁନାର ବଙ୍ଗଳା କରିବା ପାଇଁ ଆମେ ସମସ୍ତେ ଏକାଠି କାମ କରିବୁ।"
ସେ କହିଛନ୍ତି, "ଦୁର୍ନୀତିରେ ଜଡିତ ଲୋକଙ୍କ ତଦନ୍ତ ପାଇଁ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ କମିଶନ ଗଠନ କରାଯିବ । ସରକାରୀ ପାଣ୍ଠିର ଆତ୍ମସାତରେ ଜଡିତ ଲୋକଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆମେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବୁ । ମୁଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଇସ୍ତାହାରରେ ଦିଆଯାଇଥିବା ପ୍ରତ୍ୟେକ ପ୍ରତିଶ୍ରୁତି ପୂରଣ କରିବି ।"
ଏହି ସମୟରେ ସେ ଦଳୀୟ ନେତା, କର୍ମୀ ଏବଂ ଜନସାଧାରଣଙ୍କୁ ମଧ୍ୟ ନିବେଦନ କରିଥିଲେ। ସେ କହିଥିଲେ, "ଆସନ୍ତୁ ଆମେ ଜନସାଧାରଣ, କେନ୍ଦ୍ର ସରକାର ଏବଂ ରାଜ୍ୟର ଆଶା ପୂରଣ କରିବା ପାଇଁ ଏକାଠି କାମ କରିବା।" ଏହା ପୂର୍ବରୁ, ବିଜେପି ବିଧାୟକ ଦଳ ବୈଠକକୁ ସମ୍ବୋଧିତ କରି ଅମିତ ଶାହ କହିଥିଲେ, "ଏଥର ଲୋକମାନଙ୍କୁ ଭୟମୁକ୍ତ ପରିବେଶରେ ନିଜର ମତାମତ ପ୍ରକାଶ କରିବାର ସୁଯୋଗ ମିଳିଛି।"
ଏହାସହ ପଢ଼ନ୍ତୁ : ଶୁଭେନ୍ଦୁଙ୍କ ନାଁରେ କାହିଁକି ବାଜିଲା ମୋହର ? ଶାହ କହିଦେଲେ ବଡ଼ କଥା