PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ଗଙ୍ଗା ସଫା ରହିଲେ ଦେଶର ଲାଭ ହେବ: ଧର୍ମେନ୍ଦ୍ର

source:www.financialexpress.com

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ଗଙ୍ଗା ସଫା ରହିଲେ ଦେଶର ଲାଭ ହେବ । ସବୁ ସମସ୍ୟାର ଉତ୍ତର ଗଙ୍ଗା ପାଖରେ ଅଛି ବୋଲି ନୂଆଦିଲ୍ଲୀଠାରେ ‘ସ୍ୱଚ୍ଛ ଗଙ୍ଗା ଅଭିଯାନ’ ଅଧୀନରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହାସହ ଆଇଓସିଏଲ୍‌ ପରି ବ୍ୟବସାୟିକ ସଂସ୍ଥାକୁ ଏପରି ପୂଣ୍ୟ କାମ ପାଇଁ ସୁଯୋଗ ଦେଇଥିବାରୁ ଶ୍ରୀ ପ୍ରଧାନ, ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଅବସରରେ ଗଙ୍ଗା ସଫେଇ ଅଭିଯାନ ପାଇଁ ଆଇଓସିଏଲ୍‌ ତରଫରୁ ୩୪ କୋଟି ଟଙ୍କାର ଆର୍ଥିକ ଅନୁଦାନ ସହ ଶ୍ରୀ ପ୍ରଧାନ ବ୍ୟକ୍ତିଗତ ୧ ଲକ୍ଷ ଟଙ୍କା ଦେଇଥିଲେ । ଏହାସହ ଶ୍ରୀ ପ୍ରଧାନ ଦେଶର ସମସ୍ତ ଲୋକ ଗଙ୍ଗାନଦୀକୁ ସ୍ୱଚ୍ଛ ରଖିବା ଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଆଇଓସିଏଲ୍‌ ବ୍ୟତୀତ ଓଏନ୍‌ଜିସି ମଧ୍ୟ ଗଙ୍ଗାର ଉତ୍ପତ୍ତିସ୍ଥଳ ଗୋମୁଖରେ ଉତ୍ତରାଖଣ୍ଡ ସରକାର ସହ ମିଶି ସେଠାରେ ଅନେକ ବିକାଶମୂଳକ କାର୍ଯ୍ୟ କରୁଛି । ସେହିପରି ପାଟନାରେ ଆଇଓସିଏଲ୍‌ ଏକ ଘାଟକୁ ନିର୍ମାଣ କରିବାର କାର୍ଯ୍ୟ କରୁଛି ।
ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଅନୁରୋଧ କରି କହିଛନ୍ତି ଯେ ଗଙ୍ଗାକୁ ସ୍ୱଚ୍ଛ କରିବା ପାଇଁ ଗଙ୍ଗା ଫଣ୍ଡ କରାଯାଇଛି । ଏଥିପାଇଁ ଲୋକଙ୍କ ଜନଭାଗିଦାରୀର ମଞ୍ଚ ନିର୍ମାଣ କରାଯାଇଛି । ଏହାକୁ ସର୍ବସାଧାରଣ କରାଯାଉ । କେବଳ ଟଙ୍କା ନୁହେଁ ଜଣେ ଚାହିଁଲେ ଶ୍ରମ ଦାନ କରି ଗଙ୍ଗା ସଫେଇରେ ନିଜର ଯୋଗଦାନ କରିପାରିବ । ଏଭଳି ବ୍ୟବସ୍ଥା ମଧ୍ୟ କରାଯିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।