ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢାଉ, ନିମ୍ନ ମାନର ଖାଦ୍ୟ ପରସିବା ଅଭିଯୋଗରେ ହୋଟେଲ ସ୍ୱାଗତର ରେଷ୍ଟୁରାଣ୍ଟ ବନ୍ଦ

ମାଲକାନଗିରି,୯।୧୨(ଆପ୍ର):ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଆଜି ସନ୍ଦ୍ୟାରେ ମାଲକାନଗିରି ସହରର ଏକ ପ୍ରସିଦ୍ଧ ହୋଟେଲ ସ୍ୱାଗତର ରେଷ୍ଟୁରାଣ୍ଟ ଉପରେ ଚଡଉ କରାଯାଇଛି। ନିମ୍ନ ମାନର ବାସୀ ଖାଦ୍ୟ ପରସିବା ଅଭିଯୋଗରେ ହୋଟେଲ ସ୍ୱାଗତର ରେଷ୍ଟୁରାଣ୍ଟକୁ ବନ୍ଦ କରାଯାଇ କୈଫିୟତ ମଗା ଯାଇଥିବାର ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାଶ କୁମାର ସେଠୀ କହିଛନ୍ତି। ମାଲକାନଗିରି ଜିଲ୍ଲାର ଷ୍ଟାର ହୋଟେଲ ସ୍ୱାଗତ । ଯେଉଁଠି ଦିର୍ଘ ଦିନ ଧରି ଗ୍ରାହକ ମାନଙ୍କୁ କଞ୍ଚା ଓ ପଚା ଖାଦ୍ୟ ଦେବାର ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଆଜି କିଛି ଗ୍ରାହକ ଙ୍କ ଅଭିଯୋଗ ପାଇବା ପରେ ମାଲକାନଗିରି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଏକ ଟିମ କୁ ନେଇ ପହଁଛି ଥିଲେ ହୋଟେଲ ସ୍ୱାଗତରେ । ଯେଉଁଠି ରେଫ୍ରିଜେଟରରେ ପୁରୁଣା ବାସୀଖାଦ୍ୟ ରଖା ଯାଇ ଗ୍ରାହକଙ୍କୁ ପରସୁଥିବା ଦେଖିବାକୁ ପାଇଥିଲେ । ଏହା ପରେ ଆଇନ ଅନୁଯାୟୀ ତୁରନ୍ତ କାର୍ଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରିଥିଲେ ।

ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନିକଟରେ ହୋଟେଲ କର୍ମଚାରୀ ମାନେ ନିଜ ଭୁଲ ସ୍ୱୀକାର କରିଥିବା ବେଳେ ପୂର୍ବରୁ ମଧ୍ୟ ନିମ୍ନ ମାନର ଖାଦ୍ୟ ଲୋକଙ୍କୁ ପ୍ରଦାନ କରାଯିବାର ଅଭିଯୋଗ ହୋଇଥିବା ବେଳେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ମଧ୍ୟ ହୋଟେଲ ସ୍ୱାଗତର ରେଷ୍ଟୁରାଣ୍ଟକୁ ନୋଟିସ କରଯାଇଥିଲା। ଖାଦ୍ୟ ସୁରକ୍ଷା ବିଭାଗ କୁ ହୋଟେଲ ସ୍ୱାଗତ ପକ୍ଷରୁ କୌଣସି ଉତ୍ତର ଦିଆଯାଇ ନଥିବାରୁ ଏହାକୁ ଦେଖି ପୂର୍ବରୁ ପାଞ୍ଚ ହଜାର ଟଙ୍କାର ଜୋରିମାନା ହୋଟେଲ ସ୍ୱାଗତକୁ ମଧ୍ୟ କରା ଯାଇଥିଲା ତେବେ ଚଳିତ ଥର କିନ୍ତୁ ସେକ୍ସସନ୫୫ ଓ୫୬ ଅନୁସାରେ ନୋଟିସ କରାଯାଇ ହୋଟେଲ ସ୍ୱାଗତକୁ ବନ୍ଦ କରାଯାଇଛି । ତେବେ ବିଭାଗ ପକ୍ଷରୁ ନୋଟିସ ପାଇବା ପରେ ହୋଟେଲ କର୍ତ୍ତୃପକ୍ଷ ତୁରନ୍ତ ଖାଦ୍ୟ ସୁରକ୍ଷା ବିଭାଗ ନିକଟରେ ହାଜିର ନ ହେଲେ ଆଇନ ଅନୁଯାୟୀ ଦୁଇ ଲକ୍ଷ ଟଙ୍କାର ଫାଇନ ସହ ଅନଦିଷ୍ଟ ସମୟ ଲାଗି ହୋଟେଲ ସ୍ୱାଗତର ରେଷ୍ଟୁରାଣ୍ଟକୁ ବନ୍ଧ କରି ଦିଆଯିବ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.