PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ପ୍ରଥମ ଥର ଗୋଟିଏ ଫିଲ୍ମରେ ୯ଟି ଚରିତ୍ରରେ ନଜର ଆସିବେ ସ୍ୱରା ଭାସ୍କର

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ସ୍ୱରା ଭାସ୍କର , ଯିଏକି ଫିଲ୍ମରେ ନିଜର ଚରିତ୍ର ସହ ଏକ୍ସପେରିମେଣ୍ଟ କରିବାକୁ ନେଇ ଖୁବ୍‌ ଜଣାଶୁଣା। ସ୍ୱରାଙ୍କର ଅଧିକାଂଶ ଭୂମିକା ସିଲଭର ସ୍କ୍ରିନ୍‌ରେ ଚର୍ଚ୍ଚାରେ ରହି ଥାଏ, ତାହା ଅନାରକଲି ଆରା ହେଉ , ରାଂଝାଣା ବା ଭିରେ ଦ ୱେଡିଂରେ କରିଥିବା ବୋଲ୍ଡ ଚରିତ୍ର ହେଉ , ସବୁଥିଲେ ସେ ଲୋକଙ୍କର ହୃଦୟ କିଣି ନେଇଥାନ୍ତି। ଏବେ ସ୍ୱରା ପୁଣି ଥରେ ନିଜର ଏକ ସ୍ୱତନ୍ତ୍ର ଚରିତ୍ରରେ ପ୍ରଶଂସକଙ୍କୁ ଏଣ୍ଟରଟେନ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି।

କହି ରଖୁଛୁ କି , ସ୍ୱରା ନିଜର ଫିଲ୍ମ କ୍ୟାରିୟରରେ ପ୍ରଥମ ଥର ବିଷେଶ ଧରଣର ଫିଲ୍ମ କରିବାକୁ ଯାଉଛନ୍ତି । ଏକା ସାଥିରେ ୯ଟି ଚରିତ୍ରରେ ନଜର ଆସଇବେ । ମିସେସ୍‌ ଫଲାନୀ ଟାଇଟଲ ଥିବା ଏହି ଫିଲ୍ମରେ ୯ଟି ଅଲଗା ଅଲଗା କାହାଣୀ ହେବ ଏବଂ ପ୍ରତି କାହାଣୀ  ପାଇଁ ସ୍ୱରା ଲିଡ୍‌ ଚରିତ୍ର କରିବେ। ଏଥିରେ ବିଶେଷ ପରୀକ୍ଷାନିରୀକ୍ଷା ହେବ। ସ୍ୱରା ବି ଏନେଇ ଖୁବ୍‌ ଆଶାବାଦୀ ଅଛନ୍ତି ।

ଉଲ୍ଲେଖନୀୟ ଯେ, କିଛି ଦିନ ପୂର୍ବେ ସ୍ୱରା ଭାସ୍କରଙ୍କୁ ଜୀବନରେ ମାରି ଦେବାର ଧମକ ମିଳିଥିଲା। ଯେଉଁଥି ପାଇଁ ସେ ଚର୍ଚ୍ଚାକୁ ଆସିଥିଲେ। ସ୍ପିଡ୍‌ ପୋଷ୍ଟ ମାଧ୍ୟମରେ ସ୍ୱରାଙ୍କ ପାଖକୁ ଏକ ଚିଠି ଆସିଥିଲା। ସେଥିରେ ତାଙ୍କୁ ଜୀବନରେ ମାରି ଦେବାର ଧମକ ମିଳିଥିଲା। ପିଟିଆଇର ରିପୋର୍ଟ ମୁତାବିକ , ସୂଚନା ମିଳିବା ପରେ ମୁମ୍ୱାଇ ପୁଲିସ୍‌ ଯାଞ୍ଚ ଆରମ୍ଭ କରି ଦେଇ ଥିଲା। ଜଣେ ଅଧିକାରୀ କହିଥିଲେ କି , ଚିଠି ମିଳିବା ପରେ ସ୍ୱରା ନିଜେ ଭର୍ସୋଭା ପୁଲିସ୍‌ ଷ୍ଟେସନରେ କଣ୍ଟାକ୍ଟ  କରି ଥିଲେ ଏବଂ ଅଜଣା ଲୋକଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ କରି ଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ଏହା ବିଷୟରେ କିଛି ଜଣା ପଡ଼ି ନାହିଁ।