ମୋଦିଙ୍କ ସମର୍ଥନରେ ଚା’ ବିକିବାକୁ ବିହାରରୁ ଦିଲ୍ଲୀ ଆସିଛନ୍ତି ଏହି ବ୍ୟକ୍ତି, ପ୍ରତି ରାଲିରେ ପହଁଞ୍ଚି ଯାଆନ୍ତି

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ନିଜର ଦ୍ବିତୀୟ କାର୍ଯ୍ୟକାଳର ଶପଥ ଗ୍ରହଣ କରିଛନ୍ତି ଓ ଏଥିପାଇଁ ଆୟୋଜନ କରାଯାଇଛି ଏକ ଭବ୍ୟ କାର୍ଯ୍ୟକ୍ରମ। ଯେଉଁଥିରେ ୮୦୦୦ରୁ ଅଧିକ ଅତିଥି ଯୋଗ ଦେଇଛନ୍ତି। ଏହି ସମୟରେ ରାଷ୍ଟ୍ରପତି ଭବନ ବାହାରେ ଜଣେ ଚା ବିକାଳିଙ୍କୁ ଦେଖିବାକୁ ମିଳିଥିଲା। ଯିଏକି ଏବେ ଗଣମାଧ୍ୟରେ ଚର୍ଚ୍ଚାରେ ରହିଛନ୍ତି। ସେ ତାଙ୍କ ଦେହରେ ମୋଦିଙ୍କ ଚିତ୍ର ଆଙ୍କି ତାଙ୍କର ବଟ୍ ପ୍ରଶଂସକ ବୋଲି କହିଛନ୍ତି।
ଚା’ ବିକ୍ରି କରୁଥିବା ଏହି ବ୍ୟକ୍ତି ଜଣଙ୍କର ନାମ ଅଶୋକ, ସେ ବିହାରର ମୁଜଫରପୁରରୁ ଦିଲ୍ଲୀ ଆସିଛନ୍ତି ମୋଦିଙ୍କ ଶପଥଗ୍ରହଣ ଉତ୍ସବ ପାଇଁ। ସମାରୋହ ଜାରି ରହିଥିବ ଓ ସେ ଏହାର ବାହାରେ ଚା’ ବିକ୍ରି କରିବେ। ମୋଦିଙ୍କର ଯେଉଁଠାରେ ରାଲି ଥାଏ ସେ ଆସିଯାଇଥାନ୍ତି ସେଠାରେ ଚା’ ବିକ୍ରି କରିବାକୁ। ତେଣୁ ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ଚା ବିକ୍ରି କରିବାକୁ ଆସିଛନ୍ତି।