ଦିନସାରା ନୁହେଁ କେବଳ ଲାଇଟ ଲଗାଇବା ଓ ବନ୍ଦ କରିବାକୁ ମାସକୁ ଦରମା ୧.୬୨ ଲକ୍ଷ, ଜାଣନ୍ତୁ କେଉଁଠି

ଗୋଟେନବର୍ଗ,୮।୩: ସ୍ବିଡେନରେ ସରକାରୀ ଫଣ୍ଡରୁ ଏକ ରେଲଓ୍ବେ ଷ୍ଟେସନର ନିର୍ମାଣ କରାଯାଉଛି। ଏହା ଏକ ଆର୍ଟି ପ୍ରୋଜେକ୍ଟ ଅଟେ, ଯାହାକି ୨୦୨୬ରେ ସମ୍ପୂର୍ଣ୍ଣ ହେବ। ଏଥିରେ ନିଯୁକ୍ତ କରାଯିବା କର୍ମଚାରୀଙ୍କ କାମ ହେଲା କେବଳ ଯିବା-ଆସିବାର ସମୟ ପକାଇବା। ଏଥିପାଇଁ ମାସକୁ ୨୩୨୦ ଡଲାର(ପ୍ରାୟ ୧.୬୨ ଲକ୍ଷ ଭାରତୀୟ ମୁଦ୍ରା ଅନୁସାରେ) ଦରମା ମିଳିବ। ଏହା ସହ ଭତ୍ତା, ଛୁଟି, ପେନଶନ୍ ମଧ୍ୟ ମିଳିବ। ଏହି ପ୍ରୋଜେକ୍ଟ ସହ ଜଡିତ କଳାକାରଙ୍କ କହିବା ଅନୁସାରେ ଏହି ପଦ ପାଇଁ ୨୦୨୫ ପର୍ଯ୍ୟନ୍ତ କୌଣସି ଆବେଦନ ଗ୍ରହଣ କରାଯିବ ନାହିର୍ର୍। ଯେତେବେଳେ ଷ୍ଟେସନ୍ର ନିର୍ମାଣ ଶେଷ ପର୍ଯ୍ୟାୟରେ ହେବ। ତେବେ ଏ ସମ୍ପର୍କିତ ବିଜ୍ଞାପନ ଅନଲାଇନ୍ ଦେବାକୁ ହେବ।
କର୍ମଚାରୀଙ୍କୁ ପ୍ରତିଦିନ ସକାଳେ ରେଲଓ୍ବେ ଷ୍ଟେସନରେ ପହଁଞ୍ଚିବାକୁ ହେବ। ଯାତ୍ରୀ ଓ ଆଗନ୍ତୁକଙ୍କୁ ସାହାର୍ଯ୍ୟ କରିବା ପାଇଁ ପ୍ଳାଟଫର୍ମରେ ଲାଇଟ୍ ଜଳାଇବା ଓ ବନ୍ଦ କରିବାକୁ ହେବ। ଖାଲି ସମୟରେ କର୍ମଚାରୀ ନିଜ ମନମୁତାବକ କାମ କରିପାରିବେ। ତାଙ୍କୁ ଷ୍ଟେସନରେ ରହିବାର କୌଣସି ବାଧ୍ୟ କରାଯିବ ନାହିଁ। କର୍ମଚାରୀ ଯେବେ ଚାହିଁବେ ସେତେବେଳେ ଚାକିରି ଛାଡିପାରିବେ କିମ୍ବା ଅବସର ନେଇ ପାରିବେ। ଏଥପାଇଁ କୌଣସି ଖାସ୍ ଯୋଗ୍ୟତା ନାହିଁ। ବିଶ୍ବର ଯେ କୌଣସି ଲୋକ ଏଥିପାଇଁ ଆବେଦନ କରିପାରିବେ।
୨୦୧୭ରେ ସ୍ବୀଡେନରେ ପବ୍ଲିକ ଆର୍ଟ ଏଜେନ୍ସି ଓ ସ୍ବୀଡିଶ ଟ୍ରାନ୍ସପୋର୍ଟ ଆଡମିନଷ୍ଟେସନ ଦ୍ବାରା ଅନ୍ତଃର୍ଜାତୀୟ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା। ଏହା ଅନୁସାରେ ନୂଆ ଷ୍ଟେସନର ଡିଜାଇନ କରିବା ପାଇଁ କଳାକାରଙ୍କ ଠାରୁ ଆବେଦନ ମଗା ଯାଇଥିଲା। ଏହାର ବିଜେତାଙ୍କୁ ୭ ମିଲିୟନ ସ୍ବିଡିଶ କ୍ରୋନର( ୫.୨୪ କୋଟି ଟଙ୍କା)ର ପୁରସ୍କାର ଘୋଷଣା କରାଯାଇଥିଲା। ସ୍ବିଡିଶ କଳାକାରଙ୍କ ଯୋଡି ସାଇମନ ଗୋଲଡିନ ଓ ଜ୍ୟାକବ ସେନେଭି ଏହି ପୁରସ୍କାର ଜିତିଛନ୍ତି। ଦୁହେଁ ନିଷ୍ପତ୍ତି ନେଇଛନ୍ତି ଏହି ପୁରସ୍କାର ରାଶିକୁ ସେମାନେ ଜଣେ କର୍ମଚାରୀଙ୍କୁ ବେତନ ଭାବରେ ଦେବେ। ଯାହାକୁ ସାରା ଦିନ କିଛି କାମ କରିବାକୁ ପଡିବ ନାହିଁ। ଗୋଲ୍ଡିନ ଓ ସେନେଭି ଏହି କଥାକୁ ମାନନ୍ତି ଯେ କୌଣସି ବ୍ୟକ୍ତି ଦିନସାରା ଦୁଇଥର ଆସି ଷ୍ଟେସନରେ ପଞ୍ଚ କରିବା ଏକ କିଛି ଜରୁରୀ କାମ ନୁହେଁ। ଏହା ଆମର ବିଚାର। ବହୁ ଲୋକ ଆର୍ଟକୁ ବେକାର ମାନନ୍ତି। ତାଙ୍କ ମତରେ ନିରର୍ଥକ କାର୍ଯ୍ୟ ଉଦାସିନତା, ଅକର୍ମଣ୍ୟତା ଏବଂ ନିରସତା ସୃଷ୍ଟି କରିଥାଏ।