ଏହି ଘଣ୍ଟାରେ କେବେ ମଧ୍ୟ ବାଜେନି ୧୨ଟା, ଶହ ଶହ ବର୍ଷର କାହାଣୀ ସହିତ ଯୋଡି ରହିଛି ଏହି ରହସ୍ୟ

ନୂଆଦିଲ୍ଲୀ,୨୪।୫: ସାଧାରଣତଃ ଆମ ଦେଶରେ ୧୨ ସଂଖ୍ୟାକୁ ଅଶୁଭ ବୋଲି କୁହାଯାଇଥାଏ।ସେଥିପାଇଁ ତ ଲୋକମାନେ କୁହନ୍ତି ଆପଣଙ୍କ ମୁହଁରେ କାହିଁକି ୧୨ ବାଜିଛି। କିନ୍ତୁ ଆପଣମାନେ ଜାଣିକି ଆଶ୍ଚର୍ଯ୍ୟ ହେବେ ବିଶ୍ବରେ ଏଭଳି ଏକ ଘଣ୍ଟା ରହିଛି, ଯେଉଁଥିରେ କେବେ ବି ୧୨ ବାଜିନଥାଏ। ଏହା ପଛର ସତ୍ୟତା ଜାଣିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।

ଏହା ଏକ ଅଦ୍ଭୁତ ଘଣ୍ଟା ସ୍ବିଜରଲାଣ୍ଡର ସେଲୋଥର୍ନ ସହରରେ ରହିଛି। ଏହି ଘଣ୍ଟା ସହରର ଟାଉନ ସ୍କୋୟରରେ ଲାଗିଛି। ଏହି ଘଣ୍ଟାରେ କେବଳ ୧୧ ଅଙ୍କ ରହିଛି। ଯେଉଁଥିରେ ୧୨ ସଂଖ୍ୟା ଗାୟବ ରହିଛି। କେବଳ ଏହି ଘଣ୍ଟା ନୁହେଁ ସେଠାରେ ଥିବା ସମସ୍ତ ଘଣ୍ଟାରେ ୧୨ ସଂଖ୍ୟା ନାହିଁ, ତେଣୁ ସେଠାରେ କେବେ ବି ୧୨ଟା ବାଜିନଥାଏ। ଏହି ସହରର ସବୁଠାରୁ ବଡ ବିଶେଷତ୍ବ ହେଉଛି ସେଠାକାର ଲୋକ ୧୧ ନମ୍ବରକୁ ଖୁବ୍ ଭଲ ପାଆନ୍ତି। ସେଠାରେ ଯେ କୌଣସି ଜିନିଷ ତାଙ୍କର ଡିଜାଇନ୍ ୧୧ ନମ୍ବର ଆଖପାଖରେ ବୁଲୁଥାଏ।

ଆପଣମାନେ ଜାଣିକି ଆଶ୍ଚର୍ଯ୍ୟ ହେବେ ଏହି ସହରର ଚର୍ଚ୍ଚ ଏବଂ ହୋଟେଲ ଗୁଡିକର ସଂଖ୍ୟା ମଧ୍ୟ ୧୧ ରହିଥାଏ। କେବଳ ସେତିକି ନୁହେଁ ସଂଗ୍ରହାଳୟ, ଐତିହାସିକ ଝରଣା ଓ ଟାଓ୍ବାର ମଧ୍ୟ ୧୧ ନମ୍ବର ରହିଛି। ସେଠାରେ ସେଣ୍ଟ ଉର୍ସୁସର ମୁଖ୍ୟ ଚର୍ଚ୍ଚରେ ମଧ୍ୟ ୧୧ ନମ୍ବରର ମହତ୍ତ୍ବକୁ ଆପଣମାନେ ସ୍ପଷ୍ଟ ଭାବରେ ଦେଖିପାରିବେ। ଏହି ଚର୍ଚ୍ଚ ପ୍ରତି ୧୧ ବର୍ଷରେ ତିଆରି ହୋଇଥିଲା। ଏଠାରେ ୩ଟି ସିଡିର ସେଟ୍ ରହିଛି ଓ ପ୍ରତି ସେଟରେ ୧୧ ପଙ୍କକ୍ତି ରହିଛି। ଏହାଛଡା ଏଠାରେ ୧୧ଟି କବାଟ ଓ ୧୧ଟି ଘଣ୍ଟା ମଧ୍ୟ ରହିଛି।

ଏଠାକାର ଲୋକଙ୍କୁ ୧୧ ନମ୍ବର ସହିତ ଏତେ ଭଲ ସମ୍ପର୍କ ରହିଛି ଯେ, ସେମାନେ ନିଜର ୧୧ ତମ ଜନ୍ମଦିନକୁ ଖୁବ୍ ଖାସ୍ ଭାବରେ ସେଲିବ୍ରେଟ୍ କରନ୍ତି। ଏହି ଅବସରରେ ଦିଆଯାଉଥିବା ପୁରସ୍କାର ୧୧ ନମ୍ବର ସହିତ ଜଡିତ। ୧୧ ନମ୍ବର ପ୍ରତି ଲୋକଙ୍କର ଏକେ ଭଲ ପାଇବା ପଛରେ ଦୀର୍ଘ ବର୍ଷର ଏକ ମାନ୍ୟତା ରହିଛି। କୁହନ୍ତି ଯେ ଏକ ସମୟରେ ସୋଲୋର୍ଥନର ଲୋକ ଖୁବ୍ ପରିଶ୍ରମ କରୁଥିଲେ, କିନ୍ତୁ ଏହା ପରେ ମଧ୍ୟ ତାଙ୍କର ଜୀବନରେ ଖୁସି ନଥିଲା। କିଛି ସମୟ ପରେ ଏଠାରେ ପାହାଡରେ ଏଲଏଫ୍ (ଯୋଗିନୀ) ଆସିବାରେ ଲାଗିଲେ ଓ ଲୋକଙ୍କ ସାହାସ ବଢାଇବାରେ ଲାଗିଲେ। ଯୋଗିନୀମାନେ ଆସିବା କାରଣରୁ ସେଠାକାର ଲୋକଙ୍କ ଜୀବନରେ ଖୁସି ଆସିଥିଲା।

ଜର୍ମାନର ପୌରାଣିକ କାହାଣୀରୁ ଶୁଣିବାକୁ ମିଳୁଛି ଯେ, ସେମାନଙ୍କୁ ଯୋଗିନୀ କୁହାଯାଏ ଯେଉଁମାନଙ୍କ ପାଖରେ ଆଲୌକିକ ଶକ୍ତି ରହିଛି ଓ ଜର୍ମାନ ଭାଷାରେ ଯୋଗିନୀଙ୍କୁ ୧୧ ନମ୍ବର ସହିତ ଯୋଡା ଯାଇଥାଏ ଓ ସେବେଠାରୁ ସ୍ଥାନୀୟ ଲୋକ ୧୧ ନମ୍ବରକୁ ମହତ୍ତ୍ବ ଦେବା ଆରମ୍ଭ କରିଦେଇଛନ୍ତି।