PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ଏଇଥି ପାଇଁ ଅଷ୍ଟ୍ରେଲିଆର ଏହି ସଡ଼କର ନାଁ ହେଲା ‘ଲିଟିଲ ଇଣ୍ଡିଆ’

ସିଡନୀ : ଅଷ୍ଟ୍ରେଲିଆରେ ଗୋଟିଏ ସଡକର ନାଁ ବଦଳାଇ ଲିଟିଲ ଇଣ୍ଡିଆ  କରି ଦିଆ ଯାଇଛି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନିଜ ମଙ୍ଗଳବାର ଏକ ସ୍ୱତନ୍ତ୍ର ସାଂପ୍ରଦାୟିକ କାର୍ଯ୍ୟକ୍ରମ ବେଳେ ପିଏମ୍‌ ମୋଦିଙ୍କର ଉପସ୍ଥିତିରେ ଏହାର ଘୋଷଣା କରିଛନ୍ତି । ହାରିସ୍‌ ପାର୍କ ପଶ୍ଚିମୀ ସିଡନୀରେ ଏକ ସ୍ଥାନ , ଯେଉଁଠି ଭାରତୀୟ ଗୋଷ୍ଠୀ ଦିପାବଳୀ ଓ ଅଷ୍ଟ୍ରେଲିଆ ଦିବସ ଭଳି ଉତ୍ସବ ଓ କାର୍ଯ୍ୟକ୍ରମ ପାଳିଥାନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍‌ କରିଥିଲେ କି, ମୋତେ ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ଅଲବାନିଜ୍‌ଙ୍କୁ ଭାରତୀୟ ମାଟିରେ ସ୍ୱାଗତ କରିବାର ଅବସରର ମିଳିଥିଲା । ଆଜି ଏଠାରେ ଲିଟିଲ ଇଣ୍ଡିଆର ଭିତ୍ତିପ୍ରସ୍ତର ରଖିବା କାର୍ଯ୍ୟକ୍ରମରେ ସେ ମୋ ସାଥିରେ ଅଛନ୍ତି।

ମୁମ୍ୱାଇ ଅନୁଭୂତି –

ସିଟି ଅଫ୍‌ ପେରାମେଟା ନିଜର ୱେବସାଇଟ୍‌ରେ ଲେଖିଛି କି,  ହାରିସ୍‌ ପାର୍କ ଏକ ଉନ୍ନତ , ଗତିଶୀଳ , ବହୁସାଂସ୍କୃତିକ କେନ୍ଦ୍ର ,ଯାହା ସଂସ୍କୃତି ଓ ଏକ ବଡ଼ ଭାରତୀୟ ଜନସଂଖ୍ୟାର ମିଶ୍ରଣ ପାଇଁ ଜଣାଶୁଣା । ସେ କହିଥିଲେ କି, ଲିଟିଲ ଇଣ୍ଡିଆ ଭାବେ ପରିଚିତ , ହାରିସ୍‌ ପାର୍କରେ ୱିଗ୍ରାମ ,ମେରିୟନ ଓ ଷ୍ଟେସନ ଷ୍ଟ୍ରିଟ୍‌ରେ ୨୦ ରୁ ଅଧିକ ଖାଦ୍ୟ-ପେୟର ସ୍ଥାନ ଅଛି। ଏଠାରେ ରଙ୍ଗବେରଙ୍ଗର ଶାଢି , ଚକମକିଆ ଚୁଡ଼ି ଓ ଭାରତୀୟ ମସଲା ବିକ୍ରି କରୁଥିବା ଦୋକାନ , ଯାହା ଆପଣଙ୍କୁ ଏମିତି ଅନୁଭୂତି ଆଣିଦେବ କି ଆପଣ ସିଧା ମୁମ୍ୱାଇରେ ପହଞ୍ଚି ଯାଇଛନ୍ତି।

ହାରିସ ପାର୍କକୁ ଲିଟିଲ ଇଣ୍ଡିଆ ନାମ ଦିଆ ଯିବା ପାଇଁ ପିଏମ୍‌ ମୋଦି ଅଲବାନିଜଙ୍କୁ ଧନ୍ୟବାଦ ଦେଇଛନ୍ତି । ମୋଦି ସାମ୍ପ୍ରଦାୟିକ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରୁଥିବା ବେଳେ କହିଥିଲେ , ଧନ୍ୟବାଦ, ମୋ ବନ୍ଧୁ ଆନ୍ଥୋନୀ। ଏହା ଅଷ୍ଟ୍ରେଲିଆ ସମାଜର ଭାରତୀୟ ସମ୍ପ୍ରଦାୟକୁ ଦିଆଯାଇ ଥିବା ମାନ୍ୟତା । ମୁଁ ଏହି ବିଶେଷ ସମ୍ମାନ ପାଇଁ ନ୍ୟୁ ସାଉଥ୍‌ ୱେଲ୍ସର ପ୍ରମୁଖ , ପେରାମେଟା ସହରର ମେୟର ଓ ଡେପୁଟୀ ମେୟର ଓ କାଉନ୍ସିଲରଙ୍କୁ ଧନ୍ୟବାଦ ଦେଉଛି ।

୨୦୧୫ରେ ପ୍ରସ୍ତୁତ ହୋଇଥିଲା ପ୍ରସ୍ତାବ –

ଅଫିସିଆଲି ଭାବେ ଲିଟିଲ ଇଣ୍ଡିଆ  କ୍ଷେତ୍ରର ନାମକରଣ କରିବାର ପ୍ରଥମ ପ୍ରସ୍ତାବ ୨୦୧୫ରେ ପ୍ରସ୍ତୁତ କରାଯାଇ ଥିଲା। ସେତେବେଳେ ଜିୟୋଗ୍ରାଫିକ୍‌ ନେମ୍ସ ବୋର୍ଡ ପେରାମୋଟା କାଉନ୍ସିଲରୁ ମାର୍କେଟିଂ ମାଟେରିଆଲ ପାଇଁ ଏହି ନାଁର ବ୍ୟବହାର କରିବାକୁ ମନା କରିଥିଲା। ତାଙ୍କର କହିବାର ଥିଲା କି ଏଥିରେ କନଫ୍ୟୁଜନ ସୃଷ୍ଟି ହୋଇଥାଏ । ପେରାମୋଟା କାଉନ୍ସିଲ କହିଛି କି ସେ ଏବେବି ଜିୟୋଗ୍ରାଫିକ ନେମ୍ସ ବୋର୍ଡରୁ ଏହାକୁ ନେଇ ଆଲୋଚନା କରୁଛି। ହେରିସ୍‌ ପାର୍କ ପେରାମୋଟା ନିକଟରେ ଥିବା ଏକ ଉପନଗର , ଯେଉଁଠି ଲେବନାନ , ଇଟଲୀ , ଗ୍ରୀସ୍‌ ଓ ଚୀନ୍‌ର ପ୍ରବାସୀ ଲୋକ ରୁହନ୍ତି ।