ନୂଆଦିଲ୍ଲୀ,୨୧/୦୨; ଟି-ଟ୍ୱେଣ୍ଟି ବିଶ୍ୱକପ ଅନ୍ତିମ ଲିଗ୍ ମ୍ୟାଚରେ ଅଷ୍ଟ୍ରେଲିଆ ସହଜ ବିଜୟ ସହ ବିଦାୟ ନେଇଛି । ଦଳ ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ପରାସ୍ତ କରିବା ପରେ ଜିମ୍ବାୱେ ଓ ଶ୍ରୀଲଙ୍କା ଠାରୁ ପରାଜିତ ହୋଇ ସୁପର-୮ ରାଉଣ୍ଡ୍ରୁ ବାଦ ପଡ଼ିଥିଲା । ଶୁକ୍ରବାର ଅନୁଷ୍ଠିତ ଅନ୍ତିମ ମ୍ୟାଚରେ ଅଷ୍ଟ୍ରେଲିଆ ୯ ୱିକେଟ୍ରେ ଓମାନକୁ ହରାଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଓମାନ ୧୦୪ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଜବାବରେ ଅଷ୍ଟ୍ରେଲିଆ ୯.୪ ଓଭରରେ ୧ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଘାତକ ବୋଲିଂ ପ୍ରଦର୍ଶନ ପାଇଁ ଆଡାମ ଜାମ୍ପା ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଓମାନ ପ୍ରଥମ ବଲ୍ରେ ଓପନର ଅମୀର କଲିମଙ୍କ ୱିକେଟ୍ ହରାଇଥିଲା । ଏଥିସହ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ । ଅନ୍ୟ କୌଣସି ବ୍ୟାଟର ଅଷ୍ଟ୍ରେଲିଆ ବୋଲରଙ୍କ ମୁକାବିଲା କରିପାରି ନଥିଲେ । କେବଳ ୱାସିମ ଅଲି ଲଢୁଆ ୩୨ ରନ କରିଥିଲେ । ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୬.୨ ଓଭରରେ ୧୦୪ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଯତିନ୍ଦର ସିଂହ ୧୭, କରଣ ସୋନାବାଲେ ୧୨ ଓ ହମାଦ ମିର୍ଜା ୧୬ ରନ କରିଥିଲେ । ଅନ୍ୟ କେହି ୨ଅଙ୍କ ଛୁଇଁ ପାରି ନଥିଲେ ।
Australia race to a commanding win to finish their #T20WorldCup campaign 👏
— T20 World Cup (@T20WorldCup) February 20, 2026
📝: https://t.co/9eVV2ZWMM1 pic.twitter.com/EGH7QWMzh0
ଏହା ବି ପଢନ୍ତୁ...୧୭ ବର୍ଷର ପୁରୁଣା ସଂଯୋଗ, ଆଗକୁ ଯାଇପାରିବ ତ ଟିମ୍ ଇଣ୍ଡିଆ ?
ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୪ଟି, ଜାଭିୟର ବାର୍ଟଲେଟ୍ ଓ ଗ୍ଲେନ ମ୍ୟାକ୍ସୱେଲ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ଅଷ୍ଟ୍ରେଲିଆର ଦୁଇ ଓପନର ମିଚେଲ ମାର୍ଶ ଓ ଟ୍ରେଭିସ ହେଡ୍ ବିସ୍ଫୋରକ ବ୍ୟାଟିଂ କରି ୮ ଓଭରରେ ୯୩ ରନ ସଂଗ୍ରହ କରିଥିଲେ । ନବମ ଓଭରରେ ସକିଲ ଅହମ୍ମଦ ଯୋଡ଼ି ଭାଙ୍ଗିଥିଲେ । ହେଡ୍ ୧୯ଟି ବଲ୍ରୁ ୩୨ (୬ଚୌକା) ରନ କରି ଆଉଟ୍ ହୋଇଥିଲେ । ମାର୍ଶଙ୍କୁ ଅଟକାଇବା ସମ୍ଭବ ହୋଇ ନଥିଲା । ତାଙ୍କ ସହ କ୍ରିଜରେ ଯୋଗ ଦେଇଥିଲେ ଜୋସ ଇଂଲିଶ । ଉଭୟ ପରବର୍ତ୍ତୀ ୯ଟି ବଲ୍ରେ ୧୫ ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ । ୯.୪ ଓଭର ମଧ୍ୟରେ ଅଷ୍ଟ୍ରେଲିଆ ମ୍ୟାଚ୍ ଜିତିଥିଲା । ମାର୍ଶ ୩୩ଟି ବଲ୍ରେ ୭ ଚୌକା ଓ ୪ ଛକା ବଳରେ ୬୪ ରନ କରିଥିଲେ । ସେହିପରି ଇଂଲିଶ ୧୨ (୨ଚୌକା) ରନ୍ ସଂଗ୍ରହ କରିଥିଲେ ।