ନୂଆଦିଲ୍ଲୀ, ୨୧/୨ : କଲୋମ୍ବୋରେ କାଳ ସାଜିଲା ବର୍ଷା । ଧୋଇଗଲା ପ୍ରଥମ ସୁପର-୮ ମୁକାବିଲା । ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚରେ ଟସ୍ ପଡ଼ିଲା ହେଲେ ମ୍ୟାଚ୍ ହୋଇପାରିଲାନି । ଟସ୍ ଜିତି ପାକିସ୍ତାନ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ମାତ୍ର ପରେ ପ୍ରବଳ ବର୍ଷା ହୋଇଥିବାବେଳେ ବଲ ପଡ଼ିନଥିଲା । ଏଣୁ ଉଭୟ ଦଳକୁ ଏକ ପଏଣ୍ଟ ଲେଖାଏଁ ମିଳିଛି । ସୁପର-୮ ମୁକାବିଲାର ପ୍ରଥମ ମ୍ୟାଚରେ ବର୍ଷା ହୋଇଥିବାବେଳେ ପାକିସ୍ତାନ ନିଜର ବାକି ମ୍ୟାଚ ମଧ୍ୟ ଶ୍ରୀଲଙ୍କାରେ ଖେଳିବ ।
ଆଜିର ମ୍ୟାଚରେ ପାକିସ୍ତାନ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଥିଲା । ଫକର ଜମାନ ଦଳକୁ ଫେରିଥିଲେ । ସେପଟେ ନ୍ୟୁଜିଲାଣ୍ଡ ଦଳରେ ତିନୋଟି ପରିବର୍ତ୍ତନ କରିଥିଲା । ମିଚେଲ ସାଣ୍ଟନର ଆଜି ଦଳକୁ ଫେରିଥିଲେ । ସୁପର-୮ରେ ସମସ୍ତ ଦଳ ତିନୋଟି ଲେଖାଏଁ ମ୍ୟାଚ ଖେଳିବ । ଏହି ମ୍ୟାଚରେ ପଏଣ୍ଟ ଭାଗ ହୋଇଥିବାବେଳେ ପରବର୍ତ୍ତୀ ମ୍ୟାଚ ଗୁଡ଼ିକ ବେଶ ଗୁରୁତ୍ବପୂର୍ଣ୍ର ରହିବ । ସେପଟେ ଲିଗ୍ ପର୍ଯ୍ୟାୟରେ ଉଭୟ ଦଳ ତିନୋଟି ଲେଖାଏଁ ମ୍ୟାଚ ଜିତି ସୁପର-୮ରେ ସ୍ଥାନ ପକ୍କା କରିଛନ୍ତି । ଆସନ୍ତାକାଲି ଭାରତ ଦକ୍ଷିଣଆଫ୍ରିକାକୁ ଭେଟିବ । ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିବ ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି ।
ଏହାସହ ପଢ଼ନ୍ତୁ : ନବବିବାହିତାଙ୍କ ଦୁଃଖ : ‘ନାଚବାଲିକୁ ଧରି ମୋ ସ୍ବାମୀ ଫେରାର, ମୁଁ ଏବେ କରିବି କଣ’ ?