ନୂଆଦିଲ୍ଲୀ, ୨୫/୨ : ଇଂଲଣ୍ଡ ବିପକ୍ଷ ସୁପର-୮ ମୁକାବିଲାରେ ପାକିସ୍ତାନ ହାରିଛି । ଏହି ମ୍ୟାଚରେ ପାକିସ୍ତାନର ପରାଜୟକୁ ସହ୍ୟ କରିପାରିନାହାନ୍ତି ଫ୍ୟାନ୍ସ । ସେମାନଙ୍କ ରାଗକୁ ଖେଳାଳିଙ୍କ ଉପରେ ଝାଡ଼ିଛନ୍ତି । କେବଳ ଏତିକି ନୁହେଁ ଖେଳାଳିଙ୍କ ପରିବାରକୁ ମଧ୍ୟ ସୋସିଆଲ ମିଡିଆରେ କିଛି ଫ୍ୟାନ୍ସ ଗାଳି କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ସଲମାନଅଲ୍ଲୀ ଆଗାଙ୍କ ପତ୍ନୀ ଏହାର ଜବାବ ରଖିଛନ୍ତି । ସେ ଇନଷ୍ଟା ଷ୍ଟୋରୀରେ ଗାଳି କରୁଥିବା ଫ୍ୟାନ୍ସଙ୍କୁ ଉତ୍ତର ଦେଇଛନ୍ତି ।  

 

ଇଂଲଣ୍ଡ ୨ ଓ୍ବିକେଟରେ ମ୍ୟାଚ ଜିତିଥିବାବେଳେ ପ୍ରଥମରୁ ପାକିସ୍ତାନ ହାତରେ ମ୍ୟାଚ ଥିଲା । ଶେଷ ଓଭରରେ ପାକିସ୍ତାନକୁ ପରାଜୟ ବରଣ କରିବାକୁ ପଡ଼ିଛି । ତେବେ ପାକିସ୍ତାନର ଏହି ପରାଜୟ ଫ୍ୟାନ୍ସଙ୍କୁ ବହୁତ ବାଧିଥିବାବେଳେ ଖରାପ ଭାଷାରେ ଖେଳାଳିଙ୍କ ପରିବାରକୁ ମଧ୍ୟ ଗାଳି କରିଛନ୍ତି । ଯେଉଁମା​‌ନେ ଏଭଳି ସୋସିଆଲ ମିଡିଆରେ ଖେଳାଳିଙ୍କ ଗାଳିକଲେ କଣ ପାକିସ୍ତାନ ବିଶ୍ବକପ ଜିତିଯିବ କି ? ଏହାସହ ସେ କହିଛନ୍ତି କି ଫ୍ୟାନ୍ସମାନେ ମୋତେ ଏବଂ ମୋ ପିଲାକୁ ଖରାପ ଭାଷାରେ ଗାଳି କରୁଛନ୍ତି । ଏହା କଣ ଠିକ୍ ? ଏମିତି କଲେ କଣ ପାକିସ୍ତାନ ଟାଇଟଲ ହାସଲ କରିପାରିବ କି ? ସେ ଏଭଳି ପୋଷ୍ଟ କରିଥିବାବେଳେ ଏହାକୁ ନେଇ ମଧ୍ୟ କିଛି ୟୁଜର୍ସ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି । ​​​​​​​

​​​​​​​ଏହାସହ ପଢ଼ନ୍ତୁ : ‘ସୁଭଦ୍ରା’ ଯୋଜନାକୁ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ପ୍ରଶଂସା