ନୂଆଦିଲ୍ଲୀ, ୨୮/୨ : ଚଳିତ ଟି-୨୦ ବିଶ୍ବକପରେ ନିଜର ଅନ୍ତିମ ମ୍ୟାଚ ଖେଳିବା ପାଇଁ ମଇଦାନକୁ ଓହ୍ଲାଇବ ଶ୍ରୀଲଙ୍କା । ଭାରତ ସହ ଶ୍ରୀଲଙ୍କା ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବାବେଳେ ଦଳ ସେମି ରେସରୁ ବାଦ୍ ପଡ଼ିଛି । ଲିଗ ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରିଥିବା ଶ୍ରୀଲଙ୍କା ସୁପର-୮ରେ କିନ୍ତୁ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଦୁଇଯାକ ମ୍ୟାଚରେ ହାରିଥିବାବେଳେ ଆଜି ପାକିସ୍ତାନ ବିପକ୍ଷରେ ଶେଷ ମ୍ୟାଚ ଖେଳିବ । ଘରୋଇ ମାଟିରେ ମ୍ୟାଚ୍ ଜିତି ନିଜର ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ ରହିବ ଶ୍ରୀଲଙ୍କା । କିନ୍ତୁ ଯଦି ହାରିଯାଏ ତାହେଲେ ଦେଶକୁ ମିଳିବ ଟଙ୍କା ।
ଯଦି ପାକିସ୍ତାନକୁ ଶ୍ରୀଲଙ୍କା ହରାଏ ତାହେଲେ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଏବଂ ଫାଇନାଲ ଭାରତକୁ ସ୍ଥାନାନ୍ତର ହେବ । ପ୍ରଥମ ସେମିଫାଇନାଲ ୪ ଏବଂ ଫାଇନାଲ ମାର୍ଚ୍ଚ ୮ରେ ଖେଳାଯିବ । ଯଦି ପାକିସ୍ତାନ ମ୍ୟାଚ ଜିତେ ଏବଂ ସେମିକୁ ଯାଏ ତାହେଲେ ସେମିଫାଇନାଲ ଶ୍ରୀଲଙ୍କାରେ ଆୟୋଜନ ହେବ । ଏହାସହ ସେମିରେ ବିଜୟ ହେଲେ ଶ୍ରୀଲଙ୍କାରେ ଫାଇନାଲ ମ୍ୟାଚ ମଧ୍ୟ ଖେଳାଯିବ । ଯଦି ଶ୍ରୀଲଙ୍କାରେ ଦୁଇଟି ବଡ଼ ମ୍ୟାଚ ଖେଳାଯାଏ ତାହେଲେ ବୋର୍ଡ ଅନେକ ଲାଭ ପାଇବ । କିନ୍ତୁ ପାକିସ୍ତାନର ପରାଜୟ ହେଲେ ଏବଂ ସେମିରୁ ବାଦ ପଡ଼ିଲେ ଭାରତକୁ ବାକି ମ୍ୟାଚ ସ୍ଥାନାନ୍ତର ହେବ । ସବୁଠାରୁ ବଡ଼ କଥା ହେଉଛି କି, ଯଦି ଭାରତ ଏବଂ ପାକିସ୍ତାନ ଉଭୟ ସେମିକୁ ଉନ୍ନୀତ ହୁଅନ୍ତୁ ଆଉ ମ୍ୟାଚ ଖେଳିବାକୁ ପଡ଼ିବ ତାହେଲେ ଶ୍ରୀଲଙ୍କା ଅଧିକ ରୋଜଗାର କରିବ ।
ଶ୍ରୀଲଙ୍କା ଟିମ ଭଲ ପ୍ରଦର୍ଶନ କରୁଛି । ମାତ୍ର ସୁପର-୮ରେ କମାଲ କରିପାରିନାହିଁ । ଆଜିର ମ୍ୟାଚରେ ଶ୍ରୀଲଙ୍କା ନିଜ ଦେଶରେ ସମ୍ମାନ ରକ୍ଷା କରିବା ପାଇଁ ଶେଷ ବିଜୟ ହାସଲ କରିବା ପାଇଁ ପ୍ରୟାସ କରିବ ନିଶ୍ଚୟ । ମାତ୍ର ଅଧିକ ଲାଭ ପାଇଁ ଯଦି ଶ୍ରୀଲଙ୍କା ଜାଣିଶୁଣି ହାରିଯାଏ ଏବଂ ବଡ଼ ପରାଜୟ ବରଣ କରେ ତାହେଲେ ଏହା ଅଧିକ ସାଙ୍ଘାତିକ ହେବ ।
ଏହାସହ ପଢ଼ନ୍ତୁ : ତୃଷାଙ୍କ ପ୍ରେମରେ ପଡ଼ିଛନ୍ତି କି ବିଜୟ ?, ଜଣା ପଡ଼ିଲା ଭିଡିଓ ଭାଇରାଲ ପଛର ସତ