ଚେନ୍ନାଇ, ୨୮/୨ : ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର ଥଲ୍ଲପତି ବିଜୟ । ପତ୍ନୀ ସଙ୍ଗୀତା ଛାଡ଼ପତ୍ର ପାଇଁ ଆବେଦନ କରିବା ପରେ ଏବେ ଏହା ପଛର ମୁଖ୍ୟ କାରଣ କଣ ? କାହିଁକି ସମ୍ପର୍କରେ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ ? ଏମିତି ଚର୍ଚ୍ଚା ହେଉଥିବାବେଳେ ଜଣାଶୁଣା ଅଭିନେତ୍ରୀ ତୃଷାଙ୍କ ସହ ବିଜୟଙ୍କ ସମ୍ପର୍କ ଥିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏବେ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି ।

​​​​​​​

୨୦୨୧ ମସିହାରେ ସଙ୍ଗୀତା ଏକ ପ୍ରତିକ୍ରିୟାରେ ସ୍ବାମୀଙ୍କ ସମ୍ପର୍କରେ ଦେଇଥିବା ଏକ ପ୍ରତିକ୍ରିୟା ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ବିଜୟଙ୍କ ସମ୍ପର୍କ ଜଣେ ଅଭିନେତ୍ରୀଙ୍କ ସହ ରହିଥିବା ସେ କହିଥିଲେ । ଏହାପରେ ତୃଷାଙ୍କ ସହ ବିଜୟଙ୍କ ଏକ ଫଟୋ ଭାଇରାଲ ହେବା ପରେ ସେମାନଙ୍କ ପ୍ରେମ ସମ୍ପର୍କ କଥା ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିଲା । ୨୦୨୪ରେ ଏହା ଅଧିକ ଚର୍ଚ୍ଚା ହୋଇଥିଲା । ଆଉ ଏବେ ସଙ୍ଗୀତାଙ୍କ ଆବେଦନ ପରେ ପୁରୁଣା ବାଇଟ୍ ଭାଇରାଲ ହେଉଛି । ଆଉ ୟୁଜର୍ସମାନେ ତୃଷାଙ୍କୁ ତାଙ୍କ ପରିବାର ଭାଙ୍ଗିବା ପାଇଁ ମଧ୍ୟ ଦାୟୀ କରି କମେଣ୍ଟ କରୁଛନ୍ତି ।

ତ୍ରିଷା ସୋସିଆଲ ମିଡିଆରେ ବିଜୟଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ କ୍ୟାପସନରେ ସେ ଲେଖିଥିଲେ କି, ଯେତେବେଳେ ଆପଣ ପ୍ରେମରେ ପରିପୂର୍ଣ୍ଣ ଥାଆନ୍ତି ସେତେବେଳେ ସେମାନଙ୍କୁ ଦ୍ବନ୍ଦରେ ପକାଇଥାଏ । ଏହାପରେ ଏକ କାର୍ଯ୍ୟକ୍ରମରେ ବିଜୟ ତ୍ରିଷାଙ୍କୁ ରାଜକୁମାରୀ କହି ସମ୍ବୋଧନ କରିଥିଲେ । ଯାହାକି ଏହି ଚର୍ଚ୍ଚାକୁ ଦ୍ବିଗୁଣିତ କରିଥିଲା । ଉଭୟ ନିଜକୁ ଭଲ ବନ୍ଧୁ କହି ଅନେକ ସମୟରେ ପ୍ରତିକ୍ରିୟା ରଖିଛନ୍ତି । ମାତ୍ର ସେମାନଙ୍କ ସମ୍ପର୍କକୁ ନେଇ ପରିବାର ଲୋକ ମଧ୍ୟ ବିରୋଧ କରୁଥିଲେ । ଯେଉଁ କାରଣରୁ ମିଶିବା ପାଇଁ ମଧ୍ୟ ବାରଣ କରାଯାଉଥିଲା । ଆଉ ଏବେ ବିଜୟଙ୍କ ୨୭ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଥିବାବେଳେ ଫ୍ୟାନ୍ସମାନେ ତୃଷାଙ୍କୁ ଦାୟୀ କରୁଛନ୍ତି । ଅନ୍ୟପଟେ ବିଜୟ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବାବେଳେ ବ୍ୟକ୍ତିଗତ ଜୀବନ ମଧ୍ୟ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।  

ଏହାସହ ପଢ଼ନ୍ତୁ : ଅମୀରଙ୍କ ବଡ଼ ଦାବି : ପାକିସ୍ତାନ ଯାଉ କି ନଯାଉ ଭାରତ ଖେଳିପାରିବନି ସେମିଫାନାଇନାଲ