PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ତାପସୀ ପନ୍ନୁଙ୍କ ‘ଦୋବାରା’ର ନୂଆ ଟ୍ରେଲର୍‌ ରିଲିଜ୍, ଅଭିନେତ୍ରୀଙ୍କ ସହ କାମ କରିବାକୁ ନେଇ ଏମିତି କହିଲେ ଅନୁରାଗ

ମୁମ୍ବାଇ ୧୮/୦୮: ରିଲିଜ୍‌ ହୋଇଛି ତାପସୀ ପନ୍ନୁ ଷ୍ଟାରର୍‌ ‘ଦୋବାରା’ର  ନୂଆ ଟ୍ରେଲର୍‌ । ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶିତ ଏହି  ଫିଲ୍ମ ତାପସୀଙ୍କ ଚରିତ୍ର ଉପରେ ପର୍ଯ୍ୟବସିତ।  ଯିଏକି  ବର୍ତ୍ତମାନଠୁ ଅତୀତକୁ ଅଲଗା କରିବା ପାଇଁ ସଂଘର୍ଷ  କରୁଛି । ଟ୍ରେଲର୍‌ରେ ପୁଲିସ ଭୂମିକା ନିର୍ବାହ କରିଥିବା  ପାଭେଲ୍‌ ଗୁଲାଟି ଏହି ସ୍ଥିତିରେ ତାପସୀଙ୍କୁ ସାହାଯ୍ୟ  କରୁଥିବା ନଜର ଆସିଛନ୍ତି । ଏକ ପୁରୁଣା  ଟେଲିଭିଜନ୍‌ ସେଟ୍‌ ତାଙ୍କ ଅତୀତକୁ  ବର୍ତ୍ତମାନ ସହ ଯୋଡ଼ୁଥିବା  ଦେଖିବାକୁ ମିଳିଛି ।

ତାପସୀଙ୍କ ସହ  ଏହି ଫିଲ୍ମରେ  କାମ କରିବା  ବିଷୟରେ  ଅନୁରାଗ କଶ୍ୟପ କହିଛନ୍ତି,  ମହିଳାଙ୍କ  ସହ  କାମ କରିବା  ଅପେକ୍ଷାକୃତ  ସହଜ ଏବଂ  ସେମାନଙ୍କ ସହ  ଡିଲ୍‌ ମଧ୍ୟ ସରଳ । ସେହି  ଦୃଷ୍ଟିରୁ ତାପସୀଙ୍କ ସହ କାମ  କରିବା ତାଙ୍କ ପାଇଁ ସହଜ ହୋଇଛି ।  ତାପସୀଙ୍କଠାରୁ ସେ ଭରପୂର ଭରସା ପାଇଛନ୍ତି ।  ଭରସା ନ ଥିଲେ କାମ କରିବା ତାଙ୍କ ପାଇଁ ସମ୍ଭବ  ନୁହେଁ । ନବାଗତ ପୁରୁଷ କଳାକାରମାନେ ପୂର୍ଣ୍ଣ  ବିଶ୍ୱାସ ଦେଇଥାନ୍ତି, କିନ୍ତୁ ଧୀରେ ଧୀରେ ଅସୁରକ୍ଷିତ  ଭାବନା ସେମାନଙ୍କ ଭିତରେ ସୃଷ୍ଟି ହୁଏ । ସଫଳତା ଓ  ବିଫଳତା ସହିତ ଅନେକ ଲୋକ ବଦଳି ଯାଇଥିବା ସେ  ଦେଖିଛନ୍ତି । କିନ୍ତୁ ତାପସୀ ଆରମ୍ଭରୁ ସେହିଭଳି ଅଛନ୍ତି  ବୋଲି ଅନୁରାଗ କହିଛନ୍ତି ।

‘ଦୋବାରା’ ଅନୁରାଗ  ଓ ତାପସୀଙ୍କର ୨ୟ ଫିଲ୍ମ । ଏହା ପୂର୍ବରୁ ୨୦୧୮  ମସିହାରେ ଫିଲ୍ମ ‘ମନ୍‌ମର୍ଜିୟାଁ’ରେ ଉଭୟ ଏକାଠି  କାମ କରିଥିଲେ । ଏଥିରେ ଅଭିଷେକ ବଚ୍ଚନ ଓ ଭିକି  କୌଶଲ ମଧ୍ୟ ସ୍କ୍ରିନ୍‌ ଶେୟାର କରିଥିଲେ । ୨୦୧୮  ମସିହାରେ ମୁକ୍ତିପ୍ରାପ୍ତ ସ୍ପାନିଶ୍‌ ଫିଲ୍ମ ‘ମ୍ୟାରେଜ୍‌’ର  ହିନ୍ଦୀ ରୂପାନ୍ତର ହେଉଛି ‘ଦୋବାରା’। ଆସନ୍ତା କାଲି  ଏଇଟି ବଡ଼ ପରଦାରେ ମୁକ୍ତିଲାଭ କରିବ ।