PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ରେଞ୍ଜରଙ୍କ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ, ବଡ଼ମ୍ବା ରେଞ୍ଜରଙ୍କ ସମେତ ୧୫ ଅଟକ
  • ||
  • ଭୁବନେଶ୍ୱର: ଥଣ୍ଡା ଜ୍ୱରରେ ରାଜ୍ୟ କଲବଲ: ପୀଡ଼ିତ ଶିଶୁଙ୍କ ସଂଖ୍ୟା ୩ଗୁଣ ବଢ଼ିଛି, ଚିନ୍ତାରେ ଅଭିଭାବକ
  • ||
  • ଭୁବନେଶ୍ୱର: ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼, ଜଣେ ଅଟକ
  • ||
  • ଭୁବନେଶ୍ୱର: ସରିଲା ଖଣ୍ଡଗିରି କୁମ୍ଭମେଳା, ଫେରିଲେ ସାଧୁସନ୍ଥ
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ତ୍ରୀବତା ଥିଲା ୭.୮
  • ||

ତହସିଲ କର୍ମଚାରୀଙ୍କୁ ଓକିଲଙ୍କ ମାଡର ପ୍ରତିବାଦ, କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ

ଜଟଣୀ, ୨୨ା୧ (ଆ.ପ୍ର.): ଜଟଣୀ ତହସିଲରେ ଦାଖଲ କରାଯାଇଥିବା ଓ.ଏଲ.ଆର କେସ୍‌ର କ୍ରମିକ ସଂଖ୍ୟାର ତଳ ଉପରକୁ ନେଇ ସୋମବାର ଜଟଣୀ ତହସିଲର କର୍ମଚାରୀ ଓ ଓକିଲଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା । ଏହି ପାଟି ତୁଣ୍ଡ ମଧ୍ୟରେ ଜୈନିକ ଓକିଲ ଜଣେ ଜୁନିୟର କ୍ଲର୍କଙ୍କୁ ମାଡ ମାରିଥିବାର ଅଭିଯୋଗ ହୋଇଛି । ଏହି ମାଡ ମରା ଘଟଣା ପରେ ଜଟଣୀ ତହସିଲର କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ ପାଇଁ ତହସିଲ କର୍ମଚାରୀ ମାନେ ଆଜି କଲମ ଛାଡ ଆନ୍ଦୋଳନ କରି ତହସିଲ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ । ତହସିଲ କର୍ମଚାରୀଙ୍କ ଏହି ଯୁକ୍ତିଯୁକ୍ତ ଦାବିକୁ ସମର୍ଥନ କରି ଜଟଣୀ ତହସିଲର ୯ଟି ଆରଆଇ ସର୍କଲର କର୍ମଚାରୀ କଲମ ଛାଡ ଆନ୍ଦୋଳନ କରି ତହସିଲ ଗେଟ ସମ୍ମୁଖରେ ଚାଲିଥିବା ଧାରଣାରେ ସାମିଲ ହୋଇଥିଲେ । ଜଟଣୀ ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଓକିଲ ଓ କର୍ମଚାରୀଙ୍କ ମଧ୍ୟରେ ଆଲୋଚନା କରି ସମାଧାନ କରିଥିଲେ । ମାତ୍ର ଏହି ଆଲୋଚନାରେ ଜଟଣୀ ତହସିଲରେ ଥିବା ଭାରପ୍ରାପ୍ତ ତହସିଲଦାର ଅଂଶଗ୍ରହଣ ନ କରି ଚାଲିଯିବାରୁ କର୍ମଚାରୀ ମାନଙ୍କ ସହିତ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।