PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ସର୍ଟ ସର୍କିଟ ଯୋଗୁ ଲାଗିଲା ନିଆଁ, ଚାହୁଁ ଚାହୁଁ ପୋଡି ପାଉଁଶ ହୋଇଗଲା ୩ ବଖରା ଘର

ବୌଦ୍ଧ ୨୮/୦୫: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ତାଳପଦର ଗାଁରେ ଭୟାବହ ଅଗ୍ନିକାଣ୍ଡ। ସର୍ଟ ସର୍କିଟ ଯୋଗୁ ଜଳିଗଲା ୩ ବଖରା ଘର। ଚାହୁଁ ଚାହୁଁ ପୋଡି ପାଉଁଶ ହୋଇଗଲା ୨୦ କୁଇଣ୍ଟାଲ ଧାନ ସହ ଡାଲି, ଚାଉଳ ଓ ଆସବାବ ପତ୍ର ପୋଡି ନଷ୍ଟ । ଘଟଣାସ୍ଥଳରେ ଚାରିଛକ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ଉଦ୍ୟମ କରିଥିବା ଜଣାପଡିଛି।

ସୂଚନା ମୁତାବକ, ତାଳପଦର ଗ୍ରାମର ରମେଶ ବାରିକଙ୍କ ଘର ପାଖ ଦେଉ ବିଦ୍ୟୁତ ତାର ଯାଇଥିବା ବେଳେ ପବନ ଯୋଗୁଁ ସର୍ଟ ସର୍କିଟ ହୋଇଥିଲା । ଫଳରେ ରମେଶଙ୍କ ଚାଳ ଘରେ ନିଆଁ ଲାଗିଥିବା ବେଳେ ପାଖ ଘରକୁ ମଧ୍ୟ ନିଆଁ ବ୍ୟାପି ଯାଇଥିଲା । ଚାହୁଁ ଚାହୁଁ ନିଆଁ ଅଣ ଆୟତ୍ତ ହୋଇଥିବାରୁ ସ୍ଥାନୀୟ ଲୋକେ ଚାରିଛକ ଦମକଳ ବାହିନୀକୁ ଖବର ଦେବା ପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି । ଏହି ଅଗ୍ନିକାଣ୍ଡରେ ରମେଶଙ୍କ ଘରେ ଥିବା ୨୦ କୁଇଣ୍ଟାଲ ଧାନ, ଚାଉଳ ଡାଲି ସମେତ ଘରର ଅନେକ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି ।