ନୂଆଦିଲ୍ଲୀ,୨୨/୦୨; ପୁଣି ମୁହାଁମୁହିଁ ହେବେ କି ଦୁଇ ପଡୋଶୀ । ହେବ କି ପାକିସ୍ତାନ-ଆଫଗାନିସ୍ତାନ ଲଢେଇ । କୁହୁଳିଲାଣି ଯୁଦ୍ଧ ନିଆଁ । ଆଫଗାନିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍ କରିଥିବା ପାକିସ୍ତାକୁ ପରିଣାମ ଭୋଗିବାକୁ ପଡିବ । ମହଙ୍ଗା ପଡିପାରେ ଏୟାରଷ୍ଟ୍ରାଇକ୍ । ନିରୀହଙ୍କ ଜୀବନର ପ୍ରତିଶୋଧ ନେବାକୁ ଚେତାବନୀ ଦେଇଛି ଆଫଗାନିସ୍ତାନ । ଆକ୍ରମଣର ପ୍ରତିଶୋଧ ନେବୁ ବୋଲି କହି କଡା ଚେତାବନୀ ଦେଇଛି ତାଲିବାନ ।

ପାକିସ୍ତାନ ସେନା ପୁଣି ଥରେ ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଭିତରରେ ପଶି ଏୟାର୍ ଷ୍ଟ୍ରାଇକ୍ କରିଛି । ଆକ୍ରମଣରେ ଆଫଗାନ ନାଗରିକଙ୍କୁ ଟାର୍ଗେଟ କରାଯାଇଛି । ପାକିସ୍ତାନ ସେନା ଏକ ବିବୃତିରେ କହିଛି ଯେ,ଆତ୍ମଘାତୀ ଆକ୍ରମଣର ଜବାବରେ ଗୁଇନ୍ଦା ସୂଚନା ଆଧାରରେ ଏୟାରଷ୍ଟ୍ରାଇକ୍ କରାଯାଇଛି । ପାକିସ୍ତାନ-ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ଦାଏଶ ଖୋରାସନ ପ୍ରଦେଶ (ଡିକେପି)ର ୭ଟି ଆତଙ୍କବାଦୀ ଶିବିର ଓ ଆଡ୍ଡାକୁ ଟାର୍ଗେଟ କରାଯାଇଛି । ଏହା ସହିତ ଫିତନା ଅଲ-ଖାୱାରିଜ (ଏଫ୍ଏକେ) ତଥା ଏହାର ସହଯୋଗୀ ସଂଗଠନର ଶିବିର ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଛି । ଆଫଗାନ ଗଣମାଧ୍ୟମ ରିପୋର୍ଟ କରିଛି, ଏୟାର୍ ଷ୍ଟ୍ରାଇକ୍ରେ ଘର ଓ ମଦ୍ରାସାକୁ ଟାର୍ଗେଟ କରି କରାଯାଇଛି। ଏଥିରେ ୧୯ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଆକ୍ରମଣଗୁ ପରେ ପାକିସ୍ତାନ ଉପରେ ତାଲିବାନ ଅଧିକାରୀ କ୍ରୋଧିତ ହୋଇଛନ୍ତି । ଆଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଆକ୍ରମଣର କଡ଼ା ଜବାବ ଦେବାକୁ ଚେତାବନୀ ଦେଇଛି ।ଏହା ବି ପଢନ୍ତୁ...ଆଫଗାନିସ୍ତାନ ବର୍ଡରରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍; ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରିଥିବା ଦାବି, ୧୯ ମୃତ

ଇସଲାମିକ୍ ଏମିରେଟ୍ ଅଫ୍ ଆଫଗାନିସ୍ତାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି, ପାକିସ୍ତାନର ସାମରିକ ଗୋଷ୍ଠୀ ପୁଣି ଥରେ ଆଫଗାନ ମାଟି ଉପରେ ଆକ୍ରମଣ କରିଛି । ପାକିସ୍ତାନୀ ସେନା ନାଙ୍ଗରହାର ଏବଂ ପାକଟିକାରେ ସାଧାରଣ ଲୋକଙ୍କ ଉପରେ ବୋମା ମାଡ଼ କରିଛି । ଯେଉଁଥିରେ ମହିଳା ଓ ଶିଶୁଙ୍କ ସମେତ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନୀ ଜେନେରାଲମାନେ ଏପରି ଆକ୍ରମଣ ମାଧ୍ୟମରେ ନିଜ ଘରେ ନିଜର ସୁରକ୍ଷା ଦୁର୍ବଳତାକୁ ପୂରଣ କରିବାକୁ ବୃଥା ପ୍ରୟାସ କରୁଛନ୍ତି । ଆମେ ଏହାର ଜବାବ ଦେବୁ । ନୀରିହଙ୍କ ଜୀବନର ପ୍ରତିଶୋଧ ନେବୁ ।''