ନୂଆଦିଲ୍ଲୀ,୨୨/୦୨; ପାକିସ୍ତାନର ଭୟଙ୍କର ଏୟାରଷ୍ଟ୍ରାଇକ୍ । ଥରିଲା ଆଫଗାନିସ୍ତାନ । ଶନିବାର ବିଳମ୍ବିତ ରାତିରେ ପାକିସ୍ତାନ ଆଫଗାନିସ୍ତାନ ବର୍ଡରରେ ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍ କରିଛି । ଆଫଗାନ ସୀମାରେ ଥିବା ୭ ଆତଙ୍କୀ ଠିକଣାକୁ ଟାର୍ଗେଟ କରିଥିବା ଦାବି କରିଛି । ପାକିସ୍ତାନର ଏହି ହମଲାରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ତାଲିବାନ ଦାବି କରିଛି କି ସ୍କୁଲ ଏବଂ ମଦ୍ରାସାକୁ ଟାର୍ଗେଟ କରାଯାଇଥିଲା ।

ଆଫଗାନିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ଆତଙ୍କବାଦୀ ଠିକଣାରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି ପାକିସ୍ତାନ । ସରକାରଙ୍କ ଅନୁଯାୟୀ, ଏହି ଅଭିଯାନ ଗୁପ୍ତଚର ଆଧାରିତ ଅପରେସନ ଥିଲା ଏବଂ ନିଷିଦ୍ଧ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ସହିତ ଜଡିତ ୭ଟି ସ୍ଥାନକୁ ଟାର୍ଗେଟ କରାଯାଇଥିଲା । ସୂଚନା ମନ୍ତ୍ରୀ ଆତାଉଲ୍ଲାହ ତାରାର କହିଛନ୍ତି ଯେ, ଇସଲାମିକ୍ ଷ୍ଟେଟ୍ ଗୋଷ୍ଠୀ ସହିତ ଜଡିତ ଏକ ସହଯୋଗୀ ସଂଗଠନ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଆଫଗାନ ସରକାର ପକ୍ଷରୁ କୁହାଯାଇଛି କି, ପାକିସ୍ତାନ ଏକ ମଦ୍ରାସା ଉପରେ ଆକ୍ରମଣ କରିଛି ଏବଂ ଏହି ଆକ୍ରମଣରେ ୧୯ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି । ହେଲେ ପାକିସ୍ତାନ  କିଛି ଅଲଗା କହିଛି । ଏହି ଆକ୍ରମଣଗୁଡ଼ିକ ପାକିସ୍ତାନ ଭିତରେ ସମ୍ପ୍ରତି ଆତ୍ମଘାତୀ ଆକ୍ରମଣ ପାଇଁ ଦାୟୀ ଆତଙ୍କବାଦୀଙ୍କ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିବା କହିଛି ।

ଯଦିଓ ପାକିସ୍ତାନ ଆକ୍ରମଣର ସଠିକ୍‌ ସ୍ଥାନ ସ୍ପଷ୍ଟ କରିନାହିଁ । ସୋସିଆଲ ମିଡିଆ ରିପୋର୍ଟରେ ଦାବି କରାଯାଇଛି ଆକ୍ରମଣ ଆଫଗାନିସ୍ତାନ ଭିତରେ ହୋଇଛି । ଆଫଗାନ ସରକାର ମଧ୍ୟ ହମଲା ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି । ଆକ୍ରମଣରେ ମଦ୍ରାସା ଏବଂ ସ୍କୁଲକୁ ଟାର୍ଗେଟ ହୋଇଥିଲା ଏଥିରେ ୧୯ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ଦାବି କରିଛି ଆଫଗାନ । ଏହି ହମଲାର ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇଛ ଆଫଗାନିସ୍ତାନ । ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନ ପାକତିକା ପ୍ରଦେଶର ବାରମଲ୍ ଜିଲ୍ଲାରେ ଏକ ଧାର୍ମିକ ମଦ୍ରାସା ଉପରେ ଆକ୍ରମଣ କରିଛି । ପାକିସ୍ତାନୀ ଜେଟ୍ ନାଙ୍ଗଲହାର ପ୍ରଦେଶର ଖୋଗିଆନି ଜିଲ୍ଲାରେ ଅନେକ ଏୟାରଷ୍ଟ୍ରାଇକ୍ ହୋଇଛି ।​​​​​​​ ଏହାଛଡା ପାକତିକାର ବାରମଲ୍ ଏବଂ ଅର୍ଗୁନ୍ ଅଞ୍ଚଳ ସହ ନାଙ୍ଗରହାରର ଖୋଗିଆନି, ବାହାସୋଦ୍ ଏବଂ ଘନି ଅଞ୍ଚଳରେ ଘନ ଘନ ରକେଟ୍ ମାଡ କରିଛି ପାକିସ୍ତାନ ।

ଏହା ବି ପଢନ୍ତୁ...ଝାରସୁଗୁଡ଼ାରେ ଭୟଙ୍କର ଦୁର୍ଘଟଣା : ଟ୍ରେଲର ସହ ବୋଲେରୋ ଧକ୍କା, ୫ ପୁଲିସ କର୍ମଚାରୀ ମୃତ

 ତେହେରିକ୍-ଏ-ତାଲିବାନ, ଯାହାକୁ ଟିଟିପି ବୋଲି ମଧ୍ୟ କୁହାଯାଏ, ଆଫଗାନ ତାଲିବାନଠାରୁ ଅଲଗା କିନ୍ତୁ ତାର ଘନିଷ୍ଠ ସହଯୋଗୀ ଭାବେ ବିବେଚନା କରାଯାଏ । ପାକିସ୍ତାନ ଅଭିଯୋ କରି ଆସୁଛି କି, ଟିଟିପି ପାକିସ୍ତାନରେ ଆକ୍ରମଣ କରିବାକୁ ଆଫଗାନ ମାଟି ବ୍ୟବହାର କରନ୍ତି । କାବୁଲ ଏବଂ ଟିଟିପି ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ୨୦୨୧ ମସିହାରେ ଆଫଗାନ ତାଲିବାନ କ୍ଷମତାକୁ ଫେରିବା ପରେ ଦୁଇ ପଡୋଶୀ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି । ଗତବର୍ଷ ସୀମା ସଂଘର୍ଷରେ ଅନେକ ସୈନିକ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । କତାରର ମଧ୍ୟସ୍ଥତାରେ ଯୁଦ୍ଧବିରତି ହୋଇଥିଲା ।