PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ସ୍ତ୍ରୀକୁ ପ୍ରେମିକ ସହ ଅସଂଯତ ଅବସ୍ଥାରେ ଦେଖିଲା ସ୍ବାମୀ…ତାପରେ…

ଜୟପୁର ୨୬।୩: ରାଜାପୁର ଥାନା ଅନ୍ତର୍ଗତ ଏକ ଗାଁରେ ଏମିତି ଏକ ଛାତି ଦୋହଲାଇଦେବା ଭଳି ଘଟଣା ଘଟିଛି ଯାହା ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚଯ୍ୟ। ସ୍ତ୍ରୀର ଅନ୍ୟ ଏକ ପୁରୁଷ ସହ ଥିଲା ଅବୈଧ ସମ୍ପର୍କ। ସ୍ବାମୀ ଜାଣିଦେବା ପରେ ସ୍ତ୍ରୀ ଆଉ କିଛି ଚିନ୍ତା କରିନପାରି କରିଦେଲା ଆତ୍ମହତ୍ୟା । ଏହି ମାମଲାରେ ମୃତକଙ୍କ ସ୍ବାମୀ ପଡୋଶୀ ଘର ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛନ୍ତି।

ବାନ୍ଦା ସ୍ଥିତ ରାଜାପୁର ଥାନ୍ତା ଅନ୍ତର୍ଗତ ଏକ ଗାଁରେ ଏଭଳି ଘଟଣା ଘଟିଛି। ମିଳିଥିବା ଖବରନୁସାରେ, ମଙ୍ଗଳବାର ଦିନ ସ୍ତ୍ରୀ ଚାରା କାଟିବା କଥା କହି କ୍ଷେତକୁ ଯାଇଥିଲା। ଘରେ ମା କୁ ନ ପାଇବାରୁ ଛୁଆମାନେ କାନ୍ଦୁଥିବାର ଶୁଣି ବାପାର ନିଦ ଭାଙ୍ଗିଯାଇଥିଲା। ଏପଟେ ଆଖି ଖୋଲି ଦେଖିଲାବେଳକୁ ସ୍ତ୍ରୀ ଘରେ ନାହିଁ। ସ୍ତ୍ରୀକୁ ଡାକିବା ପାଇଁ ସ୍ବାମୀ କ୍ଷେତକୁ ଗଲା। ପହଞ୍ଚିବା ପରେ ସ୍ବାମୀ ନିଜ ସ୍ତ୍ରୀକୁ ଗାଁର ରାମରାଜ ସହିତ ଆପତ୍ତିଜନକ ସ୍ଥିତିରେ ଦେଖିଲା।

ସ୍ତ୍ରୀ ନିଜ ସ୍ବାମୀକୁ ଦେଖି ବହୁତ ଡରି ଯାଇଥିଲା। ମାତ୍ର ସ୍ତ୍ରୀର ପ୍ରେମିକ ତା ସ୍ବାମୀକୁ ଦେଖି ତାକୁ ନିର୍ଧୁମ ପିଟିଥିଲା। ଏସବୁକୁ ଦେଖି ସ୍ତ୍ରୀ ସେଠାରୁ ପଳାଇଯାଇଥିଲା। ଏହି ସମ୍ପର୍କରେ ସ୍ବାମୀ ତା ଘରବାଳାଙ୍କୁ ସବୁ କଥା କହିଥିଲା। ଘରବାଲା ପ୍ରେମିକକୁ ଧରି ଥାନାରେ ଦେଇଥିଲେ। କିନ୍ତୁ ସ୍ତ୍ରୀର ​କୈାଣସି ଖୋଜ୍ ଖବର ମିଳୁନଥିଲା।

ଆଜି ସକାଳେ ସ୍ତ୍ରୀ ମୃତ ଶରୀର ଗାଁର କ୍ଷେତରେ ଥିବା ବବୁଲ ଗଛରେ ଝୁଲୁଥିଲା। ଏହି ମାମଲାରେ ମୃତକ ମହିଳାଙ୍କ ଭାଇ ତା ଶାଶୁଘର ଲୋକ ବିରୋଧ ମାମଳା ରୁଜ୍ଜୁ କରିଛନ୍ତି। ସ୍ତ୍ରୀ ଅନ୍ୟ ପୁରୁଷ ସହିତ ଅବୈଧ ସମ୍ପର୍କ ରଖିଥିବାରୁ ଜାଣି ସ୍ବାମୀ ତାକୁ ହତ୍ୟା କରିଛି ବୋଲି ମୃତକ ମହିଳାଙ୍କ ଭାଇ ଥାନାରେ ଅଭିଯୋଗ କରିଛି। ବର୍ତମାନ ପୁଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର