ନିଜର ବ୍ୟୁଟି ସିକ୍ରେଟ୍ କହିଲେ ତମନ୍ନା, ଭିଡିଓ ସେୟାର କରି ଶିଖାଇଲେ ହୋମମେଡ୍ ଫେସ୍ ସ୍କ୍ରବ୍ର ପ୍ରସ୍ତୁତି

ନୂଆଦିଲ୍ଲୀ ୦୩/୧୨: ନିକଟରେ ଭୋଗ ଇଣ୍ଡିଆ ଅଭିନେତ୍ରୀ ତମନ୍ନା ଭାଟିଆଙ୍କର ଏକ ଭିଡିଓ ସେୟାର କରିଛି। ଯେଉଁଥିରେ ଅଭିନେତ୍ରୀ କହିଛନ୍ତି ନିଜ ସ୍କିନ୍ର ଯତ୍ନ ନେବା ପାଇଁ ଘରେ କିପରି ସ୍କ୍ରବ୍ ପ୍ରସ୍ତୁତ କରନ୍ତି। ତମନ୍ନାଙ୍କ ମା ତାଙ୍କୁ ଏହି ସ୍କ୍ରବ୍ ତିଆରି କରିବା ଶିଖାଇଛନ୍ତି। ଏହାକୁ ପ୍ରସ୍ତୁତ କରିବା ଅତି ସହଜ ଏବଂ ଏହା ଚର୍ମର ଡେଡ୍ ସ୍କିନ୍ ସେଲ୍ସକୁ ହଟାଇବାରେ ସାହାଯ୍ୟ କରେ।
ତମନ୍ନା କହିଛନ୍ତି, ତାଙ୍କ କ୍ୟାରିୟର ଆରମ୍ଭରେ ଯେତେବେଳେ ତାଙ୍କ ସ୍କିନ୍ରେ ଅନେକ କେମିକାଲ୍ସ ବ୍ୟବହାର କରାଯାଉଥିଲା, ସେତେବେଳେ ସେ ଏହି ନାଚୁରାଲ୍ ସ୍କ୍ରବ୍ ତିଆରି କରି ଲଗାଉଥିଲେ। ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ୩ ଟି ଜିନିଷ ଚନ୍ଦନ, ମହୁ ଏବଂ କଫି ଆବଶ୍ୟକ ହେବ। ତିନୋଟି ଜିନିଷକୁ ମିଶ୍ରଣ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ମୁହଁରେ ଲଗାନ୍ତୁ ଏବଂ ଏହାକୁ ହାଲୁକା ହାତରେ ଘଷନ୍ତୁ। ଏହାକୁ ୧୦ ମିନିଟ୍ ପାଇଁ ମୁହଁରେ ଲଗାନ୍ତୁ ଏବଂ ହାଲୁକା ହାତରେ ଛଡାଇ ଏହାକୁ ପାଣିରେ ଧୋଇ ଦିଅନ୍ତୁ।
ତମନ୍ନାଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ଘରୋଇ ସ୍କ୍ରବ୍ ବ୍ୟତୀତ, ଏହି ୩ ଟି ସ୍କ୍ରବ୍ ମଧ୍ୟ ପ୍ରସ୍ତୁତ କରି ଲଗାଇ ପାରିବେ।
୧. ଦହି ଏବଂ ଓଟ୍ସରେ ଏକ ଭଲ ସ୍କ୍ରବ୍ ତିଆରି କରାଯାଇପାରିବ। ଏଥିପାଇଁ ୨ ଚାମଚ ଦହିରେ ୨ ଚାମଚ ଓଟ୍ସ ଗ୍ରାଇଣ୍ଡ କରି ମିଶ୍ରଣ କରନ୍ତୁ। ଏଥିରେ ୩ ଚାମଚ ମହୁ ମିଶାନ୍ତୁ। ଆପଣଙ୍କ ଫେସ୍ ସ୍କ୍ରବ୍ ପ୍ରସ୍ତୁତ। ଆପଣ ଏହାକୁ ହାତ ଏବଂ ପାଦରେ ମଧ୍ୟ ବ୍ୟବହାର କରିପାରିବେ।
୨. ଗ୍ରୀନ୍ ଟି ବ୍ୟାଗକୁ ପାଣିରେ ଗରମ କରନ୍ତୁ। ଏହାର ଭିତର ଅଂଶ ବାହାର କରି ସେଥିରେ ଏକ ଚାମଚ ମହୁ ମିଶାନ୍ତୁ। ଏହି ସ୍କ୍ରବକୁ ମୁହଁରେ ଲଗାଇ ପାରିବେ। କିଛି ସମୟ କିଛି ସମୟ ଏହାକୁ ହାଲୁକା ହାତରେ ସ୍କ୍ରବ୍ କରି ମୁହଁକୁ ଧୋଇ ଦିଅନ୍ତୁ। ଆପଣ ଏହାକୁ ଫେସ୍ ମାସ୍କ ଭାବରେ ମଧ୍ୟ ରଖିପାରିବେ।
୩. ଗୋଟିଏ ଚାମଚ ନଡ଼ିଆ ତେଲକୁ ଗୋଟିଏ ଚାମଚ ବ୍ରାଉନ୍ ସୁଗାରରେ ମିଶାନ୍ତୁ।ଏହାକୁ ହାଲୁକା ହାତରେ ମୁହଁରେ ଲଗାଇ ଘଷନ୍ତୁ । ଏହି ସ୍କ୍ରବକୁ ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ମୁହଁରେ ରଖିବା ପରେ ଧୋଇ ଦିଅନ୍ତୁ।