ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ତିରୁପୁରରୁ ୩୧ ବାଂଲାଦେଶୀଙ୍କୁ ଗିରଫ କଲା ଏଟିଏସ୍‌, ଏଜେଣ୍ଟଙ୍କୁ ଟଙ୍କା ଦେଇ ଭାରତ ଆସିଥିଲେ

Published By : Tapas Panda | January 13, 2025 6:04 PM

Image Courtesy: newindianexpress

ଚେନ୍ନାଇ: ତାମିଲନାଡୁର ତିରୁପୁରରେ ବେଆଇନ୍‌ ଭାବରେ ରହୁଥିବା ୩୧ ବାଂଲାଦେଶୀଙ୍କୁ କୋଏମ୍ବାଟୁର ଆତଙ୍କୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଗିରଫ କରିଥିବା ଜଣାପଡ଼ିଛି । ସୂଚନା ପାଇବା ପରେ ଏସପି ଭି. ବଦ୍ରିନାରାୟଣନଙ୍କ ନେତୃତ୍ବରେ ଏଟିଏସ୍‌ ଟିମ୍‌ ସର୍ଚ୍ଚ ଅପରେସନ୍‌ ଚଳାଇଥିଲା । ତିରୁପୁରରେ ବିଭିନ୍ନ ଭଡ଼ା ଘରେ ଟିମ୍‌ ଚଢ଼ାଉ କରିବା ସହ ଯାଞ୍ଚ କରିଥିଲା । ଏଥିରେ ପାଲାଡାମ ଅଞ୍ଚଳରୁ ୨୮ ବାଂଲାଦେଶୀଙ୍କୁ ଏଟିଏସ୍‌ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣଙ୍କୁ ବୀରାପାଣ୍ଡି ଏବଂ ନାଲୁରରୁ ଗିରଫ କରାଯାଇଛି ।

ସେମାନେ ସମସ୍ତେ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ପରିଚୟ ଦେଇ ତିରୁପୁରରେ ଥିବା ଏକ କପଡ଼ା କମ୍ପାନିରେ କାର୍ଯ୍ୟ କରୁଥିଲେ । ଗିରଫ ଅଭିଯୁକ୍ତଙ୍କ ପାଖରୁ ଏଟିଏସ୍‌ ବାଂଲାଦେଶର ପରିଚୟ ପତ୍ର ଏବଂ ନକଲି ଆଧାରକାର୍ଡ ଜବତ କରିଛି । ସେପଟେ ଗିରଫ ସମସ୍ତ ବାଂଲାଦେଶୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ଏବେ ସେମାନଙ୍କୁ ଚେନ୍ନାଇର ପୁଝଲ ସେଣ୍ଟ୍ରାଲ୍‌ ଜେଲରେ ଭର୍ତ୍ତି କରାଯାଇଛି । 

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେତେକ ଅସାଧୁ ଭାରତୀୟ ଏଜେଣ୍ଟ ବାଂଲାଦେଶରୁ ବେଆଇନ୍‌ ଭାବରେ ଶ୍ରମିକଙ୍କୁ ଆଣି ଏଠାରେ କପଡ଼ା କମ୍ପାନିରେ ଲଗାଉଛନ୍ତି । ଭାରତ ସୀମା ଲଂଘିବା ଲାଗି ବାଂଲାଦେଶୀ ସଂପୃକ୍ତ ଏଜେଣ୍ଟମାନଙ୍କୁ ଟଙ୍କା ମଧ୍ୟ ଦେଉଛନ୍ତି ।   ନକଲି ଆଧାରକାର୍ଡ ସଂଗ୍ରହ କରିବା ପରେ ତିରୁପୁରରେ ଥିବା କମ୍ପାନିରେ ସେମାନେ କାମ କରୁଛନ୍ତି । ବାଂଲାଦେଶ ଅପେକ୍ଷା ଏଠାରେ ସେମାନଙ୍କୁ ଅଧିକ ଦରମା ମିଳୁଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.