PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ତମିଲନାଡ଼ୁ ବିଜେପିକୁ ବଡ଼ ଝଟ୍‌କା, ଆଇଟି ୱିଙ୍ଗର ୧୩ ପଦାଧିକାରୀ ଛାଡ଼ିଲେ ଦଳ

pic- internet

ଚେନ୍ନାଇ: ତମିଲନାଡ଼ୁ ବିଜେପିକୁ ବଡ଼ ଝଟ୍‌କା। ଚେନ୍ନାଇ ପଶ୍ଚିମରେ ଆଇଟି ୱିଙ୍ଗର ୧୩ ଜଣ ପଦାଧିକାରୀ ଏକାସହ ଦଳ ଛାଡ଼ିଛନ୍ତି। ଏହି ଇସ୍ତଫାକୁ ନେଇ ଆଇଟି ୱିଙ୍ଗର ୧୩ ଜଣ ପଦାଧିକାରୀ ବୟାନ ଜାରି କରିଛନ୍ତି। ଏଥିରେ ୧୦ ଜିଲ୍ଲା ସଚିବ ଓ ୨ ଜିଲ୍ଲା ଉପସଚିବଙ୍କ ହସ୍ତାକ୍ଷର ରହିଛି। ଏନେଇ ଆଇଟି ୱିଙ୍ଗର ଜିଲ୍ଲାଧ୍ୟକ୍ଷ ଅନବରାସନ କହିଛନ୍ତି ଯେ ବର୍ଷ ବର୍ଷ ଧରି କାମ କରିସାରିବା ପରେ ମଧ୍ୟ ଦଳରେ ଅସାମାନ୍ୟ ସ୍ଥିତି ଜାରି ରହିଛି। ଏଥିପାଇଁ ଆମେ ଇସ୍ତଫା ଦେଇଛୁ।

ଖବର ସରବରାହ ସଂସ୍ଥା ଏଏନଆଇକୁ ପ୍ରତିକ୍ରିୟା ଦେଇ ଅନବରାସନ କହିଛନ୍ତି, ‘ମୁଁ ଅନେକ ବର୍ଷ ଧରି ବିଜେପି ପାଇଁ କାମ କରିଛି। ଲୋକମାନେ ଜାଣିଛନ୍ତି, ମୁଁ କେବେ କୌଣସି ପଦ ପାଇଁ ଆଶାୟୀନଥିଲି। ଗତ କିଛି ଦିନ ହେବ ଦଳରେ ଅସାମାନ୍ୟ ସ୍ଥିତି ଦେଖି ଇସ୍ତଫା ଦେଇଛି।’ ଏହି ବୟାନ ଉପରେ ଅନ୍ୟ ପଦାଧିକାରୀଙ୍କ ମଧ୍ୟ ହସ୍ତାକ୍ଷର ରହିଛି।

ଏହାରି ଭିତରେ ତାମିଲନାଡ଼ୁ ରାଜନୀତିରେ ବିଜେପି ଓ ଏଆଇଏଡିଏମକେ ମଧ୍ୟରେ ବୟାନବାଜୀ ଆରମ୍ଭ ହୋଇଛି। ବିଜେପିର କିଛି ପଦାଧିକାରୀ ଏଆଇଏଡିଏମକେରେ ସାମିଲ ହେବା ପରେ ତାମିଲନାଡ଼ୁ ବିଜେପି ରାଜ୍ୟ ଅଧ୍ୟକ୍ଷ ଅନ୍ନାମଲାଇଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଇସ୍ତଫା ଦେଇଥିବା ନେତାମାନେ ବିଜେପିରେ ମିଶିବା ସମାନ ରାଜ୍ୟରେ ବିଜେପି ଆଗକୁ ବଢ଼ୁଛି। ଅନ୍ୟପଟେ ଏଆଇଏଡିଏମକେ ଏହାର ଜବାବ ରଖିଛି। ଦଳ କହିଛି, ୨୦୨୧ରେ ବିଜେପି ବିଧାୟକଙ୍କ ବିଜୟ ଏଆଇଏଡିଏମକେ ପାଇଁ ହୋଇଛି। କାରଣ ଏହା ପୂର୍ବରୁ ସେମାନଙ୍କୁ ନୋଟା ଠାରୁ ମଧ୍ୟ କମ ଭୋଟ ମିଳିଥିଲା।

ରାଜ୍ୟ ବିଜେପି ଅଧ୍ୟକ୍ଷ ଅନ୍ନାମଲାଇ କହିଛନ୍ତି, ବିଜେପିର ପ୍ରାୟ ୪ ଜଣ ନେତା ଏଆଇଏଡିଏମକେରେ ସାମିଲ ହୋଇଛନ୍ତି। ଏହା ରାଜ୍ୟ ପାଇଁ ଏକ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ। ଏଠାକାର ଦ୍ରାବିଡ଼ ନେତାମାନେ ଭାବୁଛନ୍ତି, ସେମାନେ ବଡ଼ ପାର୍ଟି ଚଳାଉଛନ୍ତି। ବିଜେପିକୁ ସୁବିଧାରେ ଶିକାର କରିବାକୁ ଚାହୁଁଛନ୍ତି ଏବଂ ନିଜ ଦଳର ବିକାଶ ପାଇଁ ଚାହୁଁଛନ୍ତି। ଏହାର ଅର୍ଥ ତାମିଲନାଡ଼ୁରେ ବିଜେପି ଆଗକୁ ବଢ଼ୁଛି। 

ଇରୋଡ଼ ଉପନିର୍ବାଚନ ସମୟରେ ମଧ୍ୟ ବିଜେପି ଓ ଏଆଇଏଡିଏମକେ ମଧ୍ୟରେ ବାକ ଯୁଦ୍ଧ ଦେଖିବାକୁ ମିଳିଥିଲା। ଯେଉଁଥିରେ ଏଆଇଏଡିଏମକେ କହିଥିଲା ଯେ ବିଜେପିର ଆଭ୍ୟନ୍ତରୀଣ ପ୍ରସଙ୍ଗରେ କୌଣସି ଭୂମିକା ନାହିଁ। ଏବେ ପୁଣି ଏହା ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର