ଦଳୀୟ କର୍ମୀଙ୍କ ଉପରକୁ ଟେକା ଫୋପାଡିଲେ ତାମିଲନାଡୁର ମନ୍ତ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ଚେନ୍ନାଇ,୨୫।୧: ତାମିଲନାଡୁରେ ଦ୍ରାବିଡ ମୁନ୍ନେତ୍ର କଝଗମ (ଡିଏମକେ) ନେତା ତଥା ମନ୍ତ୍ରୀ ଏସଏମ ନସରଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ସେ ରାଗରେ ଦଳୀୟ କର୍ମୀଙ୍କ ଉପରକୁ ଟେକା ଫୋପାଡୁଥିବାର ଭିଡିଓ ଭାଇରାଲ ପରେ ବିବାଦ ଆରମ୍ଭ ହୋଇଛି। ବିଜେପି ରାଜ୍ୟ ୟୁନିଟ୍ ଅଭିଯୋଗ କରିଛି, ମନ୍ତ୍ରୀ ନିରାଶ ହୋଇ ଲୋକଙ୍କ ଉପରକୁ ପଥର ଫିଙ୍ଗିଛନ୍ତି।
In India’s history, has anybody seen a govt minister throwing stones at people?
— K.Annamalai (@annamalai_k) January 24, 2023
Display of this by a @arivalayam party DMK Govt Minister, Thiru @Avadi_Nasar.
Throwing stones at people in frustration
No decency, No decorum & treating people like slaves! That’s DMK for you. pic.twitter.com/D2iAKV4YZ4
ଭିଡିଓରେ ଦେଖିବାକୁ ମିଳୁଛି ମନ୍ତ୍ରୀ ରାଗରେ ତଳୁ ଟେକା ଉଠାଇ କାହା ଉପରକୁ ଫୋପାଡୁଛନ୍ତି। କୁହାଯାଉଛି ଯେ ନସର ଏକ ପାର୍ଟି କାର୍ଯ୍ୟକ୍ରମର ବ୍ୟବସ୍ଥା ଦେଖିବାକୁ ଏକ ସ୍ଥାନକୁ ଯାଇଥିଲେ। ତାଙ୍କୁ କାର୍ଯ୍ୟକ୍ରମରେ ଠିକ୍ ସମୟରେ ବସିବାକୁ ଚୌକି ମିଳିନଥିବାରୁ ସେ କର୍ମୀଙ୍କ ଉପରେ ରାଗିଯାଇଥିଲେ। ତେବେ ଏହା ସ୍ପଷ୍ଟ ହୋଇନି ଯେ, ସେ ପଥର କି ମାଟିର ଢେଲା ଫୋପାଡୁଛନ୍ତି। ଏହି ମାମଲାରେ ସରକାରଙ୍କ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।
ତେବେ ବିଜେପିର ତାମିଲନାଡୁ ୟୁନିଟ୍ ଅଧ୍ୟକ୍ଷ କେ. ଅନ୍ନାମଲ୍ଲାଇ ଅଭିଯୋଗ କରିଛନ୍ତି, ମନ୍ତ୍ରୀ ଲୋକଙ୍କ ଉପରକୁ ପଥର ମାଡ କରୁଛନ୍ତି। ସେ ଟ୍ବିଟ୍ କରିଛନ୍ତି, ଭାରତର ଇତିହାସରେ କେହି ଦେଖିଛନ୍ତି କୌଣସି ସରକାରର ମନ୍ତ୍ରୀ କେବେ ଲୋକଙ୍କ ଉପରକୁ ପଥର ଫୋପାଡିଛନ୍ତି? ସେ ଏହି ଘଟଣା ସମ୍ପର୍କିତ ଏକ ଭିଡିଓ ମାଇକ୍ରୋ ବ୍ଲଗିଂ ପେଜ୍ରେ ସେୟାର କରିଛନ୍ତି। ଆନ୍ନାମଲାଇ କହିଛନ୍ତି, ହତାଶରେ ଲୋକଙ୍କ ଉପରକୁ ପଥର ଫୋପାଡିବା କୌଣସି ଶାଳିନତା ନୁହେଁ, କୌଣସି ମର୍ଯ୍ୟାଦା ନାହିଁ ଓ ଲୋକଙ୍କୁ ଗୋଲାମ୍ଙ୍କ ଭଳି ବ୍ୟବହାର …ଆପଣଙ୍କ ପାଇଁ ଏହା ଡିଏମ୍କେ।’ ଏଆଇଏଡିଏମକେ ନେତା ଓ ପୂର୍ବତନ ମନ୍ତ୍ରୀ ଡି ଜୟକୁମାର ମଧ୍ୟ ମନ୍ତ୍ରୀଙ୍କ ସମାଲୋଚନା। ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଶାସନର ମଡେଲକୁ ବାରମ୍ବାର ସମାଲୋଚନା କରିବା ସହ କହିଛନ୍ତି ଏହା ଦ୍ରାଭିଡ୍ ମଡେଲ।’