​​​​​​​ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ତାମିଲନାଡ଼ୁ ନିର୍ବାଚନ ଫଳାଫଳରେ ରାଜ୍ୟରେ ନୂଆ ରାଜନୈତିକ ଦଳ ଟିଭିକେ ୧୦୮ ଆସନରେ ବିଜୟୀ ହୋଇଛି । ତଥାପି ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହୋଇନାହିଁ । ତେବେ ରାଜ୍ୟରେ ଦୀର୍ଘଦିନ ଧରି ରହିଥିବା ଦ୍ରାବିଡ ଶାସନର ଅନ୍ତ ଘଟିଛି । ଦୁଇ ପ୍ରତିଦ୍ବନ୍ଦି ଡିଏମକେ ଏବଂ ଏଆଇଏଡିମକେ ବହୁମତରୁ ଦୂରରେ ରହିଛନ୍ତି । କିନ୍ତୁ ବିଜୟଙ୍କୁ ଚେକ୍ ଦେବାକୁ ଏହି ଦୁଇ ଦଳ ଏକାଠି ହେଉଥିବା ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଦୁଇ ଦଳ ଏକ ହୋଇ ସରକାର ଗଠନ ନେଇ ଦାବି କରିବେ ବୋଲି ଏକ ଚର୍ଚ୍ଚା ଲାଗିଛି । ତଥାପି ଏନେଇ କୌଣସି ସରକାରୀ ତଥ୍ୟ ମିଳିନାହିଁ ।

ବୁଧବାର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ ବିଜୟ । ୧୧୨ ବିଧାୟକଙ୍କ ସମର୍ଥନ ଥିବା ଏକ ଦସ୍ତଖତ ଟିଭିକେ ପକ୍ଷରୁ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା । ଏହାସହ ବିଜୟ ସରକାର ଗଠନ ପାଇଁ ଦାବି କରିଥିଲେ । କିନ୍ତୁ ରାଜ୍ୟପାଳ କହିଥିଲେ କି, ଆଣନ୍ତୁ ୧୧୮ ବିଧାୟକଙ୍କ ଦସ୍ତଖତ । ଯେଉଁ କାରଣରୁ ଏହି ଦାବିକୁ ଫେରାଇ ଦେଇଥି ରାଜ୍ୟପାଳ ।​​​​​​​

ଏପଟେ ଦୁଇ ପ୍ରତିଦ୍ବନ୍ଦି ଡିଏମକେ ଏବଂ ଏଆଇଏଡିଏମକେ ଟିଭିକେକୁ ସରକାର ଗଠନ କରିବାକୁ ଦେବେନାହିଁ ବୋଲି ଚର୍ଚ୍ଚା ହେଉଛି । ଦୀର୍ଘବର୍ଷର ପ୍ରତିଦ୍ବନ୍ଦୀ ବିଜୟଙ୍କୁ ହରାଇବା ପାଇଁ ଏକ ହେବାକୁ ଯାଉଥିବା ଏକ ଚର୍ଚ୍ଚା ଏବେ ହେଉଛି । ଡିଏମକେ ପାଖରେ ୫୯ ବିଧାୟକ ରହିଥିବାବେଳେ ଏଆଇଏଡିଏମ​‌କେ ପାଖରେ ଅଛନ୍ତି ୪୭ ବିଧାୟକ । ତେବେ ଉଭୟ ସଂଖ୍ୟା ମ୍ୟାଜିକ୍ ନମ୍ବର କରିପାରୁନି । ତଥାପି ଏନଡିଏ ମେଣ୍ଟ ଏହାକୁ ସମର୍ଥନ କରିବ ବୋଲି ଆକଳନ କରାଯାଉଛି । 

କୁହାଯାଏ କି, ରାଜନୀତିରେ ସବୁ ସମ୍ଭବ ଯାହା ଏବେ ଦେଖିବାକୁ ମିଳିପାରେ । ସେପଟେ କଂଗ୍ରେସ ଟିଭିକେକୁ ସମର୍ଥନ ଜଣାଇବା ପରେ ମଧ୍ୟ ୧୧୨ ରହିଥିବାବେଳେ ରାଜ୍ୟପାଳଙ୍କୁ ସମୟ ମାଗିଛନ୍ତି ବିଜୟ । ଆସନ୍ତାକାଲି ଶପଥ ଗ୍ରହଣ ନେଇ ପୂର୍ବରୁ ଘୋଷଣା ହୋଇଥିବାବେଳେ ୧୧୮ ବିଧାୟକଙ୍କ ଦସ୍ତଖତ କୁହାଯାଇଛି । ବିଜୟ ପୂର୍ବରୁ ଡିଏମକେ ଏବଂ ଏଆଏଡିଏମକୁ ନିଜର ରାଜନୈତିକ ଶତ୍ରୁ ଭାବେ ଘୋଷଣା କରିସାରିଛନ୍ତି । ଏହାସହ ବିଜେପିର ଆଦର୍ଶ ବିରୋଧୀ ବୋଲି ମଧ୍ୟ କହିଛନ୍ତି । ଆଉ ଏବେ ବିରୋଧୀମାନେ କି ଖେଳ କରୁଛନ୍ତି ଏହା ଉପରେ ରହିଛି ସମସ୍ତଙ୍କ ନଜର ।  

ଶେଷ ଖବର ସୁଦ୍ଧା ଏଆଇଏଡିଏମକେ ପକ୍ଷରୁ କୁହାଯାଇଛି କି, ଆମେ ଟିଭିକେକୁ ସମର୍ଥନ କରୁନାହୁଁ । ଏହାସହ ଡିଏମକେ ସହ ମେଣ୍ଟ ଏକ ଗୁଜବ ।

ଏଭଳି ଖବର ପାଇବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ।  

ଏହାସହ ପଢ଼ନ୍ତୁ : ସରକାର ଗଠନ ପାଇଁ ବିଜୟଙ୍କ ଦାବି, ରାଜ୍ୟପାଳ କହିଲେ ଆଣ ୧୧୮ ବିଧାୟକଙ୍କ ଦସ୍ତଖତ