ରଥଯାତ୍ରା ଅବସରରେ ତନିସ୍କର ‘ରାଜାଧିରାଜ’ କଲେକ୍ସନ୍: ସ୍ୱତନ୍ତ୍ର ସୁନା ଏବଂ ହୀରା ଅଳଙ୍କାରରେ ମହାପ୍ରଭୁ

ଭୁବନେଶ୍ୱର ୩୦/୬: ଭକ୍ତି ଓ ବିଶ୍ୱାସର ଭଗବାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭବ୍ୟ ଏବଂ ଅଦ୍ୱିତୀୟ ରଥଯାତ୍ରା ଉତ୍ସବ । କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ଶ୍ରଦ୍ଧାର ଠାକୁର ଜଗନ୍ନାଥଙ୍କ ଏହି ମହାନ ଯାତ୍ରା ଭକ୍ତ ଏବଂ ଭଗବାନଙ୍କ ମିଳନର ଅପୂର୍ବ ଅବସର । ଏହି ଅବସରରେ ପ୍ରମୁଖ ଗହଣା ବ୍ରାଣ୍ଡ୍ ତନିସ୍କ ଆଣିଛନ୍ତି ସୁନା ଏବଂ ହୀରାର ଏକ ଉତ୍କୃଷ୍ଟ କଲେକ୍ସନ ‘ରାଜାଧିରାଜ’ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଦା ଜାଗ୍ରତ ଦୃଷ୍ଟିରେ ଅନୁପ୍ରାଣିତ ସ୍ୱର୍ଣ୍ଣ ବା ହୀରା ଗହଣାର ଏହି ଉତ୍କୃଷ୍ଟ କଲେକ୍ସନରେ ଗ୍ରାହକଙ୍କ ପାଇଁ ରହିଛି ବିଶେଷ ଅଫର୍ । ସୁନ୍ଦର, ଆକର୍ଷଣୀୟ ଏହି ଗହଣା କଲେକ୍ସନରେ ଗଢା ମଜରୁରିରେ ବି ଏକ ବିଶେଷ ରିହାତି । ରାଜାଧିରାଜ କଲେକ୍ସନ ତନିସ୍କଙ୍କ ଏକ ବିଶେଷ କଲେକ୍ସନ, ଯାହା କି ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି । କାରଣ ସମସ୍ତଙ୍କ ଭିତରେ ମହାବାହୁଙ୍କ ଅସରନ୍ତି ଉର୍ଜାକୁ ଜାଗ୍ରତ କରିବାକୁ ଓ ସେହି ଆଶା ଏବଂ ସାମର୍ଥ୍ୟର ଆଭାରେ ସମସ୍ତଙ୍କୁ ସୁସଜ୍ଜିତ କରିବାକୁ ଏହି କଲେକ୍ସନ ଗଢାଯାଇଛି । ଏହି କଲେକ୍ସନରେ ଜଟିଳ ତାରକସି କାମ, ରୱା କାମ, ଏନାମେଲ୍ ଡିଟେଲିଙ୍ଗ ଆଉ ହଳଦିଆ ସୁନାରେ ଖଚିତ ପ୍ରାକୃତିକ ହୀରା ରହିଛି । ପ୍ରଭୁ ଜଗନ୍ନାଥ, ନନ୍ଦିଘୋଷ ରଥ, ଦେବୀ ସୁଭଦ୍ରା ଏବଂ ବଡଠାକୁର ବଳଭଦ୍ରଙ୍କ ଆଭାସ ଦେଉଥିବା ପେଣ୍ଡାଣ୍ଟ ଆଉ ମୁଦି ଗୁଡିକ ଗଢାଯାଇଛି ।

ଏହି ଉତ୍ସବମୁଖର ଋତୁକୁ ଆହୁରି ଖାସ୍ କରାଇବା ପାଇଁ ତନିସ୍କ ନେଇଆସିଛନ୍ତି ଅଫର । ଏଥିରେ ସୁନା ଅଳଙ୍କାର ଗଢା ମଜୁରି ଏବଂ ହୀରା ଅଳଙ୍କାରରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ ମିଳୁଛି । ଏହି ଅଫର ତନିସ୍କ ଷ୍ଟୋରରେ ୧ ଜୁଲାଇରୁ ୩ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ବୈଧ । ହୀରା ଖଚିତ ରାଜକୀୟ ପେଣ୍ଡାଣ୍ଟଟି ୧୮ କ୍ୟାରେଟ୍ ସୁନା, କଲର୍ଡ ଏନାମେଲରେ ସେଟ୍ କରାଯାଇଛି । ଜଗନ୍ନାଥ, ସୁଭଦ୍ରା ଏବଂ ବଳଭଦ୍ରଙ୍କ ଦର୍ଶାଉଥିବା ଚେନରେ ୨୨ କ୍ୟାରେଟ୍ ସୁନା ବ୍ୟବହାର ହୋଇଛି । ପ୍ରଭୁ ଜଗନ୍ନାଥଙ୍କ ମୁଖ ମଣ୍ଡଳ ଥିବା ମୁଦିରେ ନାଲି ଏବଂ କଳା ଏନାମେଲର କାରୁକାର୍ଯ୍ୟ ହୋଇଛି । ଏଥିରେ ରୱା କାମ ସହ ୨୨ କ୍ୟାରେଟ୍ ସୁନା ମଧ୍ୟ ବ୍ୟବହୃତ ହୋଇଛି ।

କହିରଖୁଛୁ ତନିସ୍କ ଏକ ଲୋକପ୍ରିୟ ବ୍ରାଣ୍ଡ୍ । ପବିତ୍ର ରଥଯାତ୍ରା ଅବସରରେ ତନିସ୍କ ଏମିତି କଲେକ୍ସନ ନେଇଆସିଛନ୍ତି । ଅନେକ ଖାସ୍ ସମୟ ତଥା ପର୍ବ ପର୍ବାଣି ଅବସରରେ ତନିସ୍କ ନିଜର ଏମିତି ଖାସ୍ କଲେକ୍ସନ ଗ୍ରାହକଙ୍କ ପାଇଁ ଆଣିଥାନ୍ତି । କଲେକ୍ସନରେ ଅଳଙ୍କାରର ଥିମ୍ ସବୁବେଳେ ଭିନ୍ନ ହୋଇଥିବା ସହ ଗ୍ରାହକଙ୍କୁ ଏହା ପସନ୍ଦ ମଧ୍ୟ ଆସିଥାଏ । ଅଫର ସମୟରେ ଏହି ନିର୍ମାତାଙ୍କ ତରଫରୁ ଗଢା ମୂଲ୍ୟରେ ଛାଡ ମଧ୍ୟ ମିଳିଥାଏ ।