PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଓଏଏସ ପରୀକ୍ଷାରେ ଓଡ଼ିଶାର ୧୨ ନମ୍ବର ସ୍ଥାନରେ ସୋର ଝିଅ ତନ୍ମିତା

ସୋର ୭/୧୦(ସ୍ୱପ୍ର)-ଆଜି ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷାରେ ଵାଲେଶ୍ୱର ଜିଲା ସୋର ବ୍ଲକ ମୁଲିସିଂ ପଂଚାୟତ ମୁଲିସିଂ ଶାସନର ତୃପ୍ତିକାନ୍ତ କରଙ୍କ ବଡ ଝିଅ ତନ୍ମିତା କର ସାରା ଓଡ଼ିଶାରେ ୧୨ନମ୍ବର ସ୍ଥାନରେ ରହି ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି । ତନ୍ମିତାଙ୍କ ବାପା ବାଲେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ,କେଵି-୧ ରେ ଲାଇବ୍ରେରିଆନ ଭାବେ କାର୍ଯ୍ୟରତ ଥିବା ବେଳେ ମା ଜଣେ ସୁଗୃହିଣୀ ଅଟନ୍ତି। ସେ ଏବେ ନିଜସ୍ୱ ଘର ବାଲେଶ୍ୱର ଆଳୁପୁର ଠାରେ ପରିବାର ସହିତ ରହୁଛନ୍ତି। ତନ୍ମିତା କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣାରେ ଦଶମ ପରୀକ୍ଷାରେ ୯୫ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଯୁକ୍ତ୨ ବିଜ୍ଞାନ ଭୁବନେଶ୍ୱର ନାଇଡୁ ବିଜ୍ଞାନ କଲେଜରୁ ୮୨ ପ୍ରତିଶତ ନମ୍ବର ରଖି ପାସ କରିଥିଲେ। ପରେ ୨୦୧୭ ମସିହାରେ ବୁର୍ଲା ଇଂଜିନିୟରିଂ କଲେଜରେ ସିଭିଲ ଇଂଜିନିୟରିଂ ପାସ କରିବା ପରେ ଓଏଏସ ପାଇଁ ଘରେ ରହି ପ୍ରସ୍ତୁତ ହେଉଥିଲେ। ତାଙ୍କର ଏହି ସଫଳତାର ଶ୍ରେୟ ବାପା ମା ଏବଂ ଶିକ୍ଷକ ମାନଙ୍କୁ ଦେଇଛନ୍ତି। ତନ୍ମିତା ଓଡ଼ଶୀ ନୃତ୍ୟ ଏବଂ କ୍ଲାସିକାଲ ଗୀତରେ ରୁଚି ରଖିଥିବା ବେଳେ ବର୍ତ୍ତମାନ ଆଇଏଏସ ପାଇଁ ପ୍ରସ୍ତୁତି ହେଉଛନ୍ତି ଏବଂ ଜିଲାପାଳ ହେବାକୁ ଲକ୍ଷ ରଖିଥିବା ତନ୍ମିତା କହିଛନ୍ତି ।