ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଇତିହାସ ରଚିଲେ ବାୟୁସେନାର ମହିଳା ପାଇଲଟ୍ ତନୁଷ୍କା ସିଂହ, ଉଡାଇବେ ଜାଗୁଆର ଫାଇଟର ଜେଟ୍

Published By : Harapriya Biswal | March 1, 2025 2:51 PM

ନୂଆଦିଲ୍ଲୀ,୧।୩: ଭାରତୀୟ ବାୟୁସେନାର ଇତିହାସରେ ଯୋଡି ହେଲା ନୂଆ ଅଧ୍ୟାୟ। ଫ୍ଲାଇଂ ଅଫିସର ତନୁଷ୍କା ସିଂହ ରଚିଲେ ଇତିହାସ। ଜାଗୁଆର ଫାଇଟର ଜେଟ୍ ସ୍ବାର୍ଡନ୍‌ରେ ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ପାଲଇଟ୍‌ ଭାବରେ ଅର୍ଜନ କଲେ ଗୌରବ। ଏହା ତାଙ୍କର କେବଳ ବ୍ୟକ୍ତିଗତ ଉପଲବ୍ଧି ନୁହେଁ, ବଂର ଭାରତୀୟ ବାୟୁସେନାରେ ମହିଳାଙ୍କ ବଢୁଥିବା ଭାଗିଦାରୀର ବଡ ସଙ୍କେତ।

ଇତିହାସ ରଚିଲେ ଭାତୀୟ ମହିଳା ପାଇଲଟରଙ୍କ ତନୁଷ୍କା ସିଂହ। ଏବେ ଉଡାଇବେ ଫାଇଟର ଜେଟ୍ ଜାଗୁଆର। ତାଙ୍କ ଏହି ସଫଳତା ଅନେକ ମହିଳାଙ୍କ ସ୍ବପ୍ନ ପୂରଣ କରିବା ଦିଗରେ ବଡ଼ ପଦକ୍ଷେପ। ତନୁଷ୍କାଙ୍କ ବିଷୟରେ ଯଦି କଥା ହେବା ତେବେ ତାଙ୍କର ପୁରା ପରିବାର ଦେଶ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି।  ତାଙ୍କ ବାପା ଓ ଜେଜେ ବାପା ନିଜର ସେବା ଦେଇସାରିଛନ୍ତି। ଏହି କାରଣରୁ ତାଙ୍କ ଭିତରେ ପିଲାବେଳୁ ରାଷ୍ଟ୍ରସେବାର ମନୋଭାବ ରହିଛି। ପିଲାବେଳୁ ସେନାରେ ଯିବାର ଖୁବ୍ ଇଛା ଥିଲା। କିନ୍ତୁ ପରେ ବାୟୁସେନାରେ ଯୋଗ ଦେଇଥିଲେ। ତାମିଲନାଡୁର ଡୁଡିଗଲ ଏୟାରଫୋର୍ସ ଏକାଡେମୀରେ କଡା ଟ୍ରେନିଂ ପରେ ହକ୍ ଏମ୍‌କେ ୧୩୨ ବିମାନ ଉଡାଣ ନେଇ ସ୍ବତନ୍ତ୍ର ପ୍ରଶିକ୍ଷଣ ନେଇଥିଲେ। ଯଦିଓ କିଛି ମହିଳା ପାଇଲଟ୍ ଟ୍ରେନିଂ ବେଳେ ଜାଗୁଆର ଫାଇଟର ଜେଟ୍ ଚଳାଇଥିଲେ, କିନ୍ତୁ ଫ୍ଲାଇଂ ଅଫିସର ତନୁଷ୍କାଙ୍କୁ ଏହି ସ୍ବାର୍ଡନ୍‌ରେ ସାମିଲ କରାଯାଇଥିଲା। ଏହି ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ନିଜର ଟାକ୍ଟିକାଲ ଷ୍ଟ୍ରାଇକ୍ କ୍ଷମତା ଓ ନିଜର ସଠିକ୍ ଆକ୍ରମଣର ଶକ୍ତି ପାଇଁ ଜଣାଯାଏ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.