ବିହାରରେ ଟ୍ରେନ୍ ଦୁର୍ଘଟଣା: ୧୩ ବଗି ଲାଇନଚ୍ଯୁତ୍, ୪ ଆହତ

ପାଟଣା ୩୧/୩: ବିହାରର ଛାପ୍ରାରେ ଟ୍ରେନ୍ ଦୁର୍ଘଟଣା ଫଳରେ ୪ ଯାତ୍ରୀ ଆହତ । ତାପ୍ତି ଗଙ୍ଗା ସୁରଟ-ଛାପ୍ରା ଏକ୍ସପ୍ରେସର ୧୩ ବଗି ଲାଇନଚ୍ଯୁତ ହୋଇଯାଇଛି । ଏହି ଦୁର୍ଘଟଣାରେ ୪ ଯାତ୍ରୀ ଆହତ ହୋଇଛନ୍ତି । ରେଲୱେ ତରଫରୁ ସୁରକ୍ଷା ଅଭିଯାନ ଚାଲୁ ରହିଛି ।
ଆଜି ସକାଳ ୮ଟା ସମୟରେ ଛାପ୍ରାରୁ ତାପ୍ତି ଗଙ୍ଗା ଏକ୍ସପ୍ରେସ୍ ବାହାରିଥିଲା । ୪୫ ମିନିଟ ଯାତ୍ରା କରିବା ପରେ ଟ୍ରେନ୍ ଗୌତମ ସ୍ଥାନ ଷ୍ଟେସନରେ ପହଞ୍ଚିବା ସମୟରେ ହିଁ ତାର ୧୩ ବଗି ଲାଇନଚ୍ଯୁତ ହୋଇଗଲା । ତେବେ ଏହି ସମୟରେ ଟ୍ରେନ୍ ଅଧିକ ସ୍ପିଡରେ ନଥିଲା । ଏହି ଘଟଣାରେ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଛାପ୍ରା-ବଲିୟା ରେଳଖଣ୍ଡରେ ଟ୍ରେନ ଚଳାଚଳ ବନ୍ଦ କରିଦିଆଯାଇଛି ଏବଂ ଉଦ୍ଧାର କାର୍ଯ୍ଯ ଜାରିରହିଛି ।