ଗୁଗ୍ନାନି ଅଟୋକାର୍ସରେ ଟାଟା ହ୍ୟାରିଅର

କଟକ,୪ା୨(ବ୍ୟୁରୋ):କଟକ ପ୍ରତାପନଗରୀସ୍ଥିତ ଗୁଗ୍ନାନି ଅଟୋକାର୍ସରେ ଟାଟା ହ୍ୟାରିଅରର ଉନ୍ମୋଚନ ହୋଇଯାଇଛି । ଏହି ଏସ୍ୟୁଭିର ଏକ୍ସସୋ’ରୁମ୍ ମୂଲ୍ୟ ୧୨.୬୯ ଲକ୍ଷ ଟଙ୍କାରୁ ଆରମ୍ଭ । ଟାଟା ମୋଟର୍ସର ଆଞ୍ଚଳିକ ପ୍ରବନ୍ଧକ ଶିଶିର ଶ୍ରୀବାସ୍ତବ ଏହାର ଉନ୍ମୋଚନ କରାଇଥିଲେ । ଗୁଗ୍ନାନି ଅଟୋକାର୍ସର ଡିଲର ପ୍ରିନ୍ସିପାଲ ରାଜନ ଗୁଗ୍ନାନୀ, ବରିଷ୍ଠ ପ୍ରବନ୍ଧକ ରାଜ ଭଟ୍ଟ, ସିଦ୍ଧାର୍ଥ ଶର୍ମା, ୟଶନିତ ଗୁଗ୍ନାନି, ସାଧ୍ୱୀ ଗୁଗ୍ନାନି ଏବଂ ସମ୍ନୀତ ଗୁଗ୍ନାନି ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଏସ୍ୟୁଭିକୁ ଅପ୍ଟିମାଲ୍ ମଡ୍ୟୁଲାର ଏଫିସିଏଣ୍ଟ୍ ଗ୍ଲୋବାଲ ଆଡ୍ଭାନ୍ସଡ(ଓଏମ୍ଇଜିଏ/ଓମେଗା) ସ୍ଥପତିରେ ପ୍ରସ୍ତୁତ କରାଯାଇଛି । ଏଥିରେ ଟାଟା ମୋଟର୍ସର ଇମ୍ପ୍ୟାକ୍ଟ ଡିଜାଇନ୍ ୨.୦ ଡିଜାଇନ୍ ଲାଙ୍ଗୁଏଜ୍ ରହିଛି । ଆକର୍ଷକ ଏକ୍ସଟେରିୟର ଏବଂ ବିଳାସପୂର୍ଣ୍ଣ ଇଣ୍ଟେରିୟରରେ ଆସୁଥିବା ଏହି ଗାଡି ଗ୍ରାହକଙ୍କୁ ନିଶ୍ଚିତ ଆକୃଷ୍ଟ କରିବ ବୋଲି କମ୍ପାନି ପ୍ରକାଶ କରିଛି । ଅତ୍ୟାଧୁନିକ କ୍ରାୟୋଟେକ୍ ୨.୦ ଡିଜେଲ ଇଞ୍ଜିନ୍ରେ ଆସୁଛି, ଯାହାକି ଇନ୍ଧନ ଏବଂ ଶକ୍ତି ସଞ୍ଚୟର ସଠିକ ସନ୍ତୁଳନ ପ୍ରଦାନ କରୁଛି । ଏଥିରେ ୬-ସ୍ପିଡ ମାନୁଆଲ ଟ୍ରାନ୍ସମିସନ ରହିଛି । ୪ଟି ଭ୍ୟାରିଏଣ୍ଟରେ ଏହା ଆସୁଛି । ହାରିଅର ‘ଏକ୍ସଇ’ର ମୂଲ୍ୟ ସର୍ବନିମ୍ନ ୧୨ ଲକ୍ଷ ୬୯ହଜାର ୯୯୦ ଟଙ୍କା ରହିଥିବାବେଳେ ସର୍ବୋଚ୍ଚ ମଡେଲ୍ ‘ଏକ୍ସଜେଡ୍’ର ମୂଲ୍ୟ ୧୬ ଲକ୍ଷ ୩୯ ହଜାର ୯୯୦ ଟଙ୍କା ରହିଛି । ଏରିଏଲ୍ ସିଲ୍ଭର, କାଲିଷ୍ଟୋ କପର, ଅର୍କସ୍ ହ୍ୱାଇଟ୍, ଟେଲିଷ୍ଟୋ ଗ୍ରେ ଏବଂ ଥରମିଷ୍ଟୋ ଗୋଲ୍ଡ ଭଳି ୫ଟି ରଙ୍ଗରେ ଏହା ଉପଲବ୍ଧ ।