ଟାଟା ସ୍କାଏ ଲଞ୍ଚ କରିଲା ଏହି ୪ଟି ନୂଆ ପ୍ଲାନ୍, ଆରମ୍ଭରୁ ନେବ ମାତ୍ର ୪୯ଟଙ୍କା

ଟାଟା ସ୍କାଏ ତାର ଗ୍ରାହକଙ୍କ ପାଇଁ କିଛି ନୂଆ ପ୍ୟାକ୍ ଲଞ୍ଚ କରିଛି। ଏଥିପାଇଁ ଆରମ୍ଭରୁ ନେବ ୪୯ଟଙ୍କା। ତେବେ ଆସନ୍ତୁ ଜାଣିବା ଟାଟା ସ୍କାଏର ପ୍ୟାକ୍ ସମ୍ପର୍କରେ।
ଟାଟା ସ୍କାଏ ମୁଖ୍ୟତଃ ଏହି ସେବାକୁ ବଙ୍ଗାଳୀ ଗ୍ରାହକଙ୍କ ପାଇଁ ଲଞ୍ଚ କରିଛି। କମ୍ପାନି ୪ଟି ବଙ୍ଗାଳୀ ପ୍ୟାକ୍ ଲଞ୍ଚ କରିଛି। ଯେଉଁଥିରେ ଷ୍ଟାର ବଙ୍ଗାଳୀ ଭାଲ୍ୟୁ ଏ ପ୍ୟାକ୍, ବଙ୍ଗାଳୀ ଭାଲ୍ୟୁ ବି ପ୍ୟାକ୍, ବଙ୍ଗାଳୀ ଭାଲ୍ୟୁ ପ୍ରିମିୟମ୍ ଏ ପ୍ୟାକ୍ ଏବଂ ବଙ୍ଗାଳୀ ଭାଲ୍ୟୁ ପ୍ରିମିୟମ ବି ପ୍ୟାକ୍ ସାମିଲ ରହିଛି। ଟାଟା ସ୍କାଏର ଏହି ୪ଟି ପ୍ଲାନ୍ ଷ୍ଟାର ଟିଭି ଚ୍ୟାନେଲ ପାଇଁ।
ବଙ୍ଗାଳୀ ଭାଲ୍ୟୁ ଏ ପ୍ୟାକ୍
ଏହି ୪ଟି ପ୍ୟାକ୍ ମଧ୍ୟରୁ ସବୁଡୁ ଶସ୍ତା ପ୍ୟାକ୍ ହେଉଛି ବଙ୍ଗାଳୀ ଭାଲ୍ୟୁ ଏ ପ୍ୟାକ୍। ଯାହାର ମୂଲ୍ୟ ମାତ୍ର ୪୯ ଟଙ୍କା ଏବଂ ଟିକସ ପରେ ଏହାର ମୂଲ୍ୟ ୫୭.୮ ଟଙ୍କା ହୋଇଯିବ। ଏହି ପ୍ୟାକରେ ଗ୍ରାହକଙ୍କୁ ୧୪ଏସଡି ଚ୍ୟାନେଲ ମିଳିବ ଯେଉଁଥିରେ ନ୍ୟାସନାଲ ଜିଓଗ୍ରାଫିକ, ଷ୍ଟାର ଗୋଲ୍ଡ, ଜଲଶା ମୁବିଜ୍, ଷ୍ଟାର ସ୍ପୋର୍ଟସ ୨, ଷ୍ଟାର ସ୍ପୋର୍ଟସ ୩ ସାମିଲ ରହିବ।
ବଙ୍ଗାଳୀ ଭାଲ୍ୟୁ ବି ପ୍ୟାକ୍
ଏହାର ମୂଲ୍ୟ ମଧ୍ୟ ଟିକସ ସହିତ ୫୭.୮ ଟଙ୍କା ରହିଛି। ଏହି ପ୍ଲାନରେ ବି ପ୍ଲାନ ଏ ଭଳି ୧୪ ଏସଡି ଚ୍ୟାନେଲ ମିଳିବ। ଏହାର ଫାଇଦା ରହିଛି କି, ଏଥିରେ ଷ୍ଟାର ସ୍ପୋର୍ଟସ ଗୋଟିଏ ବଙ୍ଗଳା ସ୍ଥାନରେ ଷ୍ଟାର ସ୍ପୋର୍ଟସ ୧ ହିନ୍ଦୀ ମିଳିବ।
ବଙ୍ଗାଳୀ ଭାଲ୍ୟୁ ପ୍ରିମିୟମ୍ ଏ ପ୍ୟାକ୍
ଏହି ପ୍ଳାନରେ ଆପଣଙ୍କୁ ୧୭ଟି ଚ୍ୟାନେଲ ମିଳିବ। ଯେଉଁଥିରେ ଫକ୍ସ ଲାଇଫ୍, ନେଟ ଜିଓ ବାଇଲ୍ଡ, ନ୍ୟାସନାଲ ଜିଓଗ୍ରାଫିକ୍, ଷ୍ଟାର ଗୋଲ୍ଡ ସିଲେକ୍ଟ, ଷ୍ଟାର ସ୍ପୋର୍ଟସ ୧, ଷ୍ଟାର ସ୍ପୋର୍ଟସ୨, ଷ୍ଟାର ସ୍ପୋର୍ଟସ୩, ଷ୍ଟାର ସ୍ପୋର୍ଟସ ୧ ବଙ୍ଗଳା ସାମିଲ ରହିବ। ଏହାର ମୁଲ୍ୟ ୭୯ଟଙ୍କା ରହିଛି। ଯାହା ଟିକସ ପରେ ୯୩.୨ ଟଙ୍କା ହୋଇଯିବ।
ବଙ୍ଗାଳୀ ଭାଲ୍ୟୁ ପ୍ରିମିୟମ ବି ପ୍ୟାକ୍
ଏହି ପ୍ଲାନର ମୂଲ୍ୟ ୧୦୦.୩୦ ଟଙ୍କା ରହିଛି। ଯାହାକି ମାସିକ ଶୁକ୍ଲ। ଏଥିରେ ଆପଣଙ୍କୁ ୨୧ଟି ଚ୍ୟାନେଲ ମିଳିବ। ଏହି ପ୍ଳାନରେ ଆପଣଙ୍କୁ ଷ୍ଟାର ସ୍ପୋର୍ଟସ ୧ବଙ୍ଗଳା ସ୍ଥାନରେ ଷ୍ଟାର ସ୍ପୋର୍ଟସ୧ ହିନ୍ଦୀ ମିଳିବ। ଏହା ବ୍ୟତୀତ ଏଥିରେ ଉପର ପ୍ଲାନ ଭଳି ସମସ୍ତ ଚ୍ୟାନେଲ ମିଳିବ ଏବଂ ଅତିରିକ୍ତରେ ମୁଭିସ୍ ଓକେ, ଷ୍ଟାର ଉତ୍ସବ ମୁବିଜ୍, ଷ୍ଟାର ଭାରତ ଏବଂ ଷ୍ଟାର ଉତ୍ସବ ଭଳି ଚ୍ୟାନେଲ ମିଳିବ। ଏହି ୪ଟି ପ୍ଲାନ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିଲେ କମ୍ପାନୀର ଓ୍ବେବସାଇଟ୍କୁ ଯାଇ ଦେଖିପାରିବେ।