PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ନଭେମ୍ବର ୨୯ରୁ ଟାଟା ଷ୍ଟିଲ୍‌ ଚେସ୍‌ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ, ପ୍ରଥମ ଥର ମହିଳା ବର୍ଗରେ ହେବ ପ୍ରତିଯୋଗିତା

ଭୁବନେଶ୍ୱର, ୨୪/୧୧: ଟାଟା ଷ୍ଟିଲ୍‌ ଚେସ୍‌ ଇଣ୍ଡିଆର ଚତୁର୍ଥ ସଂସ୍କରଣ ଆସନ୍ତା ୨୯ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ଶେଷ ହେବ । କୋଲକାତା ସ୍ଥିତ ନ୍ୟାସନାଲ୍‌ ଲାଇବ୍ରେରୀରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ଓପନ ବର୍ଗ ସମେତ ପ୍ରଥମ ଥର ମହିଳା ବର୍ଗରେ ପ୍ରତିଯୋଗିତା ହେବ । ର‌୍ୟାପିଡ୍‌ ଓ ବ୍ଲିଜ୍‌ ଫର୍ମାଟରେ ଉଭୟ ଓପନ ଓ ମହିଳା ବର୍ଗ ଖେଳାଯିବ ।

ଚଳିତ ଥର ଉଭୟ ବର୍ଗ ପାଇଁ ସମାନ ପୁରସ୍କାର ରାଶି ପ୍ରଦାନ କରାଯିବ । ଓପନ ବର୍ଗରେ ଭାରତ ସମେତ ଆମେରିକାରୁ ୨ଜଣ ଏବଂ ଆଜରବାଇଜନ ଓ ଉଜବେକିସ୍ତାନରୁ ଜଣେ ଲେଖାଏଁ ଖେଳାଳି ଭାଗ ନେବେ । ମହିଳା ବର୍ଗରେ ଭାରତରୁ ୬ଜଣ ଖେଳାଳି ସାମିଲ୍‌ ରହିଥିବାବେଳେ ୟୁକ୍ରେନରୁ ୩ଜଣ, ଜର୍ଜିଆ ଓ ପୋଲାଣ୍ଡରୁ ଜଣେ ଲେଖାଏଁ ଖେଳାଳି ଅଂଶଗ୍ରହଣ କରିବେ ।

ସମ୍ବନ୍ଧିତ ଖବର