ଆଗାମୀ ନିର୍ବାଚନ ଲଢିବେନି ବିଜେଡି ସାଂସଦ ତଥାଗତ ସତପଥି

source:www.livemint.com
ଭୁବନେଶ୍ୱର ୫/୩: ଆଗାମୀ ନିର୍ବାଚନ ଲଢିବେନି ବିଜେଡି ସାଂସଦ ତଥାଗତ ସତପଥି । ନିର୍ବାଚନ ପୂର୍ବରୁ ଏମିତି ବଡ ସୂଚନା ଦେଇଛନ୍ତି ଢେଙ୍କାନାଳ ସାଂସଦ ତଥାଗତ ସତପଥି । ଆଗାମୀ ସାଧାରଣ ନିର୍ବାଚନ ଲଢିବେନି ବୋଲି କହିଛନ୍ତି ତଥାଗତ । ଆଜି ମୁଖ୍ଯମନ୍ତ୍ରୀଙ୍କୁ ଭେଟି ନିର୍ବାଚନରେ ନଲଢିବା ନେଇ ସୂଚନା ଦେଇଛନ୍ତି । କହିରଖୁଛୁ ତଥାଗତ ଶତପଥୀ ଏବେ ଢେଙ୍କାନାଳ ଲୋକସଭା ଆସନରୁ ସାଂସଦ ଅଛନ୍ତି । ୨୦୦୪ରୁ ଲଗାତାର ଭାବେ ସେ ତିନି ଥର ଏହି ଆସନରୁ ଜିତି ଲୋକସଭାକୁ ଯାଇଛନ୍ତି ।
ତେବେ ରାଜନୀତି ଛାଡିବାର କାରଣ ସେ ସାମ୍ବାଦିକତା ବୋଲି କହିଛନ୍ତି । ସେ କେବଳ ସାମ୍ବାଦିକତାରେ ଫୋକସ୍ କରିବେ ବୋଲି ରାଜନୀତିଠୁ ଦୂରେଇ ଯାଇଥିବା କହିଛନ୍ତି । ଭବିଷ୍ଯତରେ ଅନ୍ଯ କୌଣସି ଦଳରେ ଯୋଗଦେବେନି ବୋଲି କହିଛନ୍ତି ତଥାଗତ ।