PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

‘ଟାଟୁ’ ମାନିଆରୁ ବଡ଼ ବିପଦ: ସତର୍କ କଲେ ବିଶେଷଜ୍ଞ, ଏହା ଭୟଙ୍କର ରୋଗର କାରଣ ହୋଇପାରେ…

ବାଲେଶ୍ୱର,୧୮/୦୩ ଏବେକାର ଜମାନାକୁ ‘ଟାଟୁ ଜମାନା’ କୁହାଯାଉଛି । ଯୁବପିଢ଼ି ଏଥିପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି । ‘ଟାଟୁ’ ଗୁରୁତ୍ୱକୁ ଦୃଷ୍ଟିରେ ରଖି ବିଭିନ୍ନ ସହରେ ଟାଟୁ ଦୋକାନ ଖୋଲାଯାଉଛି । ସେଠାରେ ଯୁବପିଢ଼ିଙ୍କର ଗହଳି ମଧ୍ୟ ଜମୁଛି । ତେବେ ଟିକେ ସତର୍କ ନ ହେଲେ ଏହି ଟାଟୁ ହିଁ ସାଙ୍ଘାତିକ ସାଜେ । ଶରୀର ସୌନ୍ଦର୍ଯ୍ୟ ବଢ଼ାଉଥିବା ଏହି ଟାଟୁ ବେଳେ ବେଳେ ଜୀବନ ବି ନେଇପାରେ ।

କିଛି ବର୍ଷ ହେବ ‘ଟାଟୁ’ ପ୍ରେମରେ ଯୁବପିଢ଼ି ପଢ଼ିଛନ୍ତି । ବିଭିନ୍ନ ସେଲିବ୍ରେଟି ଟାଟୁ ଆକର୍ଷଣରୁ ବର୍ତ୍ତି ନାହାନ୍ତି । ଖେଳାଳି ହୁଅନ୍ତୁ କି ଚଳଚ୍ଚିତ୍ର ଅଭିନେତା/ ଅଭିନେତ୍ରୀ ସମସ୍ତେ ଟାଟୁ ପ୍ରେମରେ ପାଗଳ । ଟାଟୁ ପ୍ରତି ଆକୃଷ୍ଟ ହେବା ପାଇଁ ଏହା ଯୁବପିଢ଼ିଙ୍କୁ ଉତ୍ସାହିତ କରୁଛି । ଟାଟୁର ଚାହିଦାକୁ ଦୃଷ୍ଟିରେ ରଖି ବାଲେଶ୍ୱରରେ ମଧ୍ୟ ତିନୋଟି ସ୍ଥାନରେ ଟାଟୁ ପାଲୋର ଅଛି । କଲେଜ ପଢ଼ୁଆ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗରୁ ଯୁବପିଢ଼ିଙ୍କ ଗହଳି ସେଠାରେ ଜମୁଛି । ଦେବାଦେବୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ନାମରେ ଟାଟୁ କରାଯାଉଛି । ବିଶେଷ କରି ଯୁବଗୋଷ୍ଠୀ ସେମାନଙ୍କ ପ୍ରେମିକ/ପ୍ରେମିକାଙ୍କ ନାମ ଟାଟୁ କରିଥାନ୍ତି । ଆଉ କେହି ନିଜ ବାପା, ମାଆଙ୍କ ଛବିର ଟାଟୁ କାଟୁଛନ୍ତି । କାମ ଦେଖି ଟାଟୁର ମୂଲ୍ୟ ଭିନ୍ନ ଭିନ୍ନ ଅଛି । ତଥାପି ୩୫୦ରୁ ଆରମ୍ଭ ହୋଇ ୧ ହଜାର ପର୍ଯ୍ୟନ୍ତ ଏହାରା ମୂଲ୍ୟ ରହୁଛି ।

‘ଟାଟୁ’ର ଅର୍ଥ ନିଜ ଶରୀରରେ ଛୁଞ୍ଚି ଓ ରଙ୍ଗ ଦ୍ୱାରା ଦାଗ ସୃଷ୍ଟି କରିବା । ନିଜ ଶରୀରରେ ସ୍ଥାୟୀ ଟାଟୁ କରିବା ଏବେ ଯୁବପିଢ଼ିଙ୍କ ଫେସନ୍‌ ପାଲଟିଲାଣି । ଯୁବଗୋଷ୍ଠୀ ଅଜାଣତରେ ଫେସନ ନାମରେ ଶରୀରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ହରାଇ ‘ଟାଟୁ’ ଓ ପ୍ଲାଷ୍ଟିକ ସର୍ଜରୀ ଭଳି ମାରାତ୍ମକ ଉପାୟକୁ ଆପଣାଉଛନ୍ତି । ତେବେ ଟିକେ ଅସାବଧାନତା ହେଲେ ଏହା କେତେ ମାରାତ୍ମକ ତାହାକୁ ସେମାନେ ଭୁଲିଯାଇଛନ୍ତି ।

ଟାଟୁ କଲା ବେଳେ ଏଥିରେ ବ୍ୟବହୃତ ନିଡିଲ୍ସ ବା ଛୁଞ୍ଚି ଉପରେ ଗୁରୁତ୍ୱ ଦିଆଯିବା ଜରୁରି । ଟିକେ ଅସାବଧାନତା ହେଲେ ଏଚ୍‌ଆଇବି ଭଳି ମାରାତ୍ମକ ରୋଗର ଶିକାର ହେବାକୁ ପଡ଼େ । କେବଳ ଏତିକି ନୁହେଁ: ଟାଟୁ ପରେ ସଜାଗ ନ ହେଲେ ଟାଟୁ ହେବା ସ୍ଥାନରେ ପାଣି ଫୋଟକା ହେବା, ଟାଟୁ ଚତଃପାର୍ଶ୍ୱରେ କୁଣ୍ଡେଇ ହେବା, ବିରି ବିରି ହୋଇ ଲାଳ ପଡିଯିବା, ଫୁଲି ଯିବା, ଚର୍ମ କର୍କଟ ଭଳି ଅନ୍ୟ ଚର୍ମ ସମସ୍ୟା ସୃଷ୍ଟି ହଏ । ଏମ୍‌ଆରଆଇ କରିବା ସମୟରେ କିମ୍ବା କରିବା ପରେ ଏହି ଟାଟୁ ସମସ୍ୟା ସୃଷ୍ଟି କରିଥାଏ । କିଛି ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ଟାଟୁ ପରେ ରକ୍ତ ଶ୍ରାବ ବନ୍ଦ ନ ହୋଇ ନ ଥାଏ । ଆଉ କାହା ଶରୀରରେ ଆଲାର୍ଜି ବି ସୃଷ୍ଟି ହୁଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ଟାଟୁ କରିବା ଅନୁଚିତ । ଯଦି ବା କେହି ଟାଟୁ କରୁଛନ୍ତି, ସେମାନେ ଶରୀରରେ ସମ୍ବେଦନଶୀଳ ସ୍ଥାନରେ କେବେ ବି ଟାଟୁ କରିବା ଅନୁଚିତ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କଥାକୁ ଗୁରୁତ୍ୱ ନ ହେଇ ଏବେକାର ଯୁବଗୋଷ୍ଠୀ ହାତ, ଗୋଡ଼, ପେଟ, ପିଠି, ବେକ, ନାଭି, ଛାତି ଭଳି ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଟାଟୁ କରୁଛନ୍ତି । ଯାହାକି ପରବର୍ତ୍ତୀ ସମୟରେ ଏହା ଚିନ୍ତା ବଢ଼ାଉଛି ।

ଏନେଇ ଯୁବ ଗୋଷ୍ଠୀ, କଲେଜ ପଢ଼ୁଆ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରାଯାଇଥିଲା । ଟାଟୁର ନକରାତ୍ମକ ଦିଗ ଉପରେ ସେମାନେ ଜାଣି ନ ଥିଲେ । ଅନ୍ୟନ୍ୟା ଦାସ, କାଜଲ ବେହେରା, ରେଶମ୍‌ ସାହୁଙ୍କ ସମେତ କିଛି କଲେଜ ଛାତ୍ରୀଙ୍କ ସହ ଆଲୋଚନା କରାଯାଇଥିଲା । ସେମାନଙ୍କ କହିବା କଥା³ ଟାଟୁ କରିବା ଓ ନ କରିବା ନିଜ ଉପରେ ନିର୍ଭର କରେ । ଟାଟୁ କରିବା ପୂର୍ବରୁ ପ୍ରଥମେ ଡାକ୍ତର, ଟାଟୁ କରିବା ପରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରି ବୋଲି କହିଥିଲେ ।