ସୋସିଆଲ ମିଡିଆ ଉପରେ ଲାଗିଲା ଟ୍ୟାକ୍ସ, ଟଙ୍କା ଦେଇନପାରି ଇଣ୍ଟରନେଟ ବ୍ୟବହାର ଛାଡ଼ିଲେ ୧୨ ଲକ୍ଷ ଲୋକ

ଆଫ୍ରିକାର ୟୁଗାଣ୍ଡରେ ସୋସିଆଲ ମିଡିଆର ବ୍ୟବହାର ଉପରେ ଟ୍ୟାକ୍ସ ଲଗାଇ ଦେଇଛନ୍ତି ସରକାର । ଯାହା ଦ୍ୱାରା ଲକ୍ଷାଧିକ ଲୋକ ଇଣ୍ଟରନେଟ ବ୍ୟବହାର କରିବା ପୂରା ପୁରି ବନ୍ଦ କରିଦେଇଛନ୍ତି । ୟୁଗାଣ୍ଡ ସରକାର ଫେସବୁକ ସମେତ ୬୦ଟି ସୋସିଆଲ ମିଡିଆ ପ୍ଲାର୍ଟଫର୍ମର ବ୍ୟବହାର ଉପରେ ଦୈନିକ ୬୬ ଟଙ୍କା ଟ୍ୟାକ୍ସ ଲଗାଇଛନ୍ତି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଇଣ୍ଟରନେଟ୍ ଉପରେ ଲଗାଯାଇଥିବା ଟ୍ୟାକ୍ସକୁ ନେଇ ଦେଶର ବହୁ ସଂଖ୍ୟକ ଲୋକେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି । ଏପରିକି ସରକାରଙ୍କ ଏହି ନିଷ୍ପତିକୁ କୋର୍ଟରେ ମଧ୍ୟ ଚ୍ୟାଲେଂଜ କରାଯାଇଛି । କୁହାଯାଉଛି କି, ୟୁଗାଣ୍ଡ ସରକାରଙ୍କ ଏଭଳି ନିଷ୍ପତି ନେବା ପଛରେ ଏକମାତ୍ର ଉଦ୍ଦେଶ୍ୟ ହେଲା, ସୋସିଆଲ ମିଡିଆରେ ଘଣ୍ଟା ଘଣ୍ଟା ଧରି ସମୟ ବିତାଇବା ଦ୍ୱାରା ଲୋକଙ୍କର ବହୁମୂଲ୍ୟ ସମୟ ବରବାଦ ହେଉଛି । ଯେଉଁ କାରଣରୁ ସେଠାକାର ସରକାର ଏହି ନିଷ୍ପତି ନେଇଛନ୍ତି ।

ସେହିଭଳି ଆହୁରୀ ମଧ୍ୟ ଶୁଣାଯାଉଛି କି, ସୋସିଆଲ ମିଡିଆର ବ୍ୟବହାର ଦ୍ୱାରା ଲୋକେ ସରକାରଙ୍କର ଅସଲୀ ଚେହେରା ଜାଣିବାକୁ ପାଉଛନ୍ତି । ଏଭଳି ପରିସ୍ଥିତିରେ ଏହି ପଦକ୍ଷେପ ଦ୍ୱାରା ଲୋକେ ଧିରେ ଧିରେ ଇଣ୍ଟରନେଟଠାରୁ ଦୁରେଇ ଯିବେ ଏବଂ ସଠିକ୍ ସୂଚନା ସେମାନଙ୍କ ନିକଟରେ ପହଞ୍ଚିପାରିବ ନାହିଁ ।
ୟୁଗାଣ୍ଡର ରାଷ୍ଟ୍ରପତି ୟୁଭାରି ମୁସାଭୈ କହିଛନ୍ତି, ସେ ଏଭଳି ପ୍ରସ୍ତାବକୁ ଗତବର୍ଷ ଜୁଲାଇରେ ଦେଇଥିଲେ। ଟ୍ୟାକ୍ସ ଲାଗିବା ଦ୍ବାରା ଫେସବୁକ, ହ୍ବାଟସ୍ଅପ୍, ଟ୍ବିଟର ସମେତ ୬୦ଟି ସୋସିଆଲ ମିଡିଆ ପ୍ଲାର୍ଟଫର୍ମର ବ୍ୟବହାର ଉପରେ ଦୈନିକ ୬୬ ଟଙ୍କା ଟ୍ୟାକ୍ସ ଲଗାଯାଇଛି। ଟ୍ୟାକ୍ସ ଲାଗିବା ପରେ ଟଙ୍କା ଦେଇନପାରି ୨୫ ଲକ୍ଷ ଲୋକ ଇଣ୍ଟରନେଟ୍ ବ୍ୟବହାର କରିବା ବନ୍ଦ କରିଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୨ ଲକ୍ଷ ଲୋକ ଏମିତି ଅଛନ୍ତି, ଯେଉଁମାନେ ଟ୍ୟାକ୍ସ ଦେଇ ସୋସିଆଲ ମିଡ଼ିଆର ବ୍ୟବହାର କରୁଛନ୍ତି।