ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ୨୦୨୪: ସେଣ୍ଟ୍‌ଭିନ୍‌ସେଣ୍ଟରେ ସାମ୍ନାସାମ୍ନି ହେବେ ବାଂଲାଦେଶ- ନେଦରଲାଣ୍ଡ୍‌ସ
  • ||
  • ଜୁନ୍ ୧୮ରେ ବାରାଣସୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତୃତୀୟ ପାଳିରେ ହେବ ପ୍ରଥମ ଗସ୍ତ
  • ||
  • ଅରୁଣାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ସମାରୋହରେ ସାମିଲ୍ ହେବେ ଜେପି ନଡ୍ଡା, ଅମିତ ଶାହ
  • ||
  • ବିଧାୟକ ପଦରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଇସ୍ତଫା
  • ||
  • ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ମଙ୍ଗଳ ଆଳତି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||

ଖାଲି ପେଟରେ ଚା’ ପିଉଛନ୍ତି କି ? ଆପଣ ବି ଭୋଗି ପାରନ୍ତି ଏପରି ସମସ୍ୟା

ଭୁବନେଶ୍ବର,୭/୨: ଚା’। ଏହାର ନାଁ ଶୁଣିଲେ ହିଁ କିଛି ଲୋକଙ୍କ ପାଟିରୁ ଲାଳ ବାହାରି ଆସେ। ଆଉ କିଛି ଲୋକ ଅଛନ୍ତି ସେମାନଙ୍କୁ ଚା’ କପ୍ ଟିଏ ନ ଦେଲେ ସକାଳର ସେଜରୁ ସେମାନେ ଉଠିବେ ନାହିଁ। ଯେମିତି ଚା’ ବିନା ଦିନଟି ଅଧୁରା। ମାତ୍ର ଆପଣ କ’ଣ ଜାଣନ୍ତି କି, ଖାଲି ପେଟ ଅର୍ଥାତ୍ ସେଜରୁ ଉଠି ଚା’ ପିଇବା ଦ୍ବାରା ସ୍ବାସ୍ଥ୍ୟ କେତେ ପରିମାଣରେ ଖରାପ ହୁଏ। ଆସନ୍ତୁ ଜାଣିବା ଖାଳି ପେଟରେ ଚା’ ପିଇଲେ କ’ଣ ସବୁ କ୍ଷତି ସହିବାକୁ ପଡ଼େ,

୧. ପୁରୁଷମାନେ ଖାଲି ପେଟରେ ଚା’ ସେବନ କଲେ ପୁରସ୍ଥଗ୍ରନ୍ଥି କ୍ୟାନସରର ସମସ୍ୟା ଦେଖାଦେଇଥାଏ। ଚା’ରେ ରହିଥିବା ହାନିକାରକ ତତ୍ତ୍ବ ପେଟରେ ଏସିଡ୍ ତିଆରି କରେ। ଯାହାଦ୍ବାରା ଆପଣଙ୍କ ପେଟରେ ଅଲସର ଏବଂ ଗ୍ୟାସ ଭଳି ବେମାର ଦେଖାଦେଇଥାଏ। ଏଥିପାଇଁ କେବେ ବି ଖାଲି ପେଟରେ ଚା’ ସେବନ କରନ୍ତୁ ନାହିଁ।

{"id":2644}
Attractive woman sitting on bed in the morning, drinking tea, reading book, curly hair, casual style, blue jeans, white sweater, feeling comfortable at home, having rest, smiling

୨. ଏକ ଗବେଷଣା ଅନୁସାରେ ଯେଉଁମାନେ ଖାଲି ପେଟରେ  କ୍ଷୀର ଚା’ ସେବନ କରୁଛନ୍ତି ସେମାନଙ୍କ ପାଖରେ ଥକ୍କାପଣର ସମସ୍ୟା ଦେଖାଦେଇପାରେ। ଚା’ ରେ କ୍ଷୀର ମିଶାଇଲେ ଆଣ୍ଟି ଅକ୍ସିଡେଟ୍ସ ର ପ୍ରଭାବ ଶେଷ ହୋଇଯାଏ। ଏଥିପାଇଁ କିଛି ବି କାର୍ଯ୍ୟ କରିବା ପରେ ସେମାନେ ଥକି ଯାଇଥାନ୍ତି।

୩.  ଖାଲି ପେଟରେ ଚା’ ସେବନ କରିଲେ ଶରୀରରେ ପ୍ରୋଟିନ ଏବଂ ଅନ୍ର ପୋଷକ ପଦାର୍ଥର ଅବଶୋଷଣ ଠିକ୍ ଭାବରେ ହୋଇପାରେ ନାହିଁ। ଯାହଦ୍ବାରା ଶରୀର ଅଧିକରୁ ଅଧିକ ଭାବେ ଖରାପ ହୋଇଯାଇଥାଏ।

{"id":2643}

୪. ଖାଳି ପେଟରେ ଚା’ ପିଇଲେ ମୋଟାପଣର ସମସ୍ୟା ବି ଦେଖାଦେଇଥାଏ। କାରଣ ଚା’ରେ ପଡ଼ୁଥିବା ଚିନି ମୋଟାପଣର କାରଣ ଅଟେ। ଯାହାଦ୍ବାରା ଆପଣଙ୍କ ଓଜନ ବଢ଼ିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.